ସ୍ପୋର୍ଟସ୍

ଅଢ଼େଇ ଦିନରେ ଖେଳ ଶେଷ, ଓ୍ୱେଷ୍ଟଇଣ୍ଡିଜକୁ ଇନିଂସ ଓ ୨୭୨ରନରେ ହରାଇ ରେକର୍ଡ କଲା ଟିମ୍-ଇଣ୍ଡିଆ

INDIA-WESTINDIES-MATCH

ଭୁବନେଶ୍ୱର: ପ୍ରଥମେ ବ୍ୟାଟସମ୍ୟାନ ପରେ ବୋଲର କମାଲ୍ । ରାଜକୋଟ ଟେଷ୍ଟରେ ବାଜି ମାରି ନେଲା ଟିମ୍ ଇଣ୍ଡିଆ। ଭ୍ରମଣକାରୀ ଦଳକୁ ଇନିଂସ ଓ ୨୭୨ ରନର ବ୍ୟବଧାନରେ ହରାଇ ଇତିହାସ ରଚିଛି ଭାରତ । ମାତ୍ର ଦେଢ଼ ଦିନରେ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ କାରାବିଆନ୍ କ୍ରିକେଟର। ଦୁଇଟିଯାକ ଇନିଂସରେ ୨୦୦ ରନ୍ ଲେଖାଏଁ ବି କରିପାରିଲେ ନାହିଁ ଓ୍ବେଷ୍ଟଇଣ୍ଡିଜ ଟିମ୍। ପ୍ରଥମ ଇନିଂସରେ‌ ମାତ୍ର ୪୮ଓଭର‌ ଠିଆ ହୋଇ ପାରିଥିଲେ ଓ୍ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ। ୧୮୧ରନରେ ‌ଅଲ ଆଉଟ୍ ହୋଇଥିଲେ। ଫଲୋଅନ୍ ଦେଇଥିଲା ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇନିଂସରେ ବି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କଲା। ଇନିଂସ ପରାଜୟ ଏଡ଼ାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ କାରାବିଆନ୍ ଟିମ୍। କିନ୍ତୁ ଭାରତର‌ ସ୍ପିନ୍ ଆଟାକ୍ ଆଗରେ ତାସ୍ ଘର ପରି ଭୁଶୁଡ଼ି ପଡ଼ିଲା ବ୍ୟାଟିଂ ଲାଇନ୍‌ଅପ୍।
That’s a wrap! INDIA WIN the first Test.#TeamIndia beat the Windies by an innings and 272 runs 👏👏🕺🕺 pic.twitter.com/DITXuZRBuy


ଚାଇନାମ୍ୟାନ୍ କୁଳଦୀପ ଯାଦବଙ୍କ ସ୍ପିନ ଚକ୍ରବ୍ୟୁହରେ ପେଶି ହୋଇଗଲେ ଜଣଙ୍କ ପରେ ଜଣେ ବ୍ୟାଟସମ୍ୟାନ୍। ରବୀନ୍ଦ୍ର ଜାଡେଜା ବି ଯାଦୁ କଲେ। ଏକାକୀ ସଂଘର୍ଷ କରୁଥିଲେ କେରଣ ପାଓ୍ବେଲ। ସେ ଦ୍ୱିତୀୟ ଇନିଂସରେ ୮୩ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ ଭ୍ରମଣକାରୀ ଦଳ ମାତ୍ର ୫୦.୫ଓଭର‌ ଖେଳି ୧୯୬ ରନରେ ସୀମିତ ରହିଗଲା। କୁଳଦୀପ ଯାଦବ ଦୁଇଟି ଇନିଂରେ ସର୍ବାଧିକ ୬ଟି ଓ୍ୱିକେଟ୍ (ପ୍ରଥମ ଇନିଂସ-୧ଟି, ଦ୍ୱିତୀୟ ଇନିଂସ-୫ଟି) ନେଇଛନ୍ତି । ଆର୍. ଅଶ୍ୱିନୀ ୬ଟି ଓ୍ବିକେଟ୍ (ପ୍ରଥମ ଇନିଂସ-୪, ଦ୍ବିତୀୟ ଇନିଂସ-୨) ଓ ରବୀନ୍ଦ୍ର ଜାଡେଜା ୪ଟି ଓ୍ୱିକେଟ୍ (ପ୍ରଥମ-୧, ଦ୍ବିତୀୟ ଇନିଂସ-୩) ନେଇଛନ୍ତି।INDIA-WESTINDIES-MATCHରାଜକୋଟରେ ପ୍ରଥମେ ବ୍ୟାଟିଂ କରି ଭାରତ, ଓ୍ବେଷ୍ଟଇଣ୍ଡିଜ ଆଗରେ ୯ ଓ୍ୱିକେଟରେ ୬୪୯ ରନ୍ କରି ଇନି୍ଂସ ଘୋଷଣା କରିଥିଲା। ଡେବ୍ୟୁ ମ୍ୟାଚରେ ଶତକ (୧୩୪ରନ୍) କରିଥିଲେ ପୃଥ୍ୱୀ  ସ। ପରେ ବିରାଟ କୋହଲି (୧୩୯ରନ୍),ରବୀନ୍ଦ୍ର ଜାଡେଜା(୧୦୦ରନ୍),ଋଷଭ ପନ୍ଥ (୯୨ରନ୍), ଚେତେଶ୍ୱର ପୂଜାରା (୮୬ରନ୍) ହାସଲ କରିଥିଲେ। ଏହି ବିଜୟ ସହ ଭାରତ ୧-୦ରେ ସିରିଜ‌ ଆଗୁଆ ହୋଇଛି। ଏହାସହ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଭାରତର ଟେଷ୍ଟ ଇତିହାସରେ ଏକ ଇନିଂସରେ ସବୁଠାରୁ ବଡ଼ ବିଜୟ। ଚଳିତ ବର୍ଷ ଜୁନ ମାସରେ ଆଫଗାନିସ୍ତାନ ବିପକ୍ଷରେ କରିଥିବା ରେକର୍ଡକୁ କାଟିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟେଷ୍ଟ ସ୍କ୍ୱାଡ୍। ବେଙ୍ଗାଳୁରୁରେ ଆଫଗାନିସ୍ତାନକୁ ଏକ ଇନିଂସ ଓ ୨୬୨ରନରେ ହରାଇଥିଲା ଟିମ୍ ଇଣ୍ଡିଆ।INDIA-WESTINDIES-MATCH-3ବୃହତ ବିଜୟ ରେକର୍ଡ
ମସିହା             ସ୍ଥାନ                ବିଜୟ ବ୍ୟବଧାନ                  ବିପକ୍ଷ ଟିମ୍
୨୦୧୮       ରାଜକୋଟ          ଇନିଂସ ଓ ୨୭୨ରନ୍             ଓ୍ୱେଷ୍ଟଇଣ୍ଡିଜ
୨୦୧୮       ବେଙ୍ଗାଲୁରୁ          ଇନିଂସ ଓ ୨୬୨ ରନ୍            ଆଫଗାନିସ୍ତାନ
୨୦୦୭        ଢାକା                ଇନିଂସ ଓ ୨୩୯ ରନ୍            ବାଂଲାଦେଶ
୨୦୧୭       ନାଗପୁର            ଇନିଂସ ଓ ୨୩୯ ରନ୍             ଶ୍ରୀଲଙ୍କା
୧୯୯୯       କୋଲକାତା         ଇନିଂସ ଓ ୨୧୯ ରନ୍             ଅଷ୍ଟ୍ରେଲିଆ

You Might Also Like

No Comments

Leave a Reply