ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଭାଷାରେ”ଉତ୍କଳେ ନେତାର ନାହିଁ ପ୍ରୟୋଜନ,ଉତ୍କଳର ନେତା ସ୍ୱୟଂ ନାରାୟଣ”।ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ମୁରବୀ।ସେହି ବଳିଆରଭୁଜ,ଓଡ଼ିଆ ଜାତିର ପରିଚୟ ବୋଲି ପ୍ରତି ଓଡ଼ିଆଙ୍କର ବିଶ୍ୱାସ ରହିଛି।ପୂଣ୍ୟଭୂମି ଉତ୍କଳ ବା ଓଡ଼ିଶାର ପରିଚୟ ଜଗନ୍ନାଥ ବୋଲି ବିଶ୍ୱବାସୀ ମଧ୍ୟ ଜାଣନ୍ତି।କିନ୍ତୁ ବିଜୁ ଜନତା ଦଳ ଓଡ଼ିଆଙ୍କର ସେହି ପରିଚୟକୁ ଛଡ଼ାଇ ନେବାକୁ ବସିଛି।ଶାସକ ଦଳ ପ୍ରଚାର କଲାଣି”ନବୀନ ଓଡ଼ିଶାର ପରିଚୟ”।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ଲାଗି ଅପରିଚିତ ଥିବା ନବୀନ,କିପରି ହେଲେ ଓଡ଼ିଶାର ପରିଚୟ?କ୍ଷମତା ପାଇଁ ୧୯୯୭ରେ ଓଡ଼ିଶା ଆସିଥିବା ନବୀନ ପଟ୍ଟନାୟକ,କଣ ଜଗନ୍ନାଥଙ୍କ ଠାରୁ ଉଚ୍ଚରେ!ଗୋପବନ୍ଧୁଙ୍କ ଅନୁଚିନ୍ତାକୁ କାହିଁକି ନୀଚ୍ଚା ଦେଖାଇବାକୁ ବିଜେଡି ପକ୍ଷରୁ ଖବର କାଗଜରେ ବିଜ୍ଞାପନ ଦିଆଯାଉଛି? ନିର୍ବାଚନ ଜିତିବା ଲାଗି“ନବୀନ ଓଡ଼ିଶାର ପରିଚୟ” ବିଜ୍ଞାପନଟି ଓଡ଼ିଆଙ୍କ ଲାଗି ଅପମାନ ବୋଲି ଚର୍ଚ୍ଚା ହେଉଛି।
ଅବଶ୍ୟ ବିଜେଡି ଶାସନରେ ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।ନବକଳେବର ସମୟରେ ବ୍ରହ୍ମବିଭ୍ରାଟ ହୋଇଛି।ରତ୍ନଭଣ୍ଡାରର ଚାବି ହଜିଛି,ଜଗନ୍ନାଥ ଉପାସ ମଧ୍ୟ ରହିଛନ୍ତି। ଅପରପକ୍ଷରେ ନିର୍ବାଚନ ବର୍ଷରେ’କାଳିଆ’ନାଁକୁ ବ୍ୟବହାର କରି ଭୋଟ ହାତେଇବା କାମ କରିଛି ବିଜେଡି।ଯଦିଓ ବିଜେଡିର ନେତୃବର୍ଗ ଜାଣନ୍ତି ଯେ ମହାପ୍ରଭୁ ବଳଭଦ୍ରଙ୍କୁ ଓଡ଼ିଆମାନେ ଚାଷବାସ ପାଇଁ ପୂଜା କରନ୍ତି।କିନ୍ତୁ“କାଳିଆ” (KALIA-Krushak Assistance For Livelihood & Income Augmentation)ଠାକୁର ନାଁରେ ଯୋଜନା ଆରମ୍ଭ କରିଦେଲେ।“କାଳିଆ” ନାଁକୁ ବ୍ୟବହାର କରି କୃଷକଙ୍କ ଭୋଟ ନେବା ଯୋଜନାରେ ବିଜେଡି ରହିଛି।କିନ୍ତୁ ସେହି କଳାଠାକୁରଙ୍କ ବଦଳରେ ନବୀନ କିପରି ଓଡ଼ିଆଙ୍କର ପରିଚୟ ହେଲେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।
ପଢ଼ନ୍ତୁ-ବିଜୁଙ୍କ ପ୍ରୟୋଗଶାଳା କେନ୍ଦ୍ରାପଡ଼ାରେ ପାର୍ଟ ଟାଇମ୍ ପଲଟିସିଆନ୍