Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜୁଙ୍କୁ ଗାଦିଚ୍ୟୁତ୍ କରିଥିବା ବାମଦଳ, ନିରଞ୍ଜନଙ୍କ ପାଇଁ ଆସେଟ୍ ହୋଇ ନପାରନ୍ତି

By admin • October 11, 2018 • ପଲିଟିକ୍ସ
NIRANJAN-PATTNAIK-Gambling

ଭୁବନେଶ୍ୱର: ନିର୍ବାଚନ ପାଇଁ ଓଡ଼ିଶାରେ ବିଜେପି ଓ କଂଗ୍ରେସ ଛୋଟ ଛୋଟ ଦଳକୁ ସାଙ୍ଗରେ ନେବାକୁ ଉଦ୍ୟମ କରୁଛନ୍ତି। ବିଭିନ୍ନ ଛୋଟ ଦଳ ଗୁଡିକ ସହ ବୁଝାମଣା ହେବ ବୋଲି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି। ସେପଟେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବାମପନ୍ଥୀଙ୍କୁ ସାଙ୍ଗରେ ଧରି ସଭାସମିତି କଲେଣି। ନିଜ ଦଳର ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ମନ ସିନା ଜିଣି ପାରୁନାହାଁନ୍ତି, ହେଲେ ସମତାକ୍ରାନ୍ତି ଦଳର ଏକମାତ୍ର ବିଧାୟକ ଜର୍ଜ ତିର୍କୀଙ୍କୁ ଦଳରେ ମିଶାଇ ସୁନ୍ଦରଗଡ଼ରେ ସଂଗଠନ ମଜଭୁତ କରିବାକୁ ଉଦ୍ୟମ କଲେ ନିରଞ୍ଜନ। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ସହ ମେଣ୍ଟ କରି ମୟୂରଭଞ୍ଜ ଜିଲ୍ଲାରେ ବିଜେଡି-ବିଜେପିକୁ ଟକ୍କର ଦେବାକୁ ପ୍ଲାନ କରୁଛନ୍ତି ନିରଞ୍ଜନ ପଟ୍ଟନାୟକ। ଆଉ ବିଜେଡିର ବହିଷ୍କୃତ ବିଧାୟକ ଦାମଦୋର ରାଉତଙ୍କୁ, ନବୀନ ପଟ୍ଟନାୟକ ବିରୋଧି ମଞ୍ଚର ବ୍ରାଣ୍ଡ ଆମ୍ବସଡର କରିଛନ୍ତି ନିରଞ୍ଜନ।Janaki-Pattnaikଜେବିଙ୍କ ଫର୍ମୁଲା ରିପିଟ୍
ତେବେ ୧୯୯୫ରେ ବିଜୁ ପଟ୍ଟନାୟକ କ୍ଷମତାକୁ  ନଫେରିବା ପଛରେ, ବାମପନ୍ଥୀଙ୍କ ସହ ମେଣ୍ଟ ଭାଙ୍ଗିବା ବଡ଼ କାରଣ ଥିଲା। ଜନତା ଦଳର ତତ୍କାଳୀନ ପାଓ୍ୱାର ସେଣ୍ଟର ବିଜୟ ମହାପାତ୍ରଙ୍କ ଜିଦ୍ ଯୋଗୁ ବାମପନ୍ଥୀଙ୍କ ସହ ଜନତା ଦଳର ମେଣ୍ଟ ହୋଇ ପାରିନଥିଲା। କୁହାଯାଏ ଜନତା ଦଳ ସହ ବାମଦଳର ମତଭେଦ ପଛରେ ଜେ.ବି. ପଟ୍ଟନାୟକଙ୍କ ଭମିକା ମଧ୍ୟ ରହିଥିଲା। ଫଳରେ ୧୯୯୫ରେ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ନେତୃତାଧିନ  କଂଗ୍ରେସ ଶାସନକୁ ଫେରିଥିଲା। ଏବେ ଓଡ଼ିଶାରେ ପ୍ରାୟ ସେହି ଅବସ୍ଥା। ସମ୍ବିଧାନ ବଞ୍ଚାଅ ସଭାରେ ଯୋଗ ଦେବାକୁ  ବାମପନ୍ଥୀ ନେତାଏ କଂଗ୍ରେସ ଭବନକୁ ଯାଉଛନ୍ତି। ସିପିଏମର ବରିଷ୍ଠ ନେତା ଜନାର୍ଦ୍ଦନ ପତିଙ୍କୁ ସାଥିରେ ନେଇ ଖୋର୍ଦ୍ଧା ଜନଜାଗରଣ ସମାବେଶରେ ସାମିଲ ହେଉଛନ୍ତି କଂଗ୍ରେସ ସଭାପତି। କିନ୍ତୁ ଜେ.ବି.ପଟ୍ଟନାୟକଙ୍କ ଫର୍ମୁଲାକୁ ରିପିଟ୍ କଲେ ନିରଞ୍ଜନ ପଟ୍ଟନାୟକ ବିଫଳ ହେବା ସୁନିଶ୍ଚିତ। କାରଣ ୧୯୯୫ର ବାମପନ୍ଥୀର ସ୍ଥିତି ଆଜି ଓଡ଼ିଶାରେ ନାହିଁ। କାରଣ ଜେ.ବିଙ୍କ ସମୟରେ ଦ୍ୱିତୀକୃଷ୍ଣ ପଣ୍ଡା, ଲୋକନାଥ ଚୌଧୁରୀ, ଶିବାଜୀ ପଟ୍ଟନାୟକ, ନିତ୍ୟାନନ୍ଦ ପ୍ରଧାନ ଓ ପ୍ରସନ୍ନ ପଣ୍ଡାଙ୍କ ପରି ବାମପନ୍ଥୀ ନେତା ବାରମ୍ବାର ନିର୍ବାଚିତ ହେଉଥିଲେ। ବିଜୁ ପଟ୍ଟନାୟକ ଓ ଜେ.ବି.ପଟ୍ଟନାୟକଙ୍କ ପରି ନେତା ସେହି ବାମପନ୍ଥୀ ନେତାଙ୍କୁ ଟକ୍କର ଦେଉ ପାରୁନଥିଲେ। ଫଳରେ ୧୯୯୫ରେ ବିଜୁ ପଟ୍ଟନାୟକଙ୍କ ଏକାକୀ ଲଢ଼ି ସରକାର ଗଢ଼ିବା ଦମ୍ଭକୁ ପାଣିଚିଆ କରି ଦେଇଥିଲା ବାମ ଦଳ।NIRANJAN PATTNAIK@-KHURDAମିଡିଆରେ ବଞ୍ଚିଛି ବାମ ଦଳ
ଅପରପକ୍ଷରେ ଏବେକାର ସିପିଆଇ ନେତା ରାମକୃଷ୍ଣ ପଣ୍ଡା ହୁଅନ୍ତୁ କି ସିପିଏମର ଜନାର୍ଦ୍ଦନ ପତି ଏମାନେ ସମସ୍ତେ ମିଡିଆରେ ନେତା। ବଣାଇର ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିଧାନସଭାରେ ବାମଦଳର ଏକମାତ୍ର ପ୍ରତିନିଧି। ସୀମା ପୁନଃ ନିର୍ଦ୍ଧାରଣ ପରେ ନାରାୟଣ ରେଡୀଙ୍କ ପରି ଫାୟାରବ୍ରାଣ୍ଡ ନେତା,ବିଧାନସଭା ଆସି ପାରୁନାହାଁନ୍ତି। ନିତ୍ୟାନନ୍ଦ ପ୍ରଧାନଙ୍କୁ ଦଳରେ ମିଶାଇ ଗ଼ଞ୍ଜାମ ଜିଲ୍ଲାରେ କମ୍ୟୁନିଷ୍ଟ ଦଳର ଜଡ଼ ଦୋହଲାଇ ଦେଇଛନ୍ତି ନବୀନ ପଟ୍ଟନାୟକ। ପ୍ରସନ୍ନ ପଣ୍ଡାଙ୍କ ପରି ଛଅ ଛଅ ଥରର ବିଧାୟକ ଏବଂ ଲୋକନାଥ ଚୌଧୁରୀଙ୍କ ପରି ପୂର୍ବତନ ସାଂସଦଙ୍କ ଦେହାନ୍ତ ହୋଇଛି। ଆଉ ବୟସାଧିକ ଯୋଗୁ ଶିବାଜୀ ପଟ୍ଟନାୟକ ଏବଂ ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ପରି ବାମପନ୍ଥୀ ନେତା ରାଜନୈତିକ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି।NIRAJAN-WITH-LEFTଦୁର୍ବଳ ଶ୍ରମିକ ସଂଗଠନ
ସେହିଭଳି ୧୯୯୫ ପରି ଆଜି ଓଡ଼ିଶାରେ ବାମପନ୍ଥୀ ଶ୍ରମିକ ସଂଗଠନ ମଧ୍ୟ ଦୁର୍ବଳ ହୋଇଗଲାଣି। ବାମପନ୍ଥୀଙ୍କ ଗଡ଼ ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି ସ୍ଥିତି ଯଥେଷ୍ଟ ମଜଭୁତ। ଆଉ ଏବେକାର କମ୍ୟୁନିଷ୍ଟ ଲିଡରଙ୍କ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ନାହିଁ। ମହାନଦୀ ଜଳ ବିବାଦ ସମୟରେ ନବୀନ ପଟ୍ଟନାୟକଙ୍କ ସହ କମ୍ୟୁନିଷ୍ଟ ଲିଡର ଠିଆ ହେଉଛନ୍ତି। ତେଣୁ ସଂଗଠନ ଦୁର୍ବଳ ଥିବା ବାମପନ୍ଥୀ ଦଳ ୨୦୧୯ ନିର୍ବାଚନରେ କଂଗ୍ରେସକୁ ସହାୟକ ହେବ କେମିତି ?

ଏଥିସହ ପଢ଼ନ୍ତୁ-ଟାଇମ୍ ମାଗାଜିନରେ ସ୍ଥାନ ପାଇଥିବା ପ୍ରଥମ ବଲିଉଡ ଅଭିନେତ୍ରୀଙ୍କ ମୃତ୍ୟୁ, ଆଜି ବି ରହସ୍ୟ ଘେରରେ

CPM-CPIJanaki Ballabh PattnaikNiranjan PattnaikOdisha Congress
Tweet
0
କ୍ରିକେଟ ମୈଦାନରେ ଗୁପଚୁପ୍ ବିକାଳି : ୧୯ ବର୍ଷରୁ କମ୍ କ୍ରିକେଟର ଯଶସ୍ୱୀଙ୍କ ସଂଘର୍ଷ କାହାଣୀ
ଲଭର ବାର୍ଡସଙ୍କୁ ସାହସୀ କରୁଛି ପରଦାର ଲଭ୍ ଲାଇଫ୍ : ପ୍ରେମ ପାଇଁ ଜୀବନ ହାରି ଆଦର୍ଶ ପାଲଟିଛନ୍ତି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.