Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଲାରାଙ୍କ ସହ ସମାନ ହୋଇ, ଫାଷ୍ଟେଟ୍ ୭ହଜାର ରନ୍ କ୍ଲବରେ ସାମିଲ ହେଲେ ରୋହିତ

By admin • September 24, 2018 • ସ୍ପୋର୍ଟସ୍
ROHIT-SHARMA-CAPTAIN

ଭୁବନେଶ୍ୱର: ସୁପର ସନଡେର ସୁପର ହିଟ୍ ମୁକାବିଲାରେ ସୁପର ସୋ ଦେଖାଇଲେ ହିଟ ମ୍ୟାନ୍ ରୋହିତ ଶର୍ମା ଓ ହାର୍ଡ ହିଟର୍ ଓପନର୍ ଶିଖର ଧଓ୍ୱନ। ସୁପର ସନଡେ୍ ମ୍ୟାଚରେ ୯ଓ୍ୱିକେଟରେ ପାକିସ୍ତାନକୁ ହରାଇ ଏସିଆ କପ୍ ଫାଇନାଲରେ ପ୍ରଥମ ଦଳ ଭାବରେ ସ୍ଥାନ ପକ୍କା କରିଛି ଭାରତ। ରୋହିତ ଅପରାଜିତ ୧୧୧ରନ୍ କରିଥିବା ବେଳେ ଶିଖର ଧଓ୍ୱନ କରିଥିଲେ ୧୧୪ରନ୍ । ଏମାନଙ୍କୁ ଅଟକାଇ ପାରି ନଥିଲେ ପାକିସ୍ତାନୀ ଧୁରନ୍ଧର । ରୋହିତଙ୍କ  ବ୍ୟାଟ୍‌ ଯଦି ‌ଚାଲିଲା ତାଙ୍କୁ ରୋକିବା ବିଶ୍ୱର ଯେ କୌଣସି ବୋଲରଙ୍କ ପକ୍ଷେ କଷ୍ଟକର । ଅପରାଜିତ ଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିବା ରୋହିତଙ୍କ କ୍ୟାରିୟରର ଏହା ଥିଲା ୧୯ତମ ଶତକ ।Rohit-Sharmaଫାଷ୍ଟ ୭ହଜାର ରନ୍
ପାକିସ୍ତାନ‌ ବିପକ୍ଷରେ ଅପରାଜିତ ୧୧୧ ରନ୍ ବଳରେ ଦିନିକିଆ କ୍ରିକେଟରେ ୭ହଜାର ରନ୍ ପୂରଣ କରିଛନ୍ତି ରୋହିତ । ଦ୍ରୁତ ୭ହଜାର ରନ୍ କରିବାରେ ସେ ହୋଇଛନ୍ତି ବିଶ୍ଵର ପଞ୍ଚମ କ୍ରିକେଟର। ୧୮୧ ଇନିଂସରେ ଏହି ସଫଳତା ହାସଲ‌ କରିଛନ୍ତି ରୋହିତ ଶର୍ମା । ବିଶ୍ୱ ରେକର୍ଡ ରହିଛି ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ନାଁରେ। ସେ ୧୫୦ଇନିଂସରେ ୭ ହଜାର ରନ୍ ପୂରା କରିଥିଲେ । ଦ୍ୱିତୀୟ ସ୍ଥାନରେ ବିରାଟ କୋହଲି (୧୬୧ ଇନିଂସ), ତୃତୀୟ ଏ. ବି. ଡିଭିଲିୟର୍ସ (୧୬୬ ଇନିଂସ) ଓ ଚତୁର୍ଥ ସ୍ଥାନରେ ସୌରଭ ଗାଙ୍ଗୁଲି (୧୭୪ ଇନିଂସ) ଦ୍ରୁତ ୭ ହଜାର ରନ୍ ପାର କରିଥିବା ରେକର୍ଡର ଅଧିକାରୀ ହୋଇଛନ୍ତି ।ROHIT-SHARMA-1

