Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଦିନ ମଜୁରିଆଙ୍କ ପୁଅକୁ ତୀରନ୍ଦାଜରେ ଟୋକିଓ ଅଲମ୍ପିକ୍ସ ଟିକେଟ

By admin • June 20, 2019 • ସ୍ପୋର୍ଟସ୍

ପ୍ରବୀଣ ଯାଦବ। ଏହି ନାଁକୁ ହାତ ଗଣତି କିଛି ଲୋକ ଜାଣିଥିଲେ ଆଗରୁ।ମୂଲିଆ ବାପାର ପୁଅ।ଏବେ ଦେଶ ପାଇଁ ଗୌରବ ଆଣିଛନ୍ତି।ନେଦରଲ୍ୟାଣ୍ଡରେ ଶେଷ ହୋଇଥିବା ବିଶ୍ୱ ତୀରନ୍ଦାଜ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଦଳଗତ ଇଭେଣ୍ଟରେ ସିଲଭର ମେଡାଲ୍ ଜିତି ହାତେଇଛନ୍ତି 2020ଟୋକିଆ ଅଲିମ୍ପିକ୍ସ ପାଇଁ ଏଣ୍ଟ୍ରି ଟିକେଟ।୧୪ବର୍ଷ ପରେ ଭାରତ ତୀରନ୍ଦାଜରେ ସଫଳତା ପାଇଛି।୨୦୦୫ରେ ଶେଷ ଥର ପାଇଁ ଭାରତ ଖାତାରେ ପଡ଼ିଥିଲା ସିଲଭର ମେଡାଲ୍।ପ୍ରବୀଣଙ୍କ ସଫଳତାର ଯାତ୍ରା ଭାରି ଦୁଃଖଦ ଓ ସଂଘର୍ଷପୂର୍ଣ୍ଣ।ଅନେକ ଘାତ ପ୍ରତିଘାତ ପାର କରି ସଫଳତାକୁ ହାତମୁଠାରେ ପାଇଥିବା ପ୍ରବୀଣଙ୍କ ଜୀବନ କାହାଣୀ ଶୁଣିଲେ ଆଖି ଜକେଇ ଆସିବ।ତାଙ୍କୁ ସାଲ୍ୟୁଟ କରିବାକୁ ଇଚ୍ଛା ହେବ।
ମହାରାଷ୍ଟ୍ରର ଛୋଟିଆ ଗାଁରେ ଘର।ବାପା ଦିନ ମଜୁରିଆ।ଦି’ଓଳି ଖାଇବା ଯୋଗାଡ଼ କରିବା ବି ମୁସ୍କିଲ୍ ହୋଇପଡେ।ନାଳନର୍ଦ୍ଦମା ପାଖରେ ବସ୍ତିର ଏକ କୁଡ଼ିଆ ଘରେ ରହୁଥିଲେ।ବିଜୁଳି ନଥିଲା କି ପିଇବା ପାଇଁ ଭଲ ପାଣି ମୁନ୍ଦେ ବି ପାଉନଥିଲେ। ବାପା ବୁଢ଼ା ହୋଇଯାଇଥିବାରୁ ଘର ଦାୟିତ୍ୱ ପ୍ବୀରଣଙ୍କ କାନ୍ଧରେ।ବାପା ଚାହୁଁଥିଲେ ପୁଅ ଡ୍ରେସ୍ ଦୋକାନରେ କାମ କରୁ। କାମ କଲେ,କିନ୍ତୁ ଖେଳ ଛାଡ଼ି ନଥିଲେ ପ୍ରବୀଣ।
ସାହାଯ୍ୟ କଲେ ସାର୍
ପ୍ରାଇମେରୀ ସ୍କୁଲରେ ପଢ଼ିବା ବେଳେ କ୍ରୀଡ଼ାକୁ କ୍ୟାରିୟର କରିବାକୁ ପ୍ରବୀଣଙ୍କୁ ପରାମର୍ଶ ଦେଇଥିଲେ ତାଙ୍କର ସାର୍ ବବନ ଭୂଜବଳ।ତାଙ୍କ କଥା ମାନି ସେ ଆଥଲେଟକୁ ବାଛିଲେ। କାରଣ ଏହି ଇଭେଣ୍ଟ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ବେଶୀ ପଡ଼ିବ ନାହିଁ।ଆର୍ଥିକ ସହୟତା ଦେଲେ ସାର୍।ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ୪୦୦ ଓ ୮୦୦ମିଟର ରେସରେ ବିଜୟୀ ହେଲେ।ପ୍ରଦର୍ଶନ ଦେଖି ମହାରାଷ୍ଟ୍ର ସରକାରଙ୍କ କ୍ରୀଡ଼ା ପ୍ରବୋଧିନି ଯୋଜନାରେ ପ୍ରବୀଣଙ୍କୁ ଫ୍ରି କୋଚିଂ ମିଳିଲା।
ଆଥଲେଟିକ୍ସରୁ ଆର୍ଚେରୀ
କ୍ରୀଡ଼ା ପ୍ରବୋଧିନି ଯୋଜନାରେ ଆଡମିସନ ପାଇଁ ପରୀକ୍ଷା ଦେଲେ ପ୍ରବୀଣ।ଲମ୍ବା ହାତ ଓ ଷ୍ଟାମିନା ଦେଖି କୋଚ୍ ପ୍ରଫୁଲ୍ଲ ଡାଙ୍ଗେ ପ୍ରବୀଣଙ୍କୁ ତୀରନ୍ଦାଜ ଖେଳିବା ପାଇଁ କହିଥିଲେ। ୨୦୧୨ରେ ଆଥଲେଟ୍ ଛାଡ଼ି ହୋଇଗଲେ ତୀରନ୍ଦାଜ ଖେଳାଳି।ସେତେବେଳେ ଘରର ଆର୍ଥିକ ବୋଝ ମୁଣ୍ଡରେ ମୁଣ୍ଡାଇଥିଲେ ପ୍ରବୀଣ।କପଡ଼ା ଦୋକାନରେ କାମ କରୁଥିଲେ।ଝଡ଼ଝଞ୍ଜା ସତ୍ତ୍ୱେ ନିଜ ସ୍ୱପ୍ନ ସହ ସାଲିସ କରି ନଥିଲେ।ବାଉଁଶ ତିଆରି ଧନୁ ତୀରରେ ଜାରି ରଖିଥିଲେ ଅଭ୍ୟାସ।୨୦୧୫ରେ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ପାଦ ଥାପିଥିଲେ।ସିନିଅର୍ ବର୍ଗରେ ବିଶ୍ୱ ଚାମ୍ପିଅନସିପ୍ ଥିଲା ତାଙ୍କ କ୍ୟାରିଅରର ଦ୍ୱିତୀୟ ପ୍ରତିଯୋଗିତା।ବର୍ଲିନରେ ତୀରନ୍ଦାଜ ବିଶ୍ୱକପ ଜିତିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରବୀଣ।

