ଇଅନ୍ ମୋର୍ଗାନ ଛକା ବର୍ଷା କଲେ, ଶାନ୍ତିରେ ଶୋଇ ପାରିଲେନି ରସିଦ ଖାନ୍

ଚଳିତ ବିଶ୍ୱକପରେ ପୈସା ଓ୍ୱସୁଲ୍ ଇନିଂସ ଖେଳିଛି ଆୟୋଜକ ଇଂଲଣ୍ଡ। ଦୁର୍ବଳ ଆଫଗାନିସ୍ତାନକୁ ୧୫୦ ରନରେ ହରାଇ ବୃହତ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ରନ୍ ପାହାଡ଼ ଠିଆ କରିଥିଲା ଇଂଲଣ୍ଡ। ଆଫଗାନିସ୍ତାନ ଆଗରେ ୩୯୮ ରନ୍ ଟାର୍ଗେଟ ରଖିଥିଲା। ମ୍ୟାଚର ହିରୋ ସାଜିଥିଲେ କ୍ୟାପଟେନ୍ ଇଅନ ମୋର୍ଗାନ୍। ବିସ୍ଫୋରକ ଶତକ ମାରିଛନ୍ତି। ବ୍ୟାଟ୍ ଘୂରାଇଲେ, ବଲ୍ ଖାଲି ଉଡୁଥିଲା। ଛକା ପରେ ଛକା ମାରି ଚାଲିଲେ। ପଡ଼ିଆ ଭିତରେ କେବଳ ଚାତକ ପରି ଅନାଇ ରହୁଥିଲେ ଆଫଗାନ୍ ବୋଲର୍। ଛକାରେ ଛକାରେ ସେଞ୍ଚୁରୀ ପିଟିଦେଲେ। ଯେତେବେଳେ ତାଙ୍କ ବ୍ୟାଟ୍ ଅଟକିଲା, ସେତେବେଳେ ଅନେକ ବିଶ୍ୱରେକର୍ଡ ଯୋଡ଼ି ସାରିଥିଲା ତାଙ୍କ ନାଁରେ।
ବିଶ୍ୱକପରେ ମୋର୍ଗାନଙ୍କ ଛକା ବର୍ଷାଇଅନ୍ ମୋର୍ଗାନ ଖେଳିଥିଲେ ୭୧ ବଲ୍। ସଂଗ୍ରହ କରିଥିଲେ ୧୪୮ ରନ୍। ଏହା ଭିତରେ ଥିଲା ୧୭ ଛକା ଓ ମାତ୍ର ୪ଟି ଚୌକା । ଗୋଟିଏ ଇନିଂସରେ ୧୭ଟି ଛକା ମାରି ଓ୍ଵାନ୍ ଡେ କ୍ରିକେଟରେ ବିଶ୍ୱରେକର୍ଡ ନିଜ ନାଁରେ କରିଛନ୍ତି ମୋର୍ଗାନ। ପୂର୍ବରୁ ଅଧିକ ଛକା ମାରିବାରେ ରେକର୍ଡ ଥିଲା ରୋହିତ ଶର୍ମା, କ୍ରିସ୍ ଗେଲ୍ ଓ ଏ. ବି. ଡିଭିଲିୟର୍ସଙ୍କ ନାଁରେ। ସେମାନେ ୧୬ଟି ଲେଖାଏଁ ଛକା ମାରିଥିଲେ। ସେହିପରି ବିଶ୍ୱକପ୍ରେ ଦ୍ରୁତତମ ଶତକ କରିବାରେ ମୋର୍ଗାନ ଚତୁର୍ଥ ସ୍ଥାନରେ ଅଛନ୍ତି। ୫୭ଟି ବଲ୍ରେ ଶତକ କରିଥିଲେ। ବିଶ୍ୱକପରେ ଦ୍ରୁତ ଶତକ (୫୦ବଲରେ) କରିବାରେ ରେକର୍ଡ ଆୟରଲାଣ୍ଡର କେଭିନ୍ ଓବ୍ରାଏନଙ୍କ ନାଁରେ ରହିଛି। ଆଫଗାନିସ୍ତାନର ଭାଗ୍ୟ ଭଲ, ତିନି ଓଭର ବାକି ଥିବା ବେଳେ ପାଭିଲନ୍ ଫେରିଥିଲେ ମୋର୍ଗାନ୍।
