Gautam-Dhoni

ଭାରତୀୟ ରାଜନୀତିରେ କ୍ରିକେଟରଙ୍କ ପ୍ରବେଶ କିଛି ନୂଆଁ କଥା ନୁହେଁ। ପୂର୍ବରୁ ବହୁ କ୍ରିକେଟର ପଲିଟିକ୍ସ ପିଚକୁ ଓହ୍ଲାଇଛନ୍ତି। ବିଶେଷ କରି ବିଭିନ୍ନ ରାଜନୈତିକ ଦଳରେ ଯୋଗ ଦେଇଛନ୍ତି ଟିମ୍ ଇଣ୍ଡିଆର କିଛି କ୍ୟାପଟେନ୍। କିଏ ହିଟ୍ ତ କିଏ ଫ୍ଲପ୍ ମାରିଛନ୍ତି। ମନସୁର ଅଲ୍ଲୀ ଖାନ ପଟୌଦିଙ୍କ ଭଳି ଅଧିନାୟକ ନିର୍ବାଚନରେ କଂଗ୍ରେସ ଟିକେଟରେ ଭୋପାଳରୁ ଲଢ଼ି ପରାଜୟର ମୁହଁ ଦେଖିଥିବା ବେଳେ ମହମ୍ମଦ ଆଝାରୁଦ୍ଦିନଙ୍କ ଭଳି କ୍ୟାପଟେନ୍ କଂଗ୍ରେସ ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ଓପନର ଥିବା ନବଜୋତ ସିଂହ ସିଦ୍ଧୁ ସାଂସଦ ଓ ମନ୍ତ୍ରୀ ହୋଇଛନ୍ତି। ଚେତନ ଚୌହ୍ୱାଣ, ଶ୍ରୀସନ୍ଥଙ୍କ ଭଳି ୟଙ୍ଗ କ୍ରିକେଟର ବି ବିଜେପିରେ ଯୋଗ ଦେଇ ପଲିଟିକ୍ସ ମୈଦନାକୁ ଓହ୍ଲାଇଛନ୍ତି। ଏବେ ଏହି ଧାରାରେ ସାମିଲ ହୋଇପାରନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର। ଶୁଣିବାକୁ ମିଳୁଛି, ୨୦୧୧ଓ୍ୱାର୍ଲଡ କପରେ ଭାରତକୁ ଚାମ୍ପିଅନ କରାଇଥିବା ଧୋନି ଓ ଗମ୍ଭୀର ବିଜେପି ଟିକେଟରେ ୨୦୧୯ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।Kirti-Azadବିଜେପିର ଟେନସନ୍-କୀର୍ତ୍ତି
ଧୋନି ଓ ଗମ୍ଭୀରଙ୍କୁ ବିଜେପି ରାଜନୀତିରେ ଫିଟ୍ କରିବାର ଅସଲ ଉଦ୍ଦେଶ୍ୟ ଅଲଗା ବୋଲି ଆଲୋଚନା ହେଉଛି। ୧୯୮୩ କ୍ରିକେଟ ବିଶ୍ୱକପର ଚର୍ଚ୍ଚିତ ଖେଳାଳି କୀର୍ତ୍ତି ଝା ଆଜାଦଙ୍କୁ କାଉଣ୍ଟର କରିବା ପାଇଁ ଧୋନି-ଗମ୍ଭୀରଙ୍କୁ ନିଜ କ୍ୟାମ୍ପରେ ବିଜେପି ସାମିଲ କରାଇବାକୁ ଯାଉଛି ବୋଲି ଖବର ରହିଛି। ଭାରତୀୟ ରାଜନୀତିରେ କ୍ରିକେଟର ହିସାବରେ ସବୁଠାରୁ ସଫଳ ବ୍ୟକ୍ତି ହେଉଛନ୍ତି କୀର୍ତ୍ତି ଝା ଆଜାଦ।