Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବାଜପେୟୀଙ୍କୁ ହରାଇବା ଲାଗି ସିନେଷ୍ଟାର ବଲରାଜ ସାହାଣୀଙ୍କ ଦ୍ୱାରା ପ୍ରଚାର କରାଇଥିଲେ ନେହରୁ

By admin • December 25, 2018 • ପଲିଟିକ୍ସ
Atal-Bihari-Vajpayee

ଭୁବନେଶ୍ୱର: ଭାରତରତ୍ନ ଅଟଳ ବିହାରୀ ବାଜପେୟୀ, ତିନି ତିନି ଥର ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତ ଅଗଷ୍ଟ’୧୬ରେ ନୀରବି ଯାଇଛନ୍ତି ସେହି ରାଷ୍ଟ୍ରନାୟକ ବାଜପେୟୀ। ୨୫ଡିସେମ୍ବର ୧୯୨୪ରେ ଗୋଓ୍ୱାଲିଅର ଜନ୍ମଗ୍ରହଣ କରିଥିଲେ ବାଜପେୟୀ। ଜନସଂଘ ନେତା ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସଚିବ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଅଟଳ ବିହାରୀ ବାଜପେୟୀ। ଶ୍ୟାମପ୍ରସାଦଙ୍କ ଦେହାନ୍ତ ପରେ ଗୁରୁ ଦାୟିତ୍ୱ ଥିଲା ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ କାନ୍ଧରେ। ବାଜପେୟୀଙ୍କ ପରି ସୁବକ୍ତା ଯୁବକଙ୍କୁ ଲୋକସଭା ପଠାଇବାକୁ ଦୀନଦୟାଲ ଉପାଧ୍ୟାୟ ଚାହୁଁଥିଲେ।ସେଥିପାଇଁ ୧୯୫୩ର ଲକ୍ଷ୍ନୌ ଆସନ ଲାଗି ଉପନିର୍ବାଚନରେ ବାଜପେୟୀଙ୍କୁ ପ୍ରାର୍ଥୀ କଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭଉଣୀ ତଥା ଲକ୍ଷ୍ନୌ ସାଂସଦ ବିଜୟଲକ୍ଷ୍ମୀ ପଣ୍ଡିତ ଜାତିସଂଘରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଥିଲେ। ବିଜୟଲକ୍ଷ୍ମୀଙ୍କ ଇସ୍ତଫାରୁ ଲକ୍ଷ୍ନୌରେ ଉପନିର୍ବାଚନ ହେଉଥିଲା। ୨୮ବର୍ଷୀୟ ସାମ୍ବାଦିକ ବାଜପେୟୀ ଜନସଂଘରୁ ପ୍ରାର୍ଥୀ ହେଲେ। କିନ୍ତୁ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥୀ ଏସ.ଆର ନେହରୁ ଏବଂ ବାଜପେୟୀ ରହିଲେ ତୃତୀୟ ସ୍ଥାନରେ।

