Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସିଡନୀ ମହାସମର: କୋହଲି ବାହିନୀ ଭାଙ୍ଗିପାରେ ୭୧ବର୍ଷର ରେକର୍ଡ

By admin • January 2, 2019 • ନ୍ୟୁଜ୍, ସ୍ପୋର୍ଟସ୍
TEAM-INDIA-1

ଆସନ୍ତକାଲି (ଗୁରୁବାର) ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବର୍ଡର ଗାଭାସ୍କର ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ୍। ସିଡନୀରେ ଏହି ମ୍ୟାଚ୍ ଖେଳାଯିବ। ୪ଟିକିଆ ସିରିଜରେ ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ମାଟିରେ ୭୧ ବର୍ଷ ଭିତରେ ଭାରତ ଗୋଟିଏ ବି ସିରିଜ ବିଜୟୀ ହୋଇ ନାହିଁ। ଯଦି ସିଡନୀ ଟେଷ୍ଟରେ ଭାରତ ବାଜିମାତ କରେ, ତେବେ ପ୍ରଥର ଥର କଙ୍ଗାରୁ ମାଟିରେ ସିରିଜ ବିଜେତା ହୋଇପାରିବ। ସେପଟେ ସିରିଜ ବଞ୍ଚାଇବାକୁ ବି ଘରୋଇ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ବି କରିବ। ଅଷ୍ଟ୍ରେଲିଆ ମାଟିରେ ମୋଟ୍ ୧୧ଟି ଟେଷ୍ଟ ସିରିଜ ଖେଳିଥିବା ବେଳେ ୮ଟିରେ ପରାଜୟର ମୁହଁ ଦେଖିଛି। କେବଳ ୩ଟି ଡ୍ର ରଖିପାରିଛି ଟିମ୍ ଇଣ୍ଡିଆ।

୪୦ବର୍ଷ ପୂର୍ବେ ସିଡନୀରେ ବିଜୟ ମିଳିଥିଲା

TEAM-INDIA-2

ସିଡନୀରେ ଭାରତ ଖେଳିବ ଚତୁର୍ଥ ଟେଷ୍ଟ। ରେକର୍ଡ କହୁଛି ଏଠାରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସିଡନୀ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଖେଳିଥିବା ୧୧ଟି ଟେଷ୍ଟରୁ କେବଳ ଗୋଟିଏରେ ଜିତି ପାରିଛି। ୫ଟି ଡ୍ରରେ ଶେଷ ହୋଇଥିବା ବେଳେ ୫ଟିରେ ପରାଜୟର ସାମନା କରିବାକୁ ପଡ଼ିଛି। ୧୯୭୮ରେ ବିଷନ ସିଂ ବେଦୀଙ୍କ ନେତୃତ୍ୱରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ଡିଆ। ଗୋଟିଏ ଇନିଂସ ଓ ୨ ରନରେ ଅଷ୍ଟ୍ରେଲିଆ ହରାଇଥିଲା ଭାରତ। ଶେଷ ଥର ପାଇଁ ୨୦୧୫ରେ ବିରାଟ କୋହଲିଙ୍କ ନେତୃତ୍ୱରେ ସିଡନୀରେ ଖେଳିଥିଲା ଟିମ୍ ଇଣ୍ଡିଆ। ମ୍ୟାଚ୍ ଡ୍ର ରହିଥିଲା। କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆର ପ୍ରଦର୍ଶନ ଆଧାରରେ ଭାରତର ସିନଡୀ ପଲ୍ଲା ଭାରି ଥିବା ଅନୁମାନ କରାଯାଉଛି।