୧୯୮୩ ବିଶ୍ୱକପ୍ ସେମି ଫାଇନାଲରେ ଇଂଲଣ୍ଡର ଇଆନ୍ ବୋଥାନଙ୍କ ଓ୍ୱିକେଟ ନେଇ ଟିମ୍ ଇଣ୍ଡିଆକୁ ଫାଇନାଲରେ ପହଞ୍ଚାଇଥିବା ଏହି କ୍ରିକେଟର କମ୍ ପଲିଟିସିଆନ୍ ଏବେ ବିଜେପି ପାଇଁ କଣ୍ଟା ସାଜିଛନ୍ତି। ବିଜେପି ଟିକେଟରେ ଥରେ ବିଧାୟକ ଓ ତିନି ତିନି ଥର ସାଂସଦ କୀର୍ତ୍ତୀ ଆଜାଦ ଏବେ ଦଳରୁ ନିଲମ୍ବିତ। ବିହାର ଦରଭଙ୍ଗା ସାଂସଦ କୀର୍ତ୍ତି ହୁଏତ ୨୦୧୯ ନିର୍ବାଚନ କଂଗ୍ରେସ ଟିକେଟରେ ଲଢ଼ି ପାରନ୍ତି। ବିହାର-ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ଝା ଆଜାଦଙ୍କ ପୁଅ କିର୍ତ୍ତୀଙ୍କ ଉଭୟ ବିହାର ଓ ଦିଲ୍ଲୀରେ ରାଜନୈତିକ ପତିଆରା ରହିଛି। ସ୍ୱାଧୀନତା ସଂଗ୍ରାମୀ ଭାଗବତ ଝା ଆଜାଦ ଭାଗଳପୁରରୁ ଛଅ ଛଅ ଥର ସାଂସଦ ଥିଲେ। ଇନ୍ଦିରା ଗାନ୍ଧିଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିଲେ ଭାଗବତ ଆଜାଦ। କିର୍ତ୍ତିଙ୍କ ପରିବାରର ଏବେବି ବିହାର ଓ ଝାଡ଼ଖଣ୍ଡରେ ଯଥେଷ୍ଟ ପ୍ରଭାବ ରହିଛି। Dhoni-Sahaଷ୍ଟାର ପ୍ରଚାରକ ହେବେ ଧୋନି !
୨୦୧୯ରେ କୀର୍ତ୍ତିଙ୍କ ପଟରୁ କୌଣସି ରିସ୍କ ନେବାକୁ ଚାହୁଁନି ବିଜେପି। କୀର୍ତ୍ତି ଆଜାଦ କାଳେ କଂଗ୍ରେସ ଟିକେଟରୁ ଲଢ଼ି ବିଜେପିକୁ ଅଡୁଆରେ ପକାଇ ପାରନ୍ତି, ସେଥିପାଇଁ ଧୋନି ଝାଡ଼ଖଣ୍ଡରେ ବିଜେପିର ଚେହେରା ହେବେ। ବିଶେଷ କରି ଭାଗଲପୁରକୁ ଲାଗିଥିବା ଝାଡ଼ଖଣ୍ଡ ଅଞ୍ଚଳରେ ଧୋନିଙ୍କୁ ପ୍ରଚାରରେ ଲଗାଇପାରେ ବିଜେପି। ଏମିତି ବି ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା, ବିହାର ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି। ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ନିଜ ପ୍ରଦେଶ ଝାଡ଼ଖଣ୍ଡରେ ବିଜେପିକୁ ଅଡୁଆରେ ପକାଇ ପାରନ୍ତି। ତେଣୁ ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ବିଜେପି ଫିଟ୍ କରୁଛି।Gautam-Gambhirଦିଲ୍ଲୀ ବଏଙ୍କୁ ପ୍ରୋଜେକ୍ଟ