ବଲରାଜ ସାହାଣୀ

ବଳରାମପୁରରୁ ପାର୍ଲାମେଣ୍ଟ
୧୯୫୭ରେ ଦୀନଦୟାଲଜୀ,ବାଜପେୟୀଙ୍କୁ ୟୁପିର ମଥୁରା, ଲକ୍ଷ୍ନୌ ଏବଂ ବଳରାମପୁର ୩ଟି ଲୋକସଭା ଆସନରୁ ଠିଆ କରାଇଲେ। ମଥୁରାରେ ବାଜପେୟୀଙ୍କ ଜମାନତ ଋଦ୍ଦ ହୋଇଥିଲା,ଲକ୍ଷ୍ନୌରେ କଡ଼ା ଟକ୍କର ଦେଲେ। ତେବେ ବଳରାମପୁର ଦେଇଥିଲା ବାଜପେୟୀଙ୍କୁ ଲୋକସଭାର ଏଣ୍ଟ୍ରି ଟିକେଟ୍। ଲୋକସଭାରେ ସରକାରଙ୍କୁ ସମୋଲୋଚନା କରିବାର ସୁଯୋଗ ହାତଛଡ଼ା କଲେନି ବାଜପେୟୀ। ସେଥିପାଇଁ ପ୍ରଧାନମନ୍ତ୍ରୀ ନେହରୁଙ୍କ ୧୯୬୨ରେ ବାଜପେୟୀଙ୍କ ଜିତିବା ସପକ୍ଷରେ ନଥିଲେ। ବାଜପେୟୀଙ୍କୁ ବ୍ୟକ୍ତିଗତ ଭଲ ପାଇବାର ଦ୍ୱାହି ଦେଇ ଯଦିଓ ପ୍ରଚାର ପାଇଁ ବଳରାମପୁର ଯାଇନଥିଲେ ନେହରୁ,କିନ୍ତୁ ସେ ସମୟରେ ହିନ୍ଦୀ ସିନେମା ଜଗତର ବଡ଼ଷ୍ଟାର ବଳରାଜା ସାହାଣୀଙ୍କୁ ପ୍ରଚାରରେ ଲଗାଇଥିଲେ। ଯାହାକି ଭାରତୀୟ ରାଜନୀତିରେ ପ୍ରଥମ ଘଟଣା ହୋଇଥିଲା। ୧୯୬୧ରେ କାବୁଲିଓ୍ୱାଲା ଫିଲ୍ମ ସୁପର ଡୁପର ହିଟ୍ ହୋଇଥିଲା। ଆଉ ସେହି ସିନେମାର ମୁଖ୍ୟ କଳାକାର ବଲରାଜ ସାହାଣୀ, କଂଗ୍ରେସ ପ୍ରାର୍ଥୀ ସୁଭଦ୍ରା ଯୋଶୀଙ୍କ ପାଇଁ ପ୍ରଚାର କରିବା ସିଟିଂ ଏମପି ବାଜପେୟୀଙ୍କ ଲାଗି ମହଙ୍ଗା ପଡ଼ିଥିଲା।ଲୋକପ୍ରିୟ ଫାୟରାବ୍ରାଣ୍ଡ ଲିଡର ବାଜପେୟୀ ୨ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ।ହେଲେ ଦୀନଦୟାଲଜୀ,ବାଜପେୟୀଙ୍କୁ ୟୁପିରୁ ରାଜ୍ୟସଭା ପଠାଇଥିଲେ। ପୁଣି ୧୯୬୭ ନିର୍ବାଚନରେ ବଳରାମପୁରୁ ବାଜପେୟୀ ୫୦ପ୍ରତିଶତରୁ ଅଧିକ ଭୋଟ ପାଇ,କଂଗ୍ରେସ ପ୍ରାର୍ଥୀ ସୁଭଦ୍ରା ଯୋଶୀଙ୍କୁ ପରାସ୍ତ କରିଥିଲେ।

