ବିଭିନ୍ନ କ୍ଷେତ୍ରରେ ଭାରତୀୟ ନିଜର ଉତ୍କର୍ଷତା ପ୍ରଦର୍ଶନ କରୁଛନ୍ତି। ବିଶ୍ୱ ନେତୃତ୍ୱରେ ମଧ୍ୟ ଭାରତୀୟ ଶୀର୍ଷ ସ୍ଥାନରେ ରହି ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଆମେରୀକାର ଉପରାଷ୍ଟ୍ରପତି ପଦରେ ଭାରତୀୟ ବଂଶୋଦ୍ଭବ ନିଜର ସ୍ୱତନ୍ତ୍ରତା ପ୍ରଦର୍ଶନ କରିଥିଲାବେଳେ ଏକ ନାଟକୀୟ ମୋଡରେ ପୁଣି ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଦୌଡରେ ଋଷି ସୁନକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗରେ ଥିଲେ।ସେ ତାଙ୍କର ପ୍ରତିଯୋଗୀ ପେନି ମରଡଣ୍ଟଙ୍କୁ ପଛରେ ପକାଇ  ବିଜୟୀ ହୋଇଛନ୍ତି।

ମନ ଜିତିଲେ ଭାରତୀୟ
ବ୍ରିଟେନର ପ୍ରଧାନମନ୍ତ୍ରୀ ପଦକୁ ନେଇ ଏକ ଲମ୍ବା ରେସ୍ ଚାଲିଥିଲା। ଏଥିରେ ବହୁ ପ୍ରତିଯୋଗୀ ସାମିଲ୍  ମଧ୍ୟ ହୋଇଥିଲେ। ମାତ୍ର ସମସ୍ତଙ୍କୁ ପଛରେ ପକାଇ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍ ବିଜୟୀ ହୋଇଛନ୍ତି। ଏହ। ପୂର୍ବରୁ ସୁନକ ବୋରିସ ଜନସନଙ୍କ ସରକ।ରରେ ଅର୍ଥମନ୍ତ୍ରୀ ଥିଲେ। ସେ କରୋନ। କ।ଳରେ ଜବ୍ ରିଟେନସନ ସ୍କିମ୍ ଲ।ଗୁ କରି ବେଶ୍ ଚର୍ଚ୍ଚ।କୁ ଆସିଥିଲେ। ବୋରିସ୍ ଜନସନଙ୍କ ପରେ ଋଷି ସୁନକ ଓ ଲିଜ୍ ଟ୍ରସ ନିର୍ବ।ଚନ ଲଢିଥିଲେ। ଶେଷ ମୁହୂର୍ତ୍ତରେ ଲିଜ ଟ୍ରସ ନିର୍ବ।ଚନରେ ବିଜୟୀ ହୋଇ ପ୍ରଧ।ନମନ୍ତ୍ରୀ ହୋଇଥିଲେ। ପ୍ରତିଶ୍ରୁତି ପୁରଣ ନକରିପ।ରିବ।ରୁ ପ୍ରଧ।ନମନ୍ତ୍ରୀ ହେବ।ର ମ।ତ୍ର ୬ ସପ୍ତ।ହ ମଧ୍ୟରେ ନିଜ ପଦରୁ ଇସ୍ତଫ। ଦେଇଥିଲେ। କଂଜର୍ଭେଟିଭ୍ ପ।ର୍ଟିର ଅନ୍ୟତମ ପ୍ରଧ।ନମନ୍ତ୍ରୀ ପ୍ର।ର୍ଥୀ ପେନି ମରଡଣ୍ଟଙ୍କୁ ପଛରେ ପକ।ଇ ରୁଷି ସୁନକ ବିଜୟ ହ।ସଲ କରିଛନ୍ତି। ତାଙ୍କର ବିଜୟରେ ଭାରତ ବାସୀ ବେଶ୍ ଉତ୍ସାହିତ  ଅଛନ୍ତି। ରୁଷି ସୁନକ ହେଉଛନ୍ତି ଭ।ରତୀୟ ବଂଶୋଦ୍ଭବ। ତାଙ୍କ ପରିବାର ପଞ୍ଜାବ ବାସୀନ୍ଦା। ତାଙ୍କର ଏହି ବିଜୟ ଫଳରେ ଇତିହାସ କଡ଼ ଲେଉଟାଇଛି ବୋଲି ଚର୍ଚ୍ଚା ହେଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା