Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

୨୦୧୮ର ବ୍ୟାଟିଂ ମହାରଥୀ: ଟପ୍ ଟେନରେ ବିରାଟ କୋହଲି ଓ ରୋହିତ ଶର୍ମା

By admin • December 22, 2018 • ସ୍ପୋର୍ଟସ୍
Virat-and-Rohit

ବିଦାୟ ବେଳାରେ ବର୍ଷ ୨୦୧୮ । ନୂଆବର୍ଷକୁ ସ୍ୱାଗତ କରିବାକୁ ଆରମ୍ଭ ହେଲାଣି ପ୍ରସ୍ତୁତି। କ୍ରିକେଟରେ ଚଳିତବର୍ଷ ଅନେକ ରେକର୍ଡ ହୋଇଛି।୨୦୧୭ ଭଳି ୨୦୧୮ରେ ବିଦିନିକିଆ ଟପ୍ ସ୍କୋରର ଭାବରେ ଭାରତୀୟ କ୍ରିକେଟରଙ୍କ ଦବଦବା ରହିଛି। ପ୍ରଥମ ଦୁଇଟି ସ୍ଥାନରେବିରାଟ କୋହଲି ଓ ରୋହିତ ଶର୍ମା ରହିଛନ୍ତି। ଟନ୍ ଟେନରେ ଏହି ଦୁଇ କ୍ରିକେଟ ତାରକାଙ୍କୁ ସହବିସ୍ଫୋରକ ଓପନର ଶିଖର ଧୱନ ବି ନିଜ ନାଁ ସାମିଲ କରିଛନ୍ତି।ନଜର ପକାଇବା ୨୦୧୮ର ଟପ୍ ଟେନ୍ ବ୍ୟାଟ୍ସମ୍ୟାନଙ୍କ ଉପରେ।

ବିରାଟ କୋହଲି (ଭାରତ)

  • Virat-Kohli

ଟିମ୍ ଇଣ୍ଡିଆର ରନ୍ ମେସିନ୍। ବର୍ଷ ୨୦୧୮ ବିରାଟ କୋହଲିଙ୍କ ପାଇଁ ଲକି ଥିଲା। ପୂରା ସିଜିନରେ କ୍ରିକେଟର ସବୁ ଫର୍ମାଟରେ ଜବରଦସ୍ତ ଫର୍ମରେ ରହିଥିଲେ କୋହଲି। ରନ୍ କରିବାରେ ସମସ୍ତଙ୍କୁ ଟପି ଯାଇଛନ୍ତି। ଏବର୍ଷ ୧୪ଟି ଦିନିକିଆ ଖେଳି ବିରାଟ କୋହଲି ୧୨୦୨ରନ୍ ହାସଲ କରିଛନ୍ତି। ଆଭରେଜ୍ ୧୩୩. ୫୫। ଏହା ଭିତରେ ରହିଛି ୮ଟି ଶତକ, ୩ଟି ଅର୍ଦ୍ଧଶତକ ।ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅପରାଜିତ ୧୬୦ରନ୍ ।

ରୋହିତ ଶର୍ମା (ଭାରତ)

  • Rohit-Sharma

ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ଓପନର । ହିଟ୍ ମ୍ୟାନ ରୋହିତ ଶର୍ମାକ୍ରିଜରେ ତିଷ୍ଠିରେ ରନ୍ ବର୍ଷା ହୁଏ । ବର୍ଷ ୨୦୧୮ ତାଙ୍କ ପାଇଁ ବି ବଢିଆ ରହିଥିଲା । ଗତବର୍ଷଭଳି ଏବର୍ଷ ମଧ୍ୟ ରନ୍ ହାସଲ କରିବାରେ ବିରାଟ କୋହଲିଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତିରୋହିତ ଶର୍ମା । ୧୯ ମ୍ୟାଚରୁ ୫ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ ହାସଲ କରିଛନ୍ତି ୧୦୩୦ ରନ୍ ।ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୬୨ରନ୍ ।

ଏଥିସହ ପଢନ୍ତୁ: ଛତିଶଗଡ଼ରେ BJP ହାରିଲା,କିନ୍ତୁ BJD ବିଧାୟକଙ୍କ ଚିନ୍ତା ବଢ଼ିଲା!

