Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ନିର୍ବାଚନୀ ତୋଫା:ବିଜୁଙ୍କ ‘ଜିଲ୍ଲା ବୃଦ୍ଧି’ ଫର୍ମୁଲାକୁ ଅନୁସରଣ କରିବେ ନବୀନ!

By admin • December 20, 2018 • ନ୍ୟୁଜ୍, ପଲିଟିକ୍ସ
New-Prpoposed-Districts

ଭୁବନେଶ୍ୱର: କୃଷି ଋଣ ଛାଡ଼ ସାଙ୍ଗକୁ କ୍ୱିଣ୍ଟାଲ ଧାନରେ ୭୫୦ଟଙ୍କା ବୋନସ୍ ପ୍ରଦାନ କରିବାକୁ ଛତିଶଗଡ଼ ସରକାରଙ୍କ ଘୋଷଣା, ବିଜେଡି ଲାଗି ଚାପ ସୃଷ୍ଟି କଲାଣି। ପଡୋଶୀ ରାଜ୍ୟ ଯଦି ଚାଷୀଙ୍କ ଲାଗି ଏତେ ପ୍ୟାକେଜ୍ ଦେଉଛନ୍ତି ତେବେ ନବୀନ ପଟ୍ଟନାୟକ ସରକାର କାହିଁକି କୃଷି ଋଣ ଛାଡ଼ କରିବେ ନାହିଁ ବୋଲି ଦାବି ହେଲାଣି। ସେପଟେ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା ଦାବିରେ ବିଜେପି ମଣ୍ଡି ଘେରାଉ କଲାଣି। ଯଦିଓ ଧାନର MSP ୨୯୩୦ଟଙ୍କା ଦାବିରେ ବିଜେଡି ଆସନ୍ତା ୮ତାରିଖରେ ସଂସଦ ଆଗରେ ବିକ୍ଷୋଭ କରିବ। କିନ୍ତୁ ବିଜୁ ଜନତା ଦଳ ସରକାର ଭଲ ଭାବରେ ଜାଣନ୍ତି, ନିର୍ବାଚନୀ ବର୍ଷରେ ଭୋଟରଙ୍କ ମନ ଜିଣିବା ଲାଗି ବଡ଼ ଘୋଷଣା ଦରକାର। ସେଥିପାଇଁ ବିଜେପି-କଂଗ୍ରେସକୁ କାଉଣ୍ଟର କରିବାକୁ ସରକାର ୪ଟି ନୂଆ ଜିଲ୍ଲା ସୃଷ୍ଟି କରିବାକୁ ପ୍ଲାନ କରିଛନ୍ତି! କାରଣ ଅତୀତର ଅଭିଜ୍ଞତା କହୁଛି ନୂଆ ଜିଲ୍ଲା ସୃଷ୍ଟି କରିବାରୁ ବିଜୁ ପଟ୍ଟନାୟକ ସରକାରଙ୍କୁ ୧୯୯୫ ନିର୍ବାଚନରେ ସୁଫଳ ମିଳିଥିଲା। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ଫିଜିବିଲିଟ୍ ରିପୋର୍ଟ ମାଗିଛନ୍ତି ରାଜସ୍ୱ ବିଭାଗ।

ଜନତା ଦଳକୁ ମିଳିଥିଲା ସଫଳତା

୧୯୯୩ରେ ବିଜୁ ପଟ୍ଟନାୟକଙ୍କ ନେତୃତାଧିନ ଜନତା ଦଳ ସରକାର ୧୭ଟି ନୂଆ ଜିଲ୍ଲା ସୃଷ୍ଟି କରିଥିଲା। ଫଳରେ ରାଜ୍ୟର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ପାଇଥିଲା। ଯାହାର ଫାଇଦା ୧୯୯୫ ନିର୍ବାଚନରେ ଜନତା ଦଳକୁ ମିଳିଥିଲା। ୧୭ଟି ନୂଆ ଜିଲ୍ଲା ମଧ୍ୟରୁ ୧୦ଟି ନୂଆ ଜିଲ୍ଲା ହେଡକ୍ୱାଟରରେ ବିଜୁ ପଟ୍ଟନାୟକଙ୍କ ପ୍ରାର୍ଥୀ ବିଜୟୀ ହୋଇଥିଲେ।ଯଦିଓ ଝାରସୁଗୁଡ଼ାରେ କିଶୋର ମହାନ୍ତି,କେନ୍ଦ୍ରାପଡ଼ାରେ ବେଦପ୍ରକାଶ ଅଗ୍ରଓ୍ୱାଲ ଏବଂ ନୟାଗଡ଼ରେ ଜନତା ଦଳର ଭାଗବତ ବେହେରାଙ୍କ ପରି ଟାଣୁଆ ବିଧାୟକ ପରାଜିତ ହୋଇଥିଲେ। କିନ୍ତୁ ନୂଆ ଜିଲ୍ଲା ସୃଷ୍ଟି ହେବା ଯୋଗୁ କଂଗ୍ରେସର ଗଡ଼ ରାୟଗଡ଼ା ଏବଂ ନବରଙ୍ଗପୁରରେ ଜନତା ଦଳ ଭଲ ପ୍ରଦର୍ଶନ କରିଥିଲା। ଏବେ ବାପାଙ୍କ ସେହି ଜିଲ୍ଲା ଫର୍ମୁଲାକୁ ରିପିଟ୍ କରି ନବୀନ ପଟ୍ଟନାୟକ ଭୋଟ୍ ରାଜନୀତିକୁ ନିଜ ପକ୍ଷକୁ ନେବାକୁ ଉଦ୍ୟମ କରିବାକୁ ଯାଉଛନ୍ତି! ଟିଟିଲାଗଡ଼ ଓ ଧର୍ମଗଡ଼ ଜିଲ୍ଲା ସୃଷ୍ଟି କରି ପଶ୍ଚିମ ଓଡ଼ିଶାରେ ବିଜେପି-କଂଗ୍ରେସକୁ ବ୍ୟାକଫୁଟ୍ ନେବା ଯୋଜନାରେ ବିଜେଡି। ଦୀର୍ଘ ୨୫ବର୍ଷ ହେଲା ସ୍ୱତନ୍ତ୍ର ଜିଲ୍ଲାର ଦାବିକୁ ଗ୍ରହଣ କରି ଟିଟିଲାଗଡ଼ ଓ କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀରେ ବିଜେଡି ନିଜ ସ୍ଥିତି ମଜଭୁତ କରିଦେବ। ସେପଟେ ଗତ ପଞ୍ଚାୟତ ନିର୍ବାଚନରେ  ବଲାଙ୍ଗିରି ଓ କଳାହାଣ୍ଡି ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ବିଜେପିକୁ ଅଟକାଇ ହେବ ବୋଲି ବିଜେଡି କୋର ଗ୍ରୁପ୍ ଚିନ୍ତା କରୁଛନ୍ତି।

