କେବଳ ଧୋନି ନୁହଁନ୍ତି କପିଲ ବି ଥିଲେ ଗୁଡ୍ ଫିନିସର୍:ଛକା ମାରି ଜିତାଉଥିଲେ ଟେଷ୍ଟ ମ୍ୟାଚ

ଇଣ୍ଡିଆନ କ୍ରିକେଟ ଇତିହାସରେ ସ୍ମରଣୀୟ ଦିନଗୁଡ଼ିକ ମଧ୍ୟରୁ ୧୦ଜୁନ୍ ବେଶ ଗୁରୁତ୍ୱ ବହନ କରେ।୧୦ଜୁନ ୧୯୮୬ରେ ପ୍ରଥମ ଥର କ୍ରିକେଟର ମକ୍କା-ଲର୍ଡସ୍ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ଡିଆ।ଯଦିଓ କପିଲ ଦେବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଲର୍ଡସ୍ରେ ଦୁର୍ଦ୍ଦସ ଓ୍ୱେଷ୍ଟଇଣ୍ଡିଜ୍୧୮୮୩ରେ ବିଶ୍ୱବିଜୟୀ ହୋଇଥିଲା।କିନ୍ତୁ ଏହି ସମୟ ମଧ୍ୟରେ ଖେଳିଥିବା ମୋଟ ୧୧ଟି ଟେଷ୍ଟ ମ୍ୟାଚ୍ରେ ଭାରତକୁ ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା।

ଲର୍ଡସରେ ପ୍ରଥମ ଥର ଟେଷ୍ଟ ଜିତିବା ପଛରେ ପୂରା ଟିମ୍ର ଅବଦାନ ଥିଲା ସତ,କିନ୍ତୁ କପିଲଙ୍କ ଛକା ମାରି ମ୍ୟାଚ୍ ଜିତାଇବାର ଅନ୍ଦାଜ ପାଇଁ ଖୁବ୍ ରୋମାଞ୍ଚଭରା।ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା।ଓପନର ଗ୍ରାହମ ଗୁଚଙ୍କ ୧୧୪ରନ୍ ବଳରେ ପ୍ରଥମ ପାଳିରେ ୨୯୪ରନ୍ କରିଥିଲା ଇଂଲଣ୍ଡ।ଚେତନ ଶର୍ମା ୫ ଏବଂ ରୋଜର ବିନ୍ନି ୩ଟି ୱିକେଟ ନେଇଥିଲେ।ଅନ୍ୟପଟେ ଟିମ୍ ଇଣ୍ଡିଆ ପକ୍ଷରୁ ଚତୁର୍ଥ ନମ୍ବରରେ ଆସିଥିବା ଦମଦାର ବ୍ୟାଟ୍ସମ୍ୟାନ ଦିଲୀପ ଭେଙ୍ଗସରକର କରିଥିଲେ ୧୨୬ରନ୍।ଏହି ଷ୍ଟାଡିୟମରେ ୩ଟି ଟେଷ୍ଟରେ ଦିଲୀପଙ୍କର ଏହା ତୃତୀୟ ଶତକ।ପୂର୍ବରୁ ଦିଲୀପ ୧୯୭୯ରେ ୧୦୩, ୧୯୮୨ରେ ୧୫୭ ଏବଂ ୧୯୮୬ରେ ୧୨୬ ରନ୍ ପାଳି ଖେଳି ରେକର୍ଡ ରଚିଲେ।

ପ୍ରଥମ ପାଳିରେ ଭାରତ ୪୭ରନ୍ରେ ଆଗୁଆ ଥିଲା।ଦ୍ୱିତୀୟ ପାଳିର ନିଜ ବୋଲିଂ ଷ୍ଟାଇଲରେ ଇଂଲଣ୍ଡକୁ ଘାଇଲା କରି ପକାଇଲେ କପିଲ ଦେବ।କପିଲଙ୍କ ସାଥ୍ ଦେଲେ ମନିନ୍ଦର ସିଂହ।ଦ୍ୱିତୀୟ ପାଳିରେ କପିଲ ୪ ଏବଂ ମନିନ୍ଦର ୩ଟି ୱିକେଟ୍ ନେବାରେ ସଫଳ ହେଲେ।କପିଲ ଏବଂ ମନିନ୍ଦରଙ୍କ ବୋଲିଂ ଯାଦୁ ଇଂଲଣ୍ଡକୁ୧୮୦ରନ୍ରେ କାବୁ କରି ପକାଇଲା।ଅନ୍ୟପଟେ ଇଣ୍ଡିଆ ପାଇଁ ଆସିଲା ୧୩୪ରନ୍ ବିଜୟ ଲକ୍ଷ୍ୟ।ପ୍ରଥମ ଜିତର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ।ଗାଭାସ୍କର ୨୨, ଶ୍ରୀକାନ୍ତ ୦,ଅମରନାଥ ୮,ଭେଙ୍ଗସରକାର ୩୩ ଏବଂ ମହମ୍ମହ ଆଝାରୁଦ୍ଦିନ ୧୪ ରନ୍ରେ ଅଟକି ଯାଇଥିଲେ।

ଫିନିସିଂ ଟଚ୍ ପାଇଁ କପିଲଙ୍କ ସହ ଥିଲେ ରବି ଶାସ୍ତ୍ରୀ।କେବଳ ୧୦ଟି ବଲରେ କପିଲଙ୍କ ଦମଦାର ୨୩ରନ୍ ଏହି ମ୍ୟାଚ ପାଇଁ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ।୪ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ କପିଲ।ସେହି ଗୋଟିଏ ଛକା ଭାରତ ପାଇଁ ଲର୍ଡସ୍ରେ ଆଣିଥିଲା ପ୍ରଥମ ଜିତ।ଯାହାକି ଆଜି ବି ଏହି ଲର୍ଡସ ଷ୍ଟାଡିୟମର ଓ୍ୱାଲରେ ଲିପିବଦ୍ଧ ହୋଇ ରହିଛି।
Connect With Us