ବାଜପେୟୀ-ନେହରୁ

ରାଜୀବଙ୍କ ଚକ୍ରାନ୍ତ
୧୯୭୧ରେ ବଳରାମପୁରୁରେ ସ୍ଥିତି ଖରାପ ଦେଖି ବାଜପେୟୀ ନିଜ ରାଜ୍ୟ ମଧ୍ୟପ୍ରଦେଶ ଗୋଓ୍ୱାଲିୟରକୁ ଫେରିଥିଲେ। ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ସମର୍ଥନରେ ଇନ୍ଦିରାଙ୍କ ଗରିବ ହଟାଓ ଅଭିଯାନକୁ ପାଣିଚିଆ କରି କଂଗ୍ରେସ ପ୍ରାର୍ଥୀ ଗୌତମ ଶର୍ମାକୁ ପରାସ୍ତ କରିଥିଲେ ବାଜପେୟୀ। ଏହାରି ଭିତରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା, ଅନ୍ୟ ନେତାଙ୍କ ପରି ଜେଲ ଗଲେ ବାଜପେୟୀ।ଦେଶରୁ ଏର୍ମଜେନ୍ସି ହଟିବା ପରେ ନୂଆଦିଲ୍ଲୀରୁ ୧୯୭୭ ଏବଂ ୧୯୮୦ରେ ଲଢ଼ି ଜିତି ବାଜପେୟୀ ବିଜୟୀ ହେଲେ।
ଏହାରି ଭିତରେ ଭାରତୀୟ ଜନତା ପାର୍ଟିର ସ୍ଥାପନ ହୋଇ ସାରିଥିଲା। ବିଜେପିର ସଂସ୍ଥାପକ ସଭାପତି ବାଜପେୟୀ ସଂଗଠନ ସୁଦୃଢ କରିବାରେ ବିଫଳ ହେଲ। ୧୯୮୪ ଲୋକସଭା ନିର୍ବାଚନରେ ମଧ୍ୟ ଦଳର ଶୋଚନୀୟ ପରାଜୟ ଲାଗି ଆରଏସ୍‌ଏସ୍‌ ବାଜପେୟୀଙ୍କୁ ଦାୟୀ କଲା।୧୯୮୪ରେ ଗୋଓ୍ୱାଲିଅରରୁ ବାଜପେୟୀଙ୍କୁ ଜିତାଇବା ଲାଗି ବିଜୟାରାଜେଙ୍କ ଯୋଜନାକୁ ପାଣିଚିଆ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି। ବିଜୟାରାଜେଙ୍କ ପୁଅ ତଥା ଗୋଓ୍ୱାଲିୟର ମହାରାଜା ମାଧବରାଓ ସିନ୍ଧିଆ, ରାଜୀବଙ୍କ କଥାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ବାଜପେୟୀ ବଡ଼ ବ୍ୟବଧାନରେ ପରାସ୍ତ ହେଲେ। ବାଜପେୟୀଙ୍କ ସ୍ଥାନରେ ଲାଲକୃଷ୍ଣ ଆଡ଼ଭାନୀ ଦଳର ସଭାପତି ହେଲେ।
ଅବକୀ ବାରି ଅଟଳ ବିହାରୀ
୧୯୮୬ରେ ରାଜ୍ୟସଭା ଗଲେ ବାଜପେୟୀ। ଏହାରି ଭିତରେ ରାମ ଜନ୍ମଭୂମି ଆନ୍ଦୋଳନ ଯୋର ହେଉଥିଲା। ଆନ୍ଦଳୋନକୁ ଏତେଟା ସମର୍ଥନ ଦେଉନଥିବା ବାଜପେୟୀ,ପ୍ରଥମ ଥର ଲାଗି ୧୯୮୯ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କଲେ ନାହିଁ। କିନ୍ତୁ ୧୯୯୧ରେ ୨ଟି ଆସନ ଲକ୍ଷ୍ନୌ ଏବଂ ମଧ୍ୟପ୍ରଦେଶର ବିଦିସାରୁ ଲଢ଼ି ବିଜୟୀ ହେଲେ। ଆଉ ୧୯୯୫ର ବମ୍ବେ ମହାଅଧିବେଶନରେ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କଲା ଦଳ। ବିଜେପିର ସ୍ଲୋଗାନରେ ଆସିଥିଲା ପରିବର୍ତ୍ତନ‘ଅଟଲ-ଆଡଭାନୀ କମଲ ନିଶାନ୍‌, ମାଙ୍ଗ ରାହା ହେ ହିନ୍ଦୁସ୍ଥାନ୍‌’ ବଦଳିଲା। ‘ଲାଲକିଲ୍ଲା ପର କମଲ ନିଶାନ, ମାଙ୍ଗ ରାହା ହେ ହିନ୍ଦୁସ୍ଥାନ୍‌’-‘ଅବକୀ ବାରି ଅଟଳ ବିହାରୀ’।୧୯୯୬ରେ ଲକ୍ଷ୍ନୌ ଏବଂ ଗାନ୍ଧିନଗରରୁ ଲଢ଼ି ଉଭୟ ଆସନରୁ ଜିତିଥିଲେ ବାଜପେୟୀ।
ଅଶୁଭ ୧୩
୧୯୯୬ ମେ ୧୬ରେ ପ୍ରଥମ ଥର ପାଇଁ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ପରେ ୧୯ମାର୍ଚ୍ଚ ୧୯୯୮ରେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ବାଜପେୟୀଙ୍କୁ ବଡ଼ ଝଟକା ଦେଇଥିଲା ୧୭ ଏପ୍ରିଲ ୧୯୯୯। ଗୋଟିଏ ଭୋଟରେ ଆସ୍ଥା ଭୋଟରେ ପରାସ୍ତ ହୋଇଥିଲେ। ଜୟଲଳିତାଙ୍କ ପାର୍ଟି ଏଆଇଡିଏମକେର ସମର୍ଥନ ପ୍ରତ୍ୟାହାର ପରେ ବାଜପେୟୀଙ୍କ ସପକ୍ଷରେ ୨୬୯ଟି ଭୋଟ ଏବଂ ବିରୋଧରେ ଆସିଥିଲା ୨୭୦ସାଂସଦଙ୍କ ଭୋଟ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ କୋରାପୁଟ ସାଂସଦ ଭାବେ ଭୋଟ ଦେଇ ବାଜପେୟୀ ସରକାରଙ୍କୁ ଗାଦିଚ୍ୟୁତ କରିଥିଲେ। ଅବଶ୍ୟ ନ୍ୟାସନାଲ କନଫରେନ୍ସ ସାଂସଦ ସୈଫ୍ ଉଦ୍ଦିନ ସୌଜ୍ ଦଳୀୟ ହ୍ୱିପକୁ ଅମାନ୍ୟ କରି ବାଜପେୟୀଙ୍କ ବିରୋଧରେ ଭୋଟ୍ ଦେଇଥିଲେ। ବିଏସପିର ୫ସାଂସଦ ଆସ୍ଥା ଭୋଟରୁ ଦୂରେଇ ରହିବୁ କହି ବାଜପେୟୀଙ୍କ ବିରୋଧରେ ଭୋଟ ଦେଇଥିଲେ।କିନ୍ତୁ ପରବର୍ତ୍ତୀ ନିର୍ବାଚନରେ ଏନଡିଏକୁ ବହୁମତ ମିଳିଥିଲା ଏବଂ ବାଜପେୟୀ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ।

ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ

ପ୍ରଥମେ ହରାଇଲେ, ପରେ ୩ଥର ପ୍ରଧାନମନ୍ତ୍ରୀ କରାଇଲେ
୨୦୦୪ରେ ଇଣ୍ଡିଆ ସାଇନିଂ କ୍ୟାମ୍ପେନ ବିଜେପିକୁ ଆଗୁଆ ନିର୍ବାଚନକୁ ଟାଣି ନେଇଥିଲା।୨୦୦୪ରେ ନିର୍ବାଚନର ଫଳାଫଳ ବାଜପେୟୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯୁବପିଢୀଙ୍କ ପାଇଁ ଜାଗା ଖାଲି କରିବା ଲାଗି ୨୫ଡିସେମ୍ବର ୨୦୦୫ରେ ଜନ୍ମଦିନ ପାଳି ରାଜନୀତିରୁ ସନ୍ୟାସ ନେଇଥିଲେ ବାଜପେୟୀ। ତେବେ ଯେଉଁ ଲକ୍ଷ୍ନୌ ଭୋଟର ୧୯୫୩ରେ ବାଜପେୟୀଙ୍କୁ ଭରସା କରିନଥିଲେ,ସେହି ନଓ୍ୱାବଙ୍କ ସହରକୁ ୩ଥର ପ୍ରଧାନମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରି ରାଜନୀତିକୁ ବାଏ ବାଏ କଲେ ବାଜପେୟୀ।
ପଢନ୍ତୁ
ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସମର୍ପିତ;କିନ୍ତୁ ଓଡ଼ିଶାରେ‘PC CULTURE’କୁ କିଏ ଦେଉଛି ଦାନାପାଣି?
୨୦୧୮ର ବ୍ୟାଟିଂ ମହାରଥୀ: ଟପ୍ ଟେନରେ ବିରାଟ କୋହଲି ଓ ରୋହିତ ଶର୍ମା

1962 Lokasabha ElectionsAtal Bihari VajpayeeBalraj SahniBalrampurJawaharlal Nehru
Tweet
0
ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସମର୍ପିତ;କିନ୍ତୁ ଓଡ଼ିଶାରେ‘PC CULTURE’କୁ କିଏ ଦେଉଛି ଦାନାପାଣି?
କ୍ରିସମାସ୍‌ ପର ଦିନ ଖେଳାଯାଉଥିବା ମ୍ୟାଚ୍‌କୁ କାହିଁକି ବକ୍ସିଂ ଡେ' ଟେଷ୍ଟ କୁହାଯାଏ ?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.