6️⃣6️⃣6️⃣6️⃣6️⃣6️⃣6️⃣6️⃣6️⃣6️⃣6️⃣6️⃣6️⃣6️⃣6️⃣6️⃣6️⃣#EoinMorgan blasted a world-record 17 sixes in a spectacular innings of 148 from just 71 balls! 💥 #CWC19 pic.twitter.com/SbUl0RsUSD
— ICC (@ICC) June 18, 2019
ଖରାପ୍ ରେକର୍ଡର ଅଧିକାରୀ ରସିଦ ଖାନ୍ଇଂଲଣ୍ଡ ବିପକ୍ଷ ଇନିଂସକୁ କେବେ ବି ଭୁଲି ପାରିବେ ନାହିଁ ଆଫଗାନିସ୍ତାନ ସ୍ପିନର ରସିଦ ଖାନ। ମୋର୍ଗାନ ଏମିତି ଧୁଲେଇ କରିଥିଲେ ଯେ ତାଙ୍କ ବଲ୍ ଆଉ ସ୍ପିନ୍ କରି ନଥିଲା। ୯ ଓଭର୍ ବୋଲିଂ କରି ୧୧୦ ରନ୍ ବ୍ୟୟ କରିଥିଲେ ରସିଦ ଖାନ୍। ଗୋଟିଏ ବି ଓ୍ୱିକେଟ ନେଇ ପାରିଲେ ନାହିଁ। ବିଶ୍ୱକପ୍ ଇତିହାସରେ ସବୁଠୁ ଖରାପ ପ୍ରଦର୍ଶନ। ଏହି ରେକର୍ଡ ରହିଛି ନ୍ୟୁଜିଲାଣ୍ଡ ମାର୍ଟିନ୍ ସ୍ନେଡେନଙ୍କ ନାଁରେ। ୧୯୮୩ ବିଶ୍ୱକପରେ ସେ ୧୨ ଓଭର ବୋଲିଂ କରି ୧୦୫ ରନ୍ ଦେଇଥିଲେ। ଓ୍ଵାନ୍ ଡେରେ ସର୍ବାଧିକ ରନ୍ ବ୍ୟୟ କରିବା ରେକର୍ଡ ରହିଛି ଅଷ୍ଟ୍ରେଲିଆର ମିକ୍ ଲୁଇସଙ୍କ ନାଁରେ। ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷପରେ ୧୧୩ ରନ୍ ଦେଇଥିଲେ। ରସିଦ ଖାନ୍ ନିଜ କୋଟା ପୂରଣ କରିଥିଲେ ବିଶ୍ୱ ରେକର୍ଡ ବୁକରୁ ଲୁଇସଙ୍କ ନାଁ ହଟି ରସିଦଙ୍କ ନାଁରେ ଲେଖାଯାଇ ଥାଆନ୍ତା।
9 overs
110 runs
No wicketsRashid Khan hasn’t had the best day at the office so far… 😶 pic.twitter.com/DdjWNfz2MS
— Cricket World Cup (@cricketworldcup) June 18, 2019
ପୁରା ଇନିଂସରେ ଇଂଲଣ୍ଡ ଟିମ୍ ୨୫ଟି ଛକା ମାରିଥିଲା। ପୂର୍ବରୁ ୱେଷ୍ଟଇଣ୍ଡିଜ ବିରୋଧରେ ଇଂଲଣ୍ଡ ୨୪ଟି ଛକା ମାରି ରେକର୍ଡ କରିଥିଲା। ନିଜ ରେକର୍ଡ ନିଜେ ଭାଙ୍ଗିଛି ଇଂଲଣ୍ଡ।
Connect With Us