Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜେଡିର ୧୪ ଜଣିଆ କଥାକାର ଟିମ୍, ବୈଜୟନ୍ତଙ୍କୁ କାଉଣ୍ଟର କରିବେ ଅମର-ଅତନୁ

By admin • October 12, 2018 • ନ୍ୟୁଜ୍, ପଲିଟିକ୍ସ
NABIN PATNAIK TEAM

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିରୋଧିଙ୍କୁ ଜବାବ ଦେବା ଲାଗି ନବୀନ ପଟ୍ଟନାନାୟଙ୍କୁ ସହଯୋଗ କରିବେ ୧୪ଜଣ କଥାକାର ନେତା। ସେଥିପାଇଁ ନିଜ କୁହାଳିଆ ଟିମର ନବକଳେବର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଡଭକେଟ ଅସୀମ ଅଭିତାଭ ଦାସ ଏବଂ  ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ହଟାଇଛନ୍ତି। ଜଣେ ବିଧାୟକଙ୍କୁ ଆଉଟ୍ କରି ମୁଖପାତ୍ର ଟିମରେ ସାମିଲି କରିଛନ୍ତି ଅତନୁ ସବ୍ୟସାଚୀ ନାୟକ ଏବଂ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ। ତେବେ ଅତନୁ ଓ ପୁଷ୍ପେନ୍ଦ୍ରଙ୍କ ଏଣ୍ଟ୍ରିକୁ ନେଇ ଯୁବ ମୁଖପାତ୍ର ଅରୁଣ ସାହୁ ଖୁସି ନଥିବେ। ସେପଟେ ସୁଲୋଚନା ଦାସଙ୍କୁ ଟିମରେ ରଖି ମହିଳା ପ୍ରତିନିଧିତ୍ୱକୁ ସ୍ଥାନ ଦେଇଛି ବିଜୁ ଜନତା ଦଳ।
ମୁଖପାତ୍ର ନିଯୁକ୍ତ ପ୍ରେସ ବିଜ୍ଞପ୍ତିBJD PRESS RELEASE-SPOKESPERSONBaijayant Pandaବୈଜୟନ୍ତଙ୍କ ବିକଳ୍ପ ଅମର
ପ୍ରିନସପାଲ ଆକାଉଣ୍ଟାଟ ଜେନରାଲ ଚାକିରି ଛାଡି ଗତ ଅଗଷ୍ଟ ୨୯ରେ ବିଜେଡିରେ ମିଶିଥିବା ଅମର ପଟ୍ଟନାୟକଙ୍କୁ ମୁଖପାତ୍ରର ଦାୟିତ୍ୱ ମିଳିଛି । ଭଲ ଇଂରାଜୀ କହୁଥିବା ଅମର ପଟ୍ଟନାୟକଙ୍କୁ ପୂର୍ବରୁ ବିଜେଡି ଆଇଟି ହେଡ କରାଯାଇଛି ।ଏହା ମଧ୍ୟରେ ଭୁବନେଶ୍ୱର ୟୁନିଟ୍ 3ରେ ଅମର ପଟ୍ଟନାୟକଙ୍କୁ ଏକ ଘର ବିଜେଡି ପକ୍ଷରୁ ଦିଆ ଯାଇଥିବାର ଖବର ରହିଛି । ତେବେ ଏକ ଘରୋଇ ଏଫଏମ ରେଡିଓର ଆଲୋଚନା ଚକ୍ରରେ ଭାଗ ନେଇ ଅମର ପଟ୍ଟନାୟକ ସଫଳ ହୋଇଥିବାରୁ, ତାଙ୍କୁ ବିଜେଡି ମୁଖପାତ୍ର ଦାୟିତ୍ୱ ମିଳିଛି ବୋଲି ଶୁଣିବାକୁ ମିଳୁଛି। ଏମିତି ବି  ଓଡ଼ିଶାରେ ଆକାଉଣ୍ଟାଟ ଜେନରାଲ ଥିବା ସମୟରେ ଅମର, ବହୁତ ଭଲ ଭାବେ ମିଡିଆକୁ ହ୍ୟାଣ୍ଡେଲ କରୁଥିଲେ। ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବା ଏବଂ ଜର୍ଣ୍ଣାଲିଷ୍ଟଙ୍କ ଓଡ଼ିଆ-ହିନ୍ଦୀ-ଇଂରାଜୀ ପ୍ରଶ୍ନର ଉତ୍ତର ମଧ୍ୟ ସେହି ଭାଷାରେ ଦେବାରେ ଅମର ଅଭ୍ୟସ୍ତ। ସେଥିପାଇଁ ନିର୍ବାଚନୀ ବର୍ଷରେ ଜାତୀୟ ଗଣମାଧ୍ୟମକୁ ସାମନା କରିବାର ଦାୟିତ୍ୱ ଦେଇ ବୈଜୟନ୍ତ ପଣ୍ଡାଙ୍କ ବିକଳ୍ପ ଭାବେ ଅମରଙ୍କୁ ପ୍ରସ୍ତୁତ କରୁଛି ବିଜେଡି। ଯଦିଓ ସିବିଆଇର ପୂର୍ବତନ ମୁଖପାତ୍ର ଗିରିଧାରୀ ମହାନ୍ତି ବିଜେଡିର ନ୍ୟାସନାଲ ସ୍ପୋକସ୍ ପର୍ସନ ତେବେ ଭୁବନେଶ୍ୱରରେ ନ୍ୟାସନାଲ ମିଡିଆକୁ ଅମର ପଟ୍ଟନାୟକ ହ୍ୟାଣ୍ଡେଲ କରିପାରନ୍ତି।Debasish Marandiଆଦିବାସୀ କାର୍ଡରେ ଦେବାଶିଷଙ୍କୁ ଦାୟିତ୍ୱ
ମୟୂରଭଞ୍ଜକୁ ନେଇ ବିଜେଡି ଖୁବ ଚିନ୍ତିତ। ଅରୁଣ ସାହୁଙ୍କ ସହ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମୟୂରଭଞ୍ଜର ସହ ପ୍ରଭାରୀ କରିଛି ଦଳ । ଅଚ୍ୟୁତଙ୍କ କିସ୍ ସଂସ୍ଥା ଦ୍ୱାରା ଆଦିବାସୀ ଭୋଟରଙ୍କୁ ନିଜର କରିବା ଲାଗି ବିଜେଡି ଯୋଜନା କରିଥିଲା। ହେଲେ ଏହା ମଧ୍ୟରେ ମୟୂରଭଞ୍ଜର ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡୁ ବିଜେଡି ଛାଡି ଜେଏମଏମରେ ମିଶିଲେଣି। ବର୍ତ୍ତମାନର ସାଂସଦ ରାମଚନ୍ଦ୍ର ହାଁସଦା ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହେବା ପରେ ବିଜେଡି ତାଙ୍କୁ କରଛଡା ଦେଉଛି। ସେଥିପାଇଁ ବିକଳ୍ପ ଭାବେ ଡାକ୍ତର ଦେବାଷିଷ ମାର୍ଣ୍ଡିଂଙ୍କୁ ପ୍ରମୋଟ୍ କରି ମୁଖପାତ୍ର କରିଛି ।୨୦୧୪ରେ ଜେଏମଏମର ଲୋକସଭା ପ୍ରାର୍ଥୀ ଦେବାଶିଷଙ୍କୁ ଦଳରେ ମିଶାଇବା ପରେ ଏହା ତାଙ୍କର ତୃତୀୟ ପ୍ରମୋଶନ। ଦେବାଶିଷଙ୍କୁ ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ସୂତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ କରାଗଲା। ପରେ ତାଙ୍କୁ ରାଜ୍ୟ ମିଡିଆ ପ୍ୟାନେଲିଷ୍ଟ, ଏବେ ମୁଖପାତ୍ର। ଏସସିବି ମେଡିକାଲ କଲେଜ ଛାତ୍ରସଂସଦର ପୂର୍ବତନ ସଭାପତି ଡାକ୍ତର ଦେବାଶିଷ ମାର୍ଣ୍ଡିଂ ମଧ୍ୟ ମିଡିଆକୁ ଭଲ ଭାବରେ ସାମନା କରିପାରନ୍ତି। ଦେବାଶିଷଙ୍କ ପ୍ରମୋଶନରେ ବିଜେଡି ମୟୂରଭଞ୍ଜବାସୀଙ୍କୁ ବାର୍ତ୍ତା ଦେବ ଯେ ଶାସକ ଦଳ ଆଦିବାସୀଙ୍କ ସହ ରହିଛି। ତେବେ ଯାହାବି ହେଉ ଜେଏମଏମର ସଂଗଠନ ମଜଭୁତ ହେବା ଏବଂ ଲକ୍ଷ୍ମଣ ଟୁଡୁଙ୍କ ଦଳ ଛାଡିବା ଦେବାଶିଷଙ୍କୁ ଫାଇଦା ଦେଉଛି।