ଦିନିକିଆରେ ୧୯ତମ ଶତକ
୩୧ବର୍ଷୀୟ ରୋହିତ, ପାକିସ୍ତାନ ବିପକ୍ଷରେ ଯେତେବେଳେ ୯୪ରନ୍ କଲେ ସେତେବେଳେ ୭ହଜାର ରନ୍ ପୂରଣ ହୋଇଥିଲା । ଏହାପରେ ତାଙ୍କ ବ୍ୟାଟ୍ ଅଟକି ନଥିଲା। ଦିନିକିଆରେ ହାସଲ କରିଥିଲେ ୧୯ତମ ଶତକ । ଏଥିସହିତ ନ୍ୟୁଜିଲାଣ୍ଡର ରସ୍ ଟେଲର୍, ଓ୍ୱେଷ୍ଟଇଣ୍ଡିଜ‌ର ବ୍ରାଏନ୍ ଲାରା ଓ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ସମତୁଲ ହୋଇଛନ୍ତି ରୋହିତ । ସେମାନେ ମଧ୍ୟ ଓ୍ୱାନଡେରେ ୧୯ଟି ଲେଖାଏଁ ଶତକ ମାରିଛନ୍ତି । BIRAN-LARA-CRICKTERସର୍ବାଧିକ ଶତକ ମାରିବାରେ ୧୯ ନମ୍ବର ସ୍ଥାନ
ସର୍ବାଧିକ ଶତକ ହାସଲକାରୀ କ୍ରିକେଟର ତାଲିକାର ୧୯ନମ୍ବର ସ୍ଥାନରେ ନିଜ ନାଁ ଲେଖାଇଛନ୍ତି ରୋହିତ। ସଚିନ ତେନ୍ଦୁଲକର ସବୁଠୁ ଅଧିକ ୪୯ଟି ଦିନିକିଆ ଶତକ ସହ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ପଛକୁ ବିରାଟ କୋହଲି (୩୫ ଶତକ) ସହ ଦ୍ୱିତୀୟରେ ଅଛନ୍ତି । ରିକି ପଣ୍ଟିଂ, ସନତ୍ ଜୟସୂରିୟା, ହାସିମ୍ ଆମଲା, ଏ.ବି. ଡିଭିଲିୟର୍ସ, କୁମାର ସାଙ୍ଗାକାରା, କ୍ରିସ୍ ଗେଲ୍, ସୌରଭ ଗାଙ୍ଗୁଲି, ତିଲକରତ୍ନେ ଦିଲସାନ୍, ହର୍ସଲ ଗିବସ୍ ଓ ସୟିଦ ଅନଓ୍ୱର ରୋହିତଙ୍କ ଉପରେ ଅଛନ୍ତି ।

ପାକିସ୍ତାନକୁ ଲଗାତାର ହରାଇଲେ କ୍ୟାପଟେନ୍ ରୋହିତ
ପାକିସ୍ତାନ ବିପକ୍ଷରେ ଲଗାତାର ‌ଦୁଇଟି ମ୍ୟାଚ୍ ଜିତାଇଥିବା ପ୍ରଥମ ଭାରତୀୟ କ୍ୟାପଟେନ ହୋଇଛନ୍ତି ରୋହିତ ଶର୍ମା। ପୂର୍ବରୁ ଟିମ୍ ଇଣ୍ଡିଆର ୯ଜଣ କ୍ୟାପଟେନ୍ ଦୁଇଟିରୁ ଗୋଟିଏ ଜିଣିଥିବା ବେଳେ ଆଉ ଗୋଟିଏରେ ପରାଜିତ ହୋଇଛନ୍ତି । ଚଳିତ ଏସିଆ କପର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ୮ ଓ୍ୱିକେଟରେ ହରାଇଥିଲା ଭାରତ । ରୋହିତ ଶର୍ମା ୫୨ ରନ୍ କରିଥିଲେ ।ROHIT-SHARMA-1ମିଷ୍ଟର ଷିକ୍ସର
ପାକିସ୍ତାନ ବିରୋଧରେ ରୋହିତ କରିଥିବା ୧୧୧ ରନ୍ ଭିତରେ ରହିଛି ୪ଟି ଛକା । ଏହାସହ ସେ ଅନ୍ତର୍ଜାତୀୟ କ୍ରିକେଟରେ ୩ଶହ ଛକା ମାରିଥିବା ଦ୍ୱିତୀୟ ଖେଳାଳି ହୋଇଛନ୍ତି । ସର୍ବାଧିକ ଛକା ମାରିଥିବା ରେକର୍ଡ ରହିଛି ଟିମ୍ ଇଣ୍ଡିଆର ମିଷ୍ଟର କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ।ROHIT-SIKHARସଫଳ ଓପନିଂ ପାର୍ଟନରସିପ୍
ଶିଖର ଧଓ୍ବନଙ୍କ ସହ ମିଶି ପାକିସ୍ତାନ ବିପକ୍ଷରେ ପ୍ରଥମ ଓ୍ବିକେଟରେ ୨୧୦ ରନ୍ ପାର୍ଟନରସିପ୍ କରିଥିଲେ ରୋହିତ ଶର୍ମା। ଏପର୍ଯ୍ୟନ୍ତ ୮୫ ଇନିଂସରେ ଦୁହେଁ ୧୩ଥର ୧୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଶତକୀୟ ଭାଗିଦାରୀ ବିଶ୍ୱ ରେକର୍ଡର ଅଷ୍ଟମ ସ୍ଥାନରେ ଆସୁଛନ୍ତି ରୋହିତ-ଶିଖର ଯୋଡ଼ି । ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ‌ସଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲି ଯୋଡ଼ି । ସେମାନେ ୧୭୬ଟି ମ୍ୟାଚରେ ୨୬ଥର ଶତକୀୟ ଭାଗିଦାରୀ ଇନିଂସ ଖେଳିଛନ୍ତି।

BCCIINDIAN CRICKETROHIT SHARMASIKHAR DHAWAN
Tweet
0
କେବେ ଜଣାପଡିବ,ବଲିଉଡ ଅଭିନେତ୍ରୀଙ୍କ ମୃତ୍ୟୁର କାରଣ?
ପ୍ରଚାର ଆରମ୍ଭ: ଶାହଙ୍କ ଫୋକସରେ ଚାଷୀ, ନବୀନ କଣ ଆୟୁଷ୍ମାନ ଭାରତକୁ ଡ଼ରିଗଲେ?

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.