କ୍ରିକେଟ୍ କ୍ଷେତ୍ରରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଆଜି ୧୪ ବର୍ଷରେ ପାଦ ଦେଇଛି। ୨୦୦୮ ଏପ୍ରିଲ ୧୮ ତାରିଖରେ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ସେବେଠାରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଏହି କେଳ ଅନେକ କ୍ରିକେଟପ୍ରେମୀଙ୍କ ଆକର୍ଷଣର କାରଣ ପାଲଟିଛି। କ୍ରିକେଟପ୍ରେମୀ ମାନେ ଏହାକୁ ଖୁବ୍ ଉତ୍ସାହର ସହ ଉପଭୋଗ କରି ଆସୁଛନ୍ତି।
କିଭଳି ଥିଲା ପ୍ରଥମ ମ୍ୟାଚ୍?
ଆଇପିଏଲର ପ୍ରଥମ ମ୍ୟାଚ୍ ବାଙ୍ଗାଲୋରର ଏମ୍. ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ଦମଦାର ଟକ୍କର ହୋଇଥିଲା। ଲିଗର ପ୍ରଥମ ଏବଂ ଐତିହାସିକ ମ୍ୟାଚରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ କୋଲକାତା ଟିମ୍ ୧୪୦ ରନର ବିଶାଳ ବ୍ୟବଧାନରେ ବାଜିମାତ୍ କରିଥିଲା । ସେତେବେଳେ ବାଙ୍ଗାଲୋର ଟିମର ଅଧିନାୟକ ରହିଥିଲେ ରାହୁଲ ଦ୍ରାବିଡ୍। ତେବେ ଆଇପିଏଲର ପ୍ରଥମ ସିଜିନରେ ଫାଇନାଲ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗସକୁ ୩ ୱିକେଟରେ ରାଜସ୍ଥାନ ରୟାଲ୍ସ ମାତ୍ ଦେଇଥିଲା। ସେତେବେଳେ ଚେନ୍ନାଇର ଅଧିନାୟକ ରହିଥିଲେ ମହେନ୍ଦ୍ର ସିଂହ ଧୋନୀ।ଏହି ସିଜନରେ ଦିବଙ୍ଗତ ଖେଳାଳୀ ସେନ୍ ୱର୍ନଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ବିଜେତା ବନିଥିଲା।
ଏହାରି ଭିତରେ ୧୪ ବର୍ଷ ବିତିସାରିଲାଣି । ଏବଂ ଚଳିତବର୍ଷ ଆଇପିଏଲର ୧୫ତମ ସିଜିନ୍ ଖେଳାଯାଉଛି। ଚଳିତଥର ମୋଟ୍ ୧୦ଟି ଟିମକୁ ନେଇ ଜୋରଦାର ଲଢେଇ ଚାଲିଛି । ପ୍ରତିବର୍ଷ ଆଇପିଏଲର କ୍ରେଜ ବଢୁଥିବା ବେଳେ ଏହି ଲିଗ୍ ଲୋକପ୍ରିୟତା ହାସଲ କରି ଚାଲିଛି।