ଭୁବନେଶ୍ୱର:୧୬ବର୍ଷ ପରେ ଓଡ଼ିଶାର ରାଜନୈତିକ ଇତିହାସ କଡ଼ ଲେଉଟାଇବ ବୋଲି ଚର୍ଚ୍ଚା ଚାଲିଛି। ୨୦୦୨ରେ ଯେଉଁ ଦଳରୁ ନିଲମ୍ବିତ ହୋଇଥିଲେ ସେହି ବିଜୁ ଜନତା ଦଳକୁ ଦିଲ୍ଲୀପ ରାୟ ଫେରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଯେଉଁ ଆଳି ରାଣୀ-ସୁଶ୍ରୀଦେବୀଙ୍କ ସହ ୨୦୦୨ରେ ଦିଲ୍ଲୀପ ରାୟ ଦ୍ୱିତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେହିସୁଶ୍ରୀ ଦେବୀଙ୍କ ପୁଅ ପ୍ରତାପ କେଶରୀ ଦେବଙ୍କ ସ୍ଥାନରେ ଦିଲ୍ଲୀପ ପୁଣି ରାଜ୍ୟସଭାକୁ ଯିବେବୋଲି ଚର୍ଚ୍ଚା ହେଉଛି। ରାଜ୍ୟସଭା ସାଂସଦ ପଦରୁ ପ୍ରତାପ ଦେବ ଇସ୍ତଫା ଦେବେ ଏବଂ ବିଜେଡିରେମିଶି ଦିଲ୍ଲୀପ ରାୟ ତୃତୀୟ ଥର ପାଇଁ ରାଜ୍ୟସଭା ଯିବେ ବୋଲି ଶୁଣିବାକୁ ମିଳୁଛି।ଏହା ପୂର୍ବରୁଗତ ୩୦ ତାରିଖରେ ବିଧାୟକ ପଦ ଓ ବିଜେପିରୁ ଇସ୍ତଫା ଦେଇଛନ୍ତି ଦିଲ୍ଲୀପ। ବିଜେଡିର ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ରେ ବିଜୟ ମହାପାତ୍ରଙ୍କସହ ଦିଲ୍ଲୀପ ରାୟ ବିଜୁ ଜନତା ଦଳରେ ମିଶୁଥିବାର ଆଲୋଚନା ହେଉଛି।
ଇସ୍ତଫା ଦେଇଥିଲେ ବିଜୁ ପଟ୍ଟନାୟକ
ଅନ୍ୟପଟେ ବୈଜୟନ୍ତ ପଣ୍ଡା ବିଜେଡିକୁ ବାଏ ବାଏ କରିବାପରେ କେନ୍ଦ୍ରାପଡ଼ା ଠାରୁ ରାଜ୍ୟ ରାଜନୀତି ଉଲଟ ପାଲଟ ହୋଇଗଲାଣି। ବୈଜୟନ୍ତଙ୍କୁ ଚେକ୍ ଦେବାଲାଗି ଦିଲ୍ଲୀପ ଓ ବିଜୟଙ୍କୁ ବିଜେଡିରେ ମିଶାଇ ପାରନ୍ତି ନବୀନ। ଯଦି ଚର୍ଚ୍ଚା ବାସ୍ତବ ରୂପ ନିଏତେବେ ବିଷ୍ଣୁ ଦାସଙ୍କ ସ୍ଥାନରେ ଉପନିର୍ବାଚନରେ ରାଜ୍ୟସଭାକୁ ଯାଇଥିବା ପ୍ରତାପ ଦେବ ସାଂସଦପଦରୁ ଇସ୍ତଫା ଦେଇ ଆଳି ରାଜନୀତିକୁ ଫେରିବେ। ଏମିତି ତ ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ପଦରୁ ୧୯୮୫ରେ ବିଜୁ ପଟ୍ଟନାୟକଇସ୍ତଫା ଦେଇଥିଲେ। ଫଳରେ ଜନତା ପାର୍ଟି ଟିକେଟରେ ପ୍ରତାପଙ୍କ ବାପା ଶରତ ଦେବ, ଉପନିର୍ବାଚନରେ ବିଜୟୀ ହୋଇ ଲୋକସଭା ଯାଇଥିଲେ। ହେଲେ ଶରତ ଦେବ, ଲୋକସଭାର ଫୁଲଟର୍ମ କାର୍ୟ୍ୟ କରିବାକୁ ସୁଯୋଗ ପାଇନଥିଲେ। ୧୯୮୫ବିଧାନସଭା ନିର୍ବାଚନରେ ଆଳି ଭୋଟରଙ୍କ ଦ୍ୱାରା ଶରତ ଦେବ ପ୍ରତ୍ୟାଖାତ ହେବାରୁ ଉପନିର୍ବାଚନଜରିଆରେ ତାଙ୍କୁ ସଂସଦକୁ ପଠାଇଥିଲେ ବିଜୁ ପଟ୍ଟନାୟକ। ଆଉ ୨୦୧୪ରେ ପ୍ରତାପ ଦେବ ବିଧାନସଭାନିର୍ବାଚନରେ ପରାଜିତ ହେବା ପରେ ଉପନିର୍ବାଚନରେ ମେ ୨୦୧୭ରେ ପ୍ରତାପଙ୍କୁ ରାଜ୍ୟସଭାକୁ ପଠାଇଲେ ବିଜୁଙ୍କ ପୁଅନବୀନ।
ନବୀନଙ୍କୁ ଚକମା ଦେଇଥିଲେ ଦିଲ୍ଲୀପ
ତେବେ ୨୦୦୨ ମସିହାର ୨୭ମାର୍ଚ୍ଚ ଥିଲା ଓଡ଼ିଶା ରାଜନୈତିକଇତିହାସର ଅତି ରୋଚକ ଦିନ। ୪ଟି ରାଜ୍ୟସଭା ଆସନ ପାଇଁ ଲଢ଼େଇ କରୁଥିଲେ ୫ଜଣ।ବିଜୟୀ ହୋଇଥିଲେ ୨ଜଣମହିଳା ପ୍ରାର୍ଥୀ ସୁଶ୍ରୀ ଦେବୀ ଓ ପ୍ରମିଳା ବହିଦାର। ଉଭୟ ଥିଲେ ବିଜୁ ଜନତା ଦଳର ସଦସ୍ୟ।ସୁଶ୍ରୀ ଦେବୀ ହେଉଛନ୍ତି ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ମା’। ଆଉ ୨୦୦୨ ନିର୍ବାଚନରେ ବିଜୟୀ ହୋଇଥିବା ପୁରୁଷ ପ୍ରାର୍ଥୀ ସୁରେନ୍ଦ୍ର ଲାଠ ଓ ଦିଲ୍ଲୀପ ରାୟ ଥିଲେପଶ୍ଚିମ ଓଡ଼ିଶାର। ବିଜେପିର ସୁରେନ୍ଦ୍ର ଲାଠ ଓ ବିଜେଡିର ପ୍ରମିଳା ବହିଦାର ଉଭୟ ଥିଲେସମ୍ବଲପୁର ସହରର। କିନ୍ତୁ ଏମାନଙ୍କ ମଧ୍ୟରୁ ଦିଲ୍ଲୀପ ରାୟ ଥିଲେ ଚର୍ଚ୍ଚାରେ। କାରଣ ନବୀନପଟ୍ଟନାୟକଙ୍କୁ ଚାଲେଞ୍ଜ ଦେଇ ସ୍ୱାଧିନ ଭାବେ ଲଢ଼ି ବିଜୟୀ ହୋଇଥିଲେ ଦିଲ୍ଲୀପ।ନିଜ ଜିଲ୍ଲା ସୁନ୍ଦରଗଡ଼ର କଂଗ୍ରେସ ଆଦିବାସୀ ନେତା ମୋରିସକୁଜୁରଙ୍କୁ ହରାଇଥିଲେ ଦିଲ୍ଲୀପ।
ଫ୍ଲପ ହୋଇଥିଲା ନବୀନ-କଂଗ୍ରେସ ଡିଲ୍