ମଫସଲରୁ ନେଦରଲ୍ୟାଣ୍ଡ ଯାତ୍ରା
କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ସଫଳତା ପାଇଛନ୍ତି ପ୍ରବୀଣ।ପ୍ରଥମେ ଜୁନିଅର ଲେଭଲରେ ସଫଳତା ସାଉଁଟିଲେ।ଓ୍ୱାର୍ଲଡ ଚାମ୍ପିଅନସିପ୍ ଟ୍ରାଏଲରେ ତରୁଣଦୀପ ରାୟଙ୍କ ପରେ ତାଙ୍କୁ ଦ୍ୱିତୀୟ ସ୍ଥାନରେ ଚୟନ କରାଗଲା।ଗତବର୍ଷ ସ୍ପୋର୍ଟସ କୋଟାରେ ତାଙ୍କୁ ଭାରତୀୟ ସେନାରେ ଚାକିରି ମିଳିଛି।ପ୍ରବୀଣ ଆଶା ରଖିଛନ୍ତି ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିବେ।

Praveen YadavSilver Medal in World Archery Championship
Tweet
0
ପ୍ରତିଦ୍ୱନ୍ଦ୍ୱୀ ଚିହ୍ନି ପାରିଲେନି:BJP ବଦଳରେ ଆଞ୍ଚଳିକ ଦଳକୁ ଟାର୍ଗେଟ କରୁଥିଲେ ରାହୁଲ
କୋହଲିଙ୍କ ପରେ କାହାକୁ ଅନ୍‌ ଲାଇନରେ ଅଧିକ ସର୍ଚ୍ଚ କରୁଛନ୍ତି ଫ୍ୟାନ୍‌?ସେ ଧୋନି ନୁହନ୍ତି

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.