Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

IPLର ସୁପରହିଟ୍ କ୍ରିକେଟର୍, ଦିନିକିଆରେ ଫ୍ଲପ୍

By admin • December 21, 2018 • ସ୍ପୋର୍ଟସ୍
IPL-Trophy

ଆଇପିଏଲର ୨୦୧୯ ସଂସ୍କରଣ ପାଇଁ ଖେଳାଳି କିଣାବିକା ସରିଛି। ପୁଣି ଥରେ ଫଟାଫଟ୍ କ୍ରିକେଟରେ ଝୁମିବାକୁ ଦର୍ଶକ ଅପେକ୍ଷା କରିଛନ୍ତି। ପ୍ରତିବର୍ଷ ଆଇପିଏଲରେ କେହି ନା କେହି ଯୁବ କ୍ରିକେଟର ହେଡଲାଇନ୍ସ ହୋଇଥାଆନ୍ତି। ଦୁନିଆର ସବୁଠୁ ବଡ଼ ଟି-୨୦ ଲିଗ୍। ଏଠାରେ ଭଲ ପ୍ରଦର୍ଶନ କଲେ ଅନ୍ତର୍ଜାତୀୟ ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ମିଳିଯାଏ। ଏମିତି କିଛି ଭାଗ୍ୟବାନ ଖେଳାଳିଙ୍କ ପ୍ରତିବର୍ଷ ଆଇପିଏଲରେ ଆବିର୍ଭାବ ହୁଏ।କିନ୍ତୁ ଆଇପିଏଲରେ ଦବଦବା ଦେଖାଇଥିବା ଖେଳାଳି ନ୍ୟାସନାଲ୍ ଟିମରେ ପରେ ଫେଲ୍ ମାରନ୍ତି। ଏମିତି ୩ଜଣ ଭାରତୀୟ କ୍ରିକେଟର ଅଛନ୍ତି, ଯେଉଁମାନେ ଆଇପିଏଲରେ ସୁପରହିଟ୍। କିନ୍ତୁ ଦିନିକିଆରେ ଫ୍ଲପ୍। ଆଇପିଏଲରେ ଆଜି ବି ସେମାନଙ୍କ ଚମକ ଯେମିତି ସେମିତି। ଚଢ଼ା ଦରରେ ବିକ୍ରିହେଉଛନ୍ତି।

ରବିନ ଉତ୍ଥାପା

Rabin-Uthappa

ଆଇପିଏଲର ସବୁଠୁ ଅନୁଭବୀ ଖେଳାଳିଙ୍କ ମଧ୍ୟରୁ ଜଣେ। ଏହି ଟୁର୍ଣ୍ଣାମେଣ୍ଟରେ ଏଯାଏଁ ରବିନ ଉତ୍ଥାପା ଖେଳିଛନ୍ତି ୧୬୫ ମ୍ୟାଚ୍। ମୋଟ୍ ୪୧୨୯ ରନ୍ କରିଛନ୍ତି। ଆଇପିଏଲର ଅଲଗା ଅଲଗା ଫ୍ରାଞ୍ଚାଇଜି ଟିମ୍ ପାଇଁ ଖେଳିଛନ୍ତି ଉତ୍ଥାପା। ଓ୍ୱିକେଟ କିପର-ବ୍ୟାଟ୍ସମ୍ୟାନ ଭାବରେ ୨୦୦୬ରେ ଅନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିଥିଲେ।୨୦୧୫ରେ ଜିମ୍ବାଓ୍ୱେ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ। ଭାରତ ପାଇଁ ୪୬ଟି ଦିନିକିଆରୁ ହାସଲ କରିଛନ୍ତି ମାତ୍ର ୯୩୪ ରନ୍। କର୍ଣ୍ଣାଟକର ଏହି ବିସ୍ଫୋରକ କ୍ରିକେଟର ଆଇପିଏଲର ସବୁ ସିଜିନରେ କିନ୍ତୁ ସୁପରହିଟ୍ । ୫ବର୍ଷ ହେବ ସେ କୋଲକାତା ନାଇଟ ରାଇଡର୍ସର ସଦସ୍ୟ ଅଛନ୍ତି। କୋଲକାତା ତାଙ୍କୁ ୬ କୋଟି ୪୦ ଲକ୍ଷ ଟଙ୍କାରେ ରିଟେନ୍ କରିଛି।

ରିଦ୍ଧିମାନ ଶାହା

Wriddhiman-Saha

୩୪ ବର୍ଷୀୟ ଏହି କ୍ରିକେଟର ଟିମ୍ ଇଣ୍ଡିଆକୁ ଫେରିବା ଆଶା ମଉଳି ଗଲାଣି। ମହେନ୍ଦ୍ର ସିଂହ ଧୋନି ଥିବାରୁ ହାତ ଗଣିତ ମାତ୍ର କେତୋଟି ମ୍ୟାଚ୍ ଖେଳିଛନ୍ତି। ୨୦୧୦ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ରିଦ୍ଧିମାନ। ୯ଟି ଦିନିକିଆ ଖେଳିଥିବା ରିଦ୍ଧମାନ ୨୦୧୪ରେ ଶେଷ ଓ୍ୱାନ ଡେ ଖେଳିଥିଲେ। କିନ୍ତୁ ଆଇପିଏଲ ପ୍ରଦର୍ଶନ ଜବରଦସ୍ତ। ୧୧୫ଟି ଆଇପିଏଲ୍ ମ୍ୟାଚରୁ ହାସଲ କରିଛନ୍ତି ୧୬୭୯ ରନ୍।ଷ୍ଟ୍ରାଇକ୍ ରେଟ୍ ୧୨୯.୮୫। ଡାହାଣହାତୀ ବ୍ୟାଟସମ୍ୟାନ୍ ରିଦ୍ଧିମାନ କୋଲକାତା ନାଇଟ ରାଇଡର୍ସ,ଚେନ୍ନାଇ ସୁପରକିଙ୍ଗସ୍ ଓ କିଙ୍ଗସ୍ ଇଲେଭେନ ପଞ୍ଜାବର ଜର୍ସିରେ ନଜର ଆସିଛନ୍ତି। ଚଳିତବର୍ଷ ସନ୍ ରାଇଜର୍ସ ହାଇଦ୍ରାବାଦରେ ଖେଳିବେ। ତାଙ୍କୁ ୧କୋଟି ୨୦ଲକ୍ଷ ଟଙ୍କାରେ କିଣିଛି ହାଇଦ୍ରାବାଦ । ଧୋନିଙ୍କ ବିକଳ୍ପ ଭାବରେ ଟିମ୍ ଇଣ୍ଡିଆରେ ରୁଷଭ ପନ୍ଥ ଏଣ୍ଟ୍ରି ନେଇ ସାରିଥିବାରୁ ରିଦ୍ଧିମାନଙ୍କ କମବ୍ୟାକ୍ ଆଶା କ୍ଷୀଣ।

ମୋହିତ ଶର୍ମା

Mohit-Sharma

ମୋହିତ ଶର୍ମା ଆଇପିଏଲରେ ସଫଳ ବୋଲର୍ ହୋଇଥିଲେ ବି ଟିମ୍ ଇଣ୍ଡିଆରେ ସ୍ଥାନ ସୁରକ୍ଷିତ କରି ପାରିଲେ ନାହିଁ। ଆଇପିଏଲରେ କିନ୍ତୁ ଝଟକୁଛନ୍ତି ମୋହିତ। ଯେଉଁ ଦଳ ପାଇଁ ଖେଳୁଛନ୍ତି ସେ ଟିମକୁ ଫାଇଦା ମିଳୁଛି। କୋଲକାତା ନାଇଟ ରାଇଡର୍ସ, ଚେନ୍ନାଇ ସୁପରକିଙ୍ଗସ୍ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପାଇଁ ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି। ଚଳିତ ସିଜିନରେ ସେ ଚେନ୍ନାଇ ସ୍କ୍ୱାଡକୁ ଫେରିଛନ୍ତି। ତାଙ୍କୁ ୫କୋଟି ଟଙ୍କାରେ କିଣିଛି ଚେନ୍ନାଇ। ତେବେ ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମାଙ୍କ ଭଳି ଫାଷ୍ଟ ବୋଲର ଥିବାରୁ ଟିମ୍ ଇଣ୍ଡିଆରେ ନିଜ ପାଇଁ ସୁରକ୍ଷିତ ସ୍ଥାନଟିଏ ରଖି ପାରିଲେ ନାହିଁ ମୋହିତ ଶର୍ମା। ଫେରିବାର ରାସ୍ତା ବି ଏକ ପ୍ରକାର ବନ୍ଦ। କିନ୍ତୁ ଆଇପିଏଲରେ କମାଲ କରୁଛନ୍ତି। ତେବେ ଏମାନେ ଚଳିତ ସିଜିନରେ କି କରିସ୍ମା ଦେଖାଉଛନ୍ତି କ୍ରିକେଟ ଫ୍ୟାନ ଅପେକ୍ଷା କରିଛନ୍ତି।

IPLMOHIT SHARMARABIN UTHAPPAWRIDHIMAN SAHA
Tweet
0
ନିର୍ବାଚନୀ ତୋଫା:ବିଜୁଙ୍କ ‘ଜିଲ୍ଲା ବୃଦ୍ଧି’ ଫର୍ମୁଲାକୁ ଅନୁସରଣ କରିବେ ନବୀନ!
ଛତିଶଗଡ଼ରେ BJP ହାରିଲା,କିନ୍ତୁ BJD ବିଧାୟକଙ୍କ ଚିନ୍ତା ବଢ଼ିଲା!

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.