୧୯୯୩ ମସିହାରେ ଦିଲ୍ଲୀର ଗୋଲ ମାର୍କେଟର ବିଧାୟକ ଥିଲେ କୀର୍ତ୍ତି ଝା ଆଜାଦ। ଏବେ ବି ସେଠାରେ ତାଙ୍କର ଭଲ ସଂଗଠନ ରହିଛି। ଏହି ଅଞ୍ଚଳର ବିଜେପି ସାଂସଦ ମୀନାକ୍ଷୀ ଲେଖିଙ୍କ ଲୋକପ୍ରିୟତା ଏହାରି ଭିତରେ ହ୍ରାସ ପାଇଛି। ନୂଆଦିଲ୍ଲୀ ଲୋକସଭା କ୍ଷେତ୍ରର ଭୋଟର ତାଙ୍କ କାମରେ ନାଖୁସ ଥିବାରୁ ୨୦୧୯ରେ ମୀନାକ୍ଷୀଙ୍କୁ ରିପିଟ୍ କରିବାକୁ ଚାହୁଁ ନାହାନ୍ତି ବିଜେପିର ପାଓ୍ୱାର କରିଡର। କାଳେ କୀର୍ତ୍ତୀ ଆଜାଦଙ୍କୁ ନୂଆଦିଲ୍ଲୀ ସିଟରେ କଂଗ୍ରେସ ଲଢ଼ାଇବ, ସେଦୃଷ୍ଟିରୁ ଗୌତମ ଗମ୍ଭୀରଙ୍କୁ ନୂଆଦିଲ୍ଲୀ ଆସନ ପାଇଁ ପ୍ରୋଜେକ୍ଟ କରିବାକୁ ଯାଉଛି ବିଜେପି। Kirti-Azad-1ସେପଟେ ଦରଭଙ୍ଗା ଆସନରେ କୀର୍ତ୍ତି ଆଜାଦଙ୍କୁ ଟକ୍କର ଦେବେ ଜେଡିୟୁର ସଞ୍ଜୟ ଝା। ଯଦିଓ କୀର୍ତ୍ତିଙ୍କ ଘର ହେଉଛି ଭାଗଲପୁର।କିନ୍ତୁ ଶ୍ୱଶୂର ଘର ଦରଭଙ୍ଗା ଲୋକସଭା ଆସନରୁ ସେ ତିନି ଥର ବିଜୟୀ ହେଲେଣି।ତେବେ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ ବା ଡିଡିସିଏ ଦୁର୍ନୀତି ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଟାଣିଥିବା କୀର୍ତ୍ତିଙ୍କୁ ପ୍ରଥମେ ଦଳରୁ ନିଲମ୍ବନ କରିଥିଲା ବିଜେପି। ଏବେ ପାଓ୍ୱାର ପଲିଟିକ୍ସରୁ ଆଉଟ୍ କରିବା ପାଇଁ ଲାଗିଛି। ପୂର୍ବରୁ ଗତ ଅଗଷ୍ଟ ମାସରେ ସମ୍ପର୍କ ଫର ସମର୍ଥନ କ୍ୟାମ୍ପେନରେ ଧୋନିଙ୍କୁ ଭେଟିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ। ତେବେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ଏକ ପ୍ରଦର୍ଶନୀ ମ୍ୟାଚର ଶେଷ ଓଭରର ଅନ୍ତିମ ବଲରେ ଚୌକା ମାରି ଭାରତୀୟ ଦଳକୁ ବିଜୟୀ କରାଇଥିବା ପୂର୍ବତନ ଅଲରାଉଣ୍ଡର୍ କୀର୍ତ୍ତି, ଶାହଙ୍କ ରଣନୀତି ଆଗରେ ଫେଲ୍ ମାରୁଛନ୍ତି, ନା ବ୍ୟାଟ୍ସମ୍ୟାନ୍ ଧୋନି ଓ ଗମ୍ଭୀରଙ୍କୁ ନିଜର ଯାଦୁଗରୀ ଅଫ୍ ସ୍ପିନରେ କ୍ଲିନ୍ ବୋଲ୍ଡ କରୁଛନ୍ତି। ଏଥିପାଇଁ ୨୦୧୯ନିର୍ବାଚନ ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ଏଥିସହ ପଢ଼ନ୍ତୁ: ବ୍ରୋକରରୁ ବଲିଉଡ୍, ଓ୍ୱାଚମ୍ୟାନରୁ ସୁପରଷ୍ଟାର: ସେଲିବ୍ରିଟି ପୂର୍ବରୁ କ’ଣ ଏଭଳି କାମ କରୁଥିଲେ ଷ୍ଟାର ?