୭୧ବର୍ଷରେ ସିରିଜ ବିଜେତାର ସୁଯୋଗ

TEAM-INDIA-3

ଦେଶ ସ୍ୱାଧୀନ ହେବା ବର୍ଷ ଅର୍ଥାତ ୧୯୪୭ ମସିହାରେ ଭାରତ ପ୍ରଥମ ଥର ଟେଷ୍ଟ ଖେଳିବାକୁ ଯାଇଥିଲା ଅଷ୍ଟ୍ରେଲିଆ। ସେବେଠାରୁ ଏପର୍ଯ୍ୟନ୍ତ ମୋଟ୍ ୧୧ଟି ଟେଷ୍ଟ ସିରିଜ ଖେଳିଛି। କିନ୍ତୁ ଗୋଟିଏ ବି ନିଜ ନାଁରେ କରି ପାରିନି। ନିଜ ମାଟିରେ ଭାରତ ବିପକ୍ଷରେ ୮ଥର ଟେଷ୍ଟ ସିରିଜ କବଜା କରିଛି ଅଷ୍ଟ୍ରେଲିଆ। ଯଦି ସିଡନୀରେ କଙ୍ଗାରୁ ଦଳ ମ୍ୟାଚ୍ ହାରିବ, ତେବେ ୭୧ ବର୍ଷ ପରେ ଭାରତ ଅଷ୍ଟ୍ରେଲିଆରେ ସିରିଜ ବିଜୟୀ ହେବାର ରେକର୍ଡ ବି କରିବ। ମ୍ୟାଚ୍ ଡ୍ର ହେଲେ ବି ଭାରତ ସିରିଜ ବିଜେତା ହେବ। ଭାରତ-ଅଷ୍ଟ୍ରେଲିଆ ଭିତରେ ଏପର୍ଯ୍ୟନ୍ତ ୨୫ଟି ସିରିଜ ଖେଳା ଖେଳାଯାଇଛି। ଯେଉଁତିରୁ ଟିମ୍ ଇଣ୍ଡିଆ ୮ଟି ଓ ଅଷ୍ଟ୍ରେଲିଆ ୧୨ଟି ଜିତିଛି। ଡ୍ରରେ ଶେଷ ହୋଇଛି ୫ଟି ସିରିଜ।

ସିଡନୀରେ ଟିମ୍ ଇଣ୍ଡିଆ

TEAM-INDIA-4

ସିଡନୀ ଗ୍ରାଉଣ୍ଡରେ ଭାରତ ପକ୍ଷରୁ ସର୍ବାଧିକ ରନ୍ ହାସଲ କରିଛନ୍ତି ସଚିନ ତେନ୍ଦୁଲକର। ୫ଟି ମ୍ୟାଚ୍ ଖେଳି ଏଠାରେ ସଚିନ୍ ୭୮୫ ରନ୍ କରିଛନ୍ତି। ବୋଲିଂରେ ସର୍ବାଧିକ ଓ୍ୱିକେଟ ପଡିଛି ଅନୀଲ କୁମ୍ବଲେଙ୍କ ବ୍ୟାଗରେ। ୩ଟି ମ୍ୟାଚ ଖେଳି ନେଇଛନ୍ତି ସର୍ବାଧିକ ୨୦ଟି ଓ୍ୱିକେଟ। ବର୍ତ୍ତମାନର ଟିମରୁ ବିରାଟ କୋହଲି ୨ଟି ମ୍ୟାଚରୁ ଗୋଟିଏ ଶତକ ବଳରେ ହାସଲ କରିଛନ୍ତି ୨୮୫ରନ୍। ସେହିପରି ବୋଲିଂରେ ମହମ୍ମଦ ସାମି ଗୋଟିଏ ମ୍ୟାଚରେ ଝଡ଼ାଇଛନ୍ତି ୬ଟି ଓ୍ୱିକେଟ। ସିଡନୀରେ ଟିମ୍ ଇଣ୍ଡିଆ ସର୍ବାଧିକ ୭ଓ୍ୱିକେଟରେ ୭୦୫ ରନ୍ କରି ଇନିଂସ ଘୋଷଣା କରିଥିଲା। ସବୁଠୁ ସର୍ବନିମ୍ନ ସ୍କୋର ଥିଲା ୧୫୦ରନ୍। ସେହିପରି ସିଡନୀରେ ସଚିନ ତେନ୍ଦୁଲକର ଓ ଭି.ଭି.ଏସ୍. ଲକ୍ଷ୍ମଣ ୩ଟି ଲେଖାଏଁ ଶତକର ଅଧିକାରୀ ହୋଇଛନ୍ତି ।

INDIA VS AUSTRALIASYDNEY TEST
Tweet
0
ଅନେକ ବ୍ୟକ୍ତିଙ୍କ ଲାଇଫ୍ ଟାଇମ୍ ଇନକମ୍ ଠାରୁ ବଲିଉଡର ଏହି ଷ୍ଟାର୍ସଙ୍କ ମାସିକ ବିଦ୍ୟୁତ ବିଲ୍ ଅଧିକ
କଣ ବିଜୁ-ଜେବିଙ୍କ ରେକର୍ଡ ଭାଙ୍ଗିବେ ନବୀନ?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.