ଭୁବନେଶ୍ୱର: ଦାମଦୋର ରାଉତ ଏବଂ ବୈଜୟନ୍ତ ପଣ୍ଡା ଗୋଟିଏ ମଞ୍ଚରୁ ନବୀନ ପଟ୍ଟନାୟକଙ୍କୁ ଆଟାକ୍ କରିବାକୁ ଯାଉଛନ୍ତି। ବାରିପଦାର ଛଉ ପଡ଼ିଆରୁ ଉଭୟ ନିଜର ରାଗ ବିଜେଡି ସରକାର ଉପରେ ଝାଡିବେ ବୋଲି ଖବର ରହିଛି। ଆଦିବାସୀଙ୍କ ଗଡ଼ ମୟୂରଭଞ୍ଜରୁ ଏକ ଅଣ-ରାଜନୈତିକ ବ୍ୟାନରରୁ ଅକ୍ଟୋବର ୨୧ରେ ବିଜୁ ଜନତା ଦଳ ଉପରେ ନିଶାନ କରିବେ ଦାମ-ବୈଜୟନ୍ତ। ୨ଅକ୍ଟୋବର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଦାମଙ୍କ ପରିବର୍ତ୍ତନ ଯାତ୍ରାରେ ପ୍ରଥମ ଥର ସାମିଲ ହେବାକୁ ଯାଉଛନ୍ତି ବିଜେଡିରୁ ନିଲମ୍ବିତ ବୈଜୟନ୍ତ ପଣ୍ଡା। ବିଜେଡିରୁ ବହିଷ୍କୃତ ବିଧାୟକ ଦାମଦୋର ରାଉତ ନବୀନଙ୍କୁ ଟାର୍ଗେଟ କରିବାକୁ ମାହଙ୍ଗା ନୃତ୍ତଙ୍ଗରୁ ଆରମ୍ଭ କରିଥିଲେ ପରିବର୍ତ୍ତନ ଯାତ୍ରା। କିନ୍ତୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତଙ୍କ ଅଭେଦ୍ୟ ଦୁର୍ଗ ମାହାଙ୍ଗା ହୋଇଥିଲେ ମଧ୍ୟ ଦାମଙ୍କ ସଭାରେ ସେ ଅନୁପସ୍ଥିତ ରହିଥିଲେ। ସେହିପରି ଗତ ୧୫ତାରିଖର ଦାମଙ୍କ ଜନ୍ମସ୍ଥାନ ଏରସମା ଜନସଭାରେ ବୈଜୟନ୍ତ ଦେଖା ମିଳିନଥିଲା।ତେବେ ଦାମ ରାଉତଙ୍କୁ ସମସ୍ତ ସହଯୋଗ ବୈଜୟନ୍ତ ପଣ୍ଡା ଯୋଗାଇ ଦେଉଥିବାର ଆଲୋଚନା ହେଉଛି।ଖୁସି ହେବେ ମୋଦିଙ୍କ ବିଶ୍ୱସ୍ଥ ମୁର୍ମୁ
ଅପରପକ୍ଷରେ ପରିବର୍ତ୍ତନ ଯାତ୍ରାର ୨୦ ଦିନ ପରେ ଦାମ ରାଉତଙ୍କ ସହ ମଞ୍ଚରେ ବୈଜୟନ୍ତ ବସିବା ପଛରେ ବଡ଼ କାରଣ ରହିଛି । ବାରିପଦା ଛଉ ପଡ଼ିଆ ସମାବେଶର ଖବର ସିଧା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ବିଶ୍ୱସ୍ଥ ଗିରିଶ ଚନ୍ଦ୍ର ମୁର୍ମୁ, ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀର । ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ଗିରିଶ ମୁର୍ମୁ ଥିଲେ ମୋଦିଙ୍କ ପ୍ରମୁଖ ଶାସନ ସଚିବ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଗୁଜରାଟ କ୍ୟାଡର ଗିରିଶ ମୁର୍ମୁ ଦିଲ୍ଲୀ ଆସି ଏବେ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ପଦରେ ଅବସ୍ଥାପିତ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଲଟିକାଲ୍ ସାଇନ୍ସରୁ ପିଜି ପାସ୍ କରିଥିବା ମୁର୍ମୁଙ୍କ ଯୋଗୁ ଦ୍ରୌପୁଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ହୋଇପାରିଲେ ବୋଲି ଚର୍ଚ୍ଚା ହେଉଥିଲା। ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜର ୫୬ଟି ଜିଲ୍ଲା ପରିଷଦ ଜୋନରୁ ୪୯ଟିରେ ବିଜେପି ବିଜୟୀ ହେବା ଲାଗି ମୁର୍ମୁଙ୍କ ଅନେକ ଶ୍ରେୟ ଦିଅନ୍ତି। ସେଥିପାଇଁ ବୈଜୟନ୍ତ ପଣ୍ଡା ଛଉ ପଡ଼ିଆରେ ଉପସ୍ଥିତ ରହିବାକୁ ପ୍ଲାନ କରିଥିବାର ଖବର ରହିଛି । ଭୁବନେଶ୍ୱରରୁ ଦେବଗଡ଼ ଭାୟା ବାଲେଶ୍ୱର ଦେଇ ବୈଜୟନ୍ତ, ବାରିପଦାରେ ପହଞ୍ଚୁଛନ୍ତି ବୋଲି ଶୁଣିବାକୁ ମିଳୁଛି।
ପ୍ରଧାନମନ୍ତ୍ରୀଙ୍କ ସହ ମୁର୍ମୁଟାର୍ଗେଟରେ ରହିବେ ଆଇଏଏସ
ମୋଦିଙ୍କ ଜନ୍ମଦିନରେ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇବାକୁ ବୈଜୟନ୍ତ ଯାଇଛନ୍ତି। ସେହିପରି ଆରଏସଏସର ବ୍ଲୁ-ଆଏଡ୍ ମ୍ୟାନ୍ ବିଜେପିର ସାଧାରଣ ସମ୍ପାଦକ ରାମମାଧବଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ବ୍ୟକ୍ତିଗତ ସମ୍ପର୍କ ଖୁବ ଭଲ। ସେପଟେ ଅମିତ ଶାହଙ୍କ ସହ ଭଲ ସମ୍ପର୍କ ଥାଇ ମଧ୍ୟ ବିଜେପିରେ ବୈଜୟନ୍ତଙ୍କ ଥଇଥାନ ଫର୍ମୁଲା ଫାଇନାଲ୍ ହୋଇପାରୁ ନାହିଁ। ତେଣୁ ଓଡ଼ିଶା ବିଜେପିକୁ ନ ରଗାଇ, ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ଥ ମୁର୍ମୁଙ୍କୁ ଇମ୍ପ୍ରେସ୍ କରିବା ଯୋଜନାରେ ଅଛନ୍ତି ବୈଜୟନ୍ତ। ଅନ୍ୟପଟେ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଛଉ ପଡ଼ିଆ ସାମବେଶରେ ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଯାତିତ ହୋଇଥିବାର ଅଭିଯୋଗ କରୁଥିବା ଯୁବତୀ ଜଣଙ୍କ ମଧ୍ୟ ଉପସ୍ଥିତ ରହିପାରନ୍ତି। ମୟୂରଭଞ୍ଜର ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ଯୁବତୀ ଜଣଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ସେହି ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ଥ ଆଇଏଏସ ଅଫିସରଙ୍କୁ ମଧ୍ୟ ଟାର୍ଗେଟ କରିବାର ସୁଯୋଗ ପାଇବେ ବୈଜୟନ୍ତ। ତେଣୁ ଏଭଳି ମୌକାକୁ ହାତଛଡା କରିବାକୁ ଆଦୌ ଚାହିଁବେ ନାହିଁ ବୈଜୟନ୍ତ।
ଏଥିସହ ପଢ଼ନ୍ତୁ-–ବିଜୁଙ୍କୁ ଗାଦିଚ୍ୟୁତ୍ କରିଥିବା ବାମଦଳ, ନିରଞ୍ଜନଙ୍କ ପାଇଁ ଆସେଟ୍ ହୋଇନପାରନ୍ତି