୨୮ ବିଧାୟକଙ୍କ ସମର୍ଥନ ପାଇ ଦିଲ୍ଲୀପ ରାୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଦିଲ୍ଲୀପଙ୍କୁ ହରାଇବା ପାଇଁକଂଗ୍ରେସ ସହ ନବୀନ ଡିଲ୍ କରିଥିବାର ଆଲୋଚନା ହୋଇଥିଲା। ହେଲେ ବିଚକ୍ଷଣ ଦିଲ୍ଲୀପ, କଂଗ୍ରେସ ବିଧାୟକ ଦଳରେ ଫାଟ କରିଥିଲେ। ଫଳରେ ୨୫ଜଣ କଂଗ୍ରେସବିଧାୟକଙ୍କ ମଧ୍ୟରୁ ମୋରିସ କୁଜୁରୁଙ୍କୁ ମିଳିଥିଲା ୨୩ଜଣଙ୍କ ଭୋଟ୍।୧୦ ବିଜେଡି ବିଧାୟକଙ୍କଭୋଟ୍ ମଧ୍ୟ ପଡ଼ିଥିଲା ଦିଲ୍ଲୀପଙ୍କ ସପକ୍ଷରେ। ବିଜେପି ଏବଂ ସ୍ୱାଧିନ ବିଧାୟକଙ୍କ ମଧ୍ୟଦିଲ୍ଲୀପଙ୍କୁ ସମର୍ଥନ ଦେଇଥିଲେ। ନବୀନଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଅଦୈତ ପ୍ରସାଦସିଂହଦେଓଙ୍କ ଭୋଟ ନାକଚ ହେବା ଏବଂ ଜେଡି(ଏସ)ର ଅଶୋକ ଦାସ ଓ ସିପିଏମର ପ୍ରଦୀପ୍ତ ପଣ୍ଡା ଭୋଟରେଭାଗ ନନେବା ଦିଲ୍ଲୀପ ରାୟଙ୍କ ଜିତିବା ବାଟକୁ ସହଜ କରି ଦେଇଥିଲା।
ରାଜନୈତିକ ବାଧ୍ୟବାଧକତା
ତେବେ ଦିଲ୍ଲୀପ ରାୟଙ୍କ ବିଜୟରେ ପରାଜିତ ପ୍ରାର୍ଥୀ ମୋରିସ କୁଜୁରୁଙ୍କୁ ଅପେକ୍ଷା ଅଧିକ ଦୁଃଖୀ ଥିଲେ ନବୀନ। କାରଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପର ଦିନ ଦିଲ୍ଲୀପ ରାୟଙ୍କୁ ବିଜେଡିରୁନିଲମ୍ବିତ କରିଥିଲେ ନବୀନ। ଆଉ ଦିଲ୍ଲୀପଙ୍କୁ ହରାଇବା ଲାଗି ବିଜେଡିର ୭୩ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକ କଂଗ୍ରେସ ପ୍ରାର୍ଥୀଙ୍କୁ ମୋରିସକୁଜୁରୁଙ୍କୁ ଭୋଟ ଦେବେ ବୋଲି ସ୍ଥିର ହୋଇଥିବାର ଚର୍ଚ୍ଚା ହୁଏ। କିନ୍ତୁ ନବୀନଙ୍କ ସବୁ ହିସାବକୁଗଡବଡ କରି ଦେଇଥିଲେ ଦିଲ୍ଲୀପ ରାୟ। ଆଉ ସେଥିରେ ତାଙ୍କୁ ସହଯୋଗ କରିଥିଲେ ବିଜୟ ମହାପାତ୍ର। ହେଲେଏବେ ରାଜନୈତିକ ବାଧ୍ୟବାଧକତା; ବୋଧହୁଏନବୀନ-ବିଜୟ-ଦିଲ୍ଲୀପଙ୍କୁ ପୁଣି ଏକାଠି କରିପାରେ!