ଅତନୁ-ପୁଷ୍ପେନ୍ଦ୍ର ଯୋଡି ଫେରିଲେ
ଗତ ପଞ୍ଚାୟତ ନିର୍ବାଚନର ପରେ ମନ୍ତ୍ରୀ ପଦ ହରାଇଥିଲେ ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ । ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖପାତ୍ର ପଦରୁ ହଟାଇ ଦେଲା ବିଜେଡି । ଫଳରେ କଳାହାଣ୍ଡି ଜିଲ୍ଲାରେ ପ୍ରଚାର ହେଲା ଯେ ରାଜ୍ୟ ନେତୃତ୍ୱ ଜିଲ୍ଲାକୁ ଗୁରୁତ୍ୱ ଦେଉନାହିଁ। ସେଭଳି ଆଲୋଚନାରେ ଫୁଲଷ୍ଟପ ପକାଇବାକୁ ଅଭିଜ୍ଞ ପୁଷ୍ପେନ୍ଦ୍ରଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି । ସେପଟେ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡରେ ମନ୍ତ୍ରୀ ପଦ ହରାଇଥିବା ଅତନୁ ସବ୍ୟସାଚୀ ନାୟକଙ୍କ ଉପରେ ନବୀନ ନିବାସ ଖୁସି । ଗତ ସେପ୍ଟମ୍ବର ୨୯ରେ ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ଉପଦେଷ୍ଟା ଭାବେ ନିଯୁକ୍ତ ପାଇଥିବା ଅତନୁଙ୍କୁ ମୁଖପାତ୍ର କରାଯାଇଛି । କେନ୍ଦ୍ରାପଡ଼ାରୁ ୨ଜଣ ମୁଖପାତ୍ର ହେବା ଇଙ୍ଗିତ କରୁଛି କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଇଫେକ୍ଟ ରହିଛି। ବୈଜୟନ୍ତଙ୍କ ପ୍ରଭାବକୁ କାଉଣ୍ଟର କରିବାକୁ ସାଂସଦ ପ୍ରତାପ କେଶରୀ ଦେଓଙ୍କ ସହ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ମିଳିଛି।

Amar PattnaikAtunu Sabayasachi NayakBaijayanta PandaBJDNabin Patnaik
Tweet
0
ସାଜିଦ୍ ଖାଁଙ୍କ ବିରୋଧରେ ମହିଳା ଜର୍ଣ୍ଣାଲିଷ୍ଟ ଆଣିଲେ ଯୌନ ଶୋଷଣ ଅଭିଯୋଗ, #MeToo ଚକ୍ରବ୍ୟୁହରେ ବଲିଉଡ୍
‘ଠଗସ୍ ଅଫ୍ ହିନ୍ଦୁସ୍ତାନ’: ହ୍ରିତିକ ନା କଲେ, ହଁ ଭରିଥିଲେ ଆମୀର

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.