ଜୋନାଥନ ବେଷ୍ଟ୍ରୋ (ଇଂଲଣ୍ଡ)

Jonny-Bairstow

ଇଂଲଣ୍ଡର ୱିକେଟ କିପର ବ୍ୟାଟ୍ସମ୍ୟାନ୍। ଏବର୍ଷ ଭଳ ଫର୍ମରେ ରହିଥିଲେ ଜୋନାଥ ନ୍ ବେଷ୍ଟ୍ରୋ। ଅଧିକ ରନ୍ ସଂଗ୍ରହ କରିବାରେ ତାଙ୍କୁ ମିଳିଛି ତୃତୀୟ ସ୍ଥାନ। ୨୨ ମ୍ୟା୍ଚ ଖେଳି ହାସଲ କରିଛନ୍ତି ୧୦୨୫ ରନ୍। ଏହା ଭିତରେ ରହିଛି ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ। ସର୍ବାଧିକ ବ୍ୟକ୍ତିଗତ ରନ୍ ୧୩୯ ରନ୍। 

ଜୋ ରୁଟ୍ (ଇଂଲଣ୍ଡ)

Joe-Root

ଇଂଲିଶ ବାହିନୀର ଟେଷ୍ଟ କ୍ୟାପଟେନ୍ । ଧୂଆଁଧାର ଖେଳାଳି । ୨୦୧୮ରେ ତାଙ୍କର ପ୍ରଦର୍ଶନ ଜବରଦସ୍ତ ଥିଲା । ସର୍ବାଧିକ ରନ୍ ସ୍କୋରର ତାଲିକାରେ ତାଙ୍କୁ ମିଳିଛି ଚତୁର୍ଥ ସ୍ଥାନ । ୨୪ଟି ମ୍ୟାଚ ଖେଳିଛନ୍ତି । ମୋଟ୍ ୯୪୬ ରନ୍ କରିଛନ୍ତି । ୩ଟି ଶତକ ଓ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ସର୍ବାଧିକ ସ୍କୋର ଅପରାଜିତ ୧୧୩ ରନ୍ ।

ଏଥିସହ ପଢନ୍ତୁ: IPLର ସୁପରହିଟ୍ କ୍ରିକେଟର୍, ଦିନିକିଆରେ ଫ୍ଲପ୍

ବ୍ରେଣ୍ଡନ୍ ଟେଲର୍ (ଜିମ୍ବାୱେ)

Brendon-Tailor

ଜିମ୍ବାୱେ କ୍ରିକେଟ ଟିମର ପୂର୍ବତନ ଅଧିନାୟ। ଦିନିକିଆରେ ଅଧିକରନ୍ ସଂଗ୍ରହକାରୀ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ବ୍ରେଣ୍ଡନ୍ ଟେଲର୍। ସେ ୨୧ ମ୍ୟାଚ୍ ଖେଳିଦୁଇଟି ଶତକ ଓ ୪ଟି ଅର୍ଦ୍ଧଶତକ ବଳରେ ହାସଲ କରିଛନ୍ତି ୮୯୮ ରନ୍। ବ୍ରେଣ୍ଡନ ଟେଲରଙ୍କସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୩୮ ରନ୍।

ଶିଖର ଧୱନ (ଭାରତ)

Shikhar-Dhawan

ଟିମ୍ ଇଣ୍ଡିଆର ବାମହାତୀ ବିସ୍ଫୋରକ ଓପନର। ଏବର୍ଷ ମୋଟ୍ ୮୯୭ ରନ୍ସଂଗ୍ରହ କରିଛନ୍ତି। ଖେଳିଛନ୍ତି ୧୯ଟି ଦିନିକିଆ । ଏବର୍ଷ ମାତ୍ର ୩ଟି ଶତକର ଅଧିକାରୀହୋଇଛନ୍ତି ଶିଖର ଧୱନ । ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୧୨୭ରନ୍ ତାଙ୍କର ସର୍ବାଧିକବ୍ୟକ୍ତିଗତ ସ୍କୋର ।

ସେହିପରି ସପ୍ତମ ସ୍ଥାନରେ ଇଂଲଣ୍ଡର ଜାସନ୍ ରାୟ (୮୯୪ରନ୍), ଅଷ୍ଟମ ସ୍ଥାନରେ ପାକିସ୍ତାନର ଫଖର ଜମାନ (୮୭୫ରନ୍), ନବମ ସ୍ଥାନରେ ୱେଷ୍ଟଇଣ୍ଡିଜ କ୍ରିକେଟର ସାଇ ହୋପ୍ (୮୭୫ରନ୍) ଓ ଦଶମ ସ୍ଥାନରେ ରହିଛନ୍ତି ବାଂଲାଦେଶ ଖେଳାଳି ମୁସଫିଜୁର ରହିମ (୭୭୦ରନ୍) ।

ROHIT SHARMAShikhar DhawanTop 10 ODI ScorerVirat Kohli
Tweet
0
ଛତିଶଗଡ଼ରେ BJP ହାରିଲା,କିନ୍ତୁ BJD ବିଧାୟକଙ୍କ ଚିନ୍ତା ବଢ଼ିଲା!
ମୋରାରଜୀଙ୍କୁ PM କରାଇଥିବା ପାଶଓ୍ୱାନ,ଏନଡିଏ ନଛାଡ଼ି ମୋଦି ପୁଣି PM ହେବାର ଦେଲେ ସଙ୍କେତ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.