ଲିଷ୍ଟରେ ଟିଟିଲାଗଡ଼-ବାଙ୍ଗିରିପୋଷି-ରାଉରକେଲା

ସ୍ୱତନ୍ତ୍ର ପୋଲିସ ଜିଲ୍ଲାର ମାନ୍ୟତା ପାଇଥିବା ରାଉରକେଲାକୁ ରାଜସ୍ୱ ଜିଲ୍ଲାର ମାନ୍ୟତା ଦେଇ ସୁନ୍ଦରଗଡ଼ ରାଜନୀତିକୁ ନିଜ ପକ୍ଷରୁ ନେବାକୁ ଚେଷ୍ଟା କରିବ ବିଜେଡି। ଏମିତି ତ ଦିଲ୍ଲୀପ ରାୟ ରାଉରକେଲାକୁ ଜିଲ୍ଲାର ମାନ୍ୟତା ଦେବା ଲାଗି ଦାବି କରୁଛନ୍ତି। ଯଦିଓ ବିଜୁ ପଟ୍ଟନାୟକ ଜିଲ୍ଲା ସୃଷ୍ଟି କଲା ବେଳେ ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ଭାଗ କରିନଥିଲେ, କିନ୍ତୁ ରାଉରକେଲାକୁ ଜିଲ୍ଲାର ମାନ୍ୟତା ଦେବା ଲାଗି ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଆୟତନ ଦୃଷ୍ଟିରୁ ସବୁଠୁ ବଡ଼ ଜିଲ୍ଲା ମୟୂରଭଞ୍ଜକୁ ଭାଙ୍ଗିବା ଲାଗି ଯୋଜନାରେ ଅଛନ୍ତି ବିଜେଡି ସରକାର।ବାଙ୍ଗିରିପୋଷି ସବଡିଭିଜନକୁ ଜିଲ୍ଲାର ମାନ୍ୟତା ଦେଇ ରାଇରଙ୍ଗପୁର,ଯଶୀପୁର,ସାରସକଣା ଏବଂ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ନିଜର ପ୍ରଭାବ ଅକ୍ଷୁର୍ଣ୍ଣ ରଖିବାକୁ ଚାହୁଁଛି ବିଜେଡି। ଏମିତି ବି ଘାଟି ଉପରକୁ ମୟୂରଭଞ୍ଜ(ପଶ୍ଚିମ) ଜିଲ୍ଲା କରାଯାଉ ବୋଲି ଦୀର୍ଘ ବର୍ଷ ହେବ ଦାବି ହେଉଛି । ବୋଧହୁଏ ନୂଆ ଜିଲ୍ଲା ସୃଷ୍ଟି କରି ବିଜେଡି ଭାଗ କର ଭୋଗ ଫର୍ମୁଲାକୁ ଚରିତାର୍ଥ କରିବାକୁ ଯାଉଛି।

BANGARIPOSHIBiju PattnaikNaveen PatnaikNEW DISTRICTSROURKELATITILAGARGH
Tweet
1
ବାପାଙ୍କ ପରି ଉପନିର୍ବାଚନରେ ସାଂସଦ ହେଲେ; କିନ୍ତୁ ମା’ଙ୍କ ସହ ରାଜ୍ୟସଭା ଯାଇଥିବା ଦିଲ୍ଲୀପଙ୍କ ପାଇଁ ଇସ୍ତଫା ଦେବେ!
IPLର ସୁପରହିଟ୍ କ୍ରିକେଟର୍, ଦିନିକିଆରେ ଫ୍ଲପ୍

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

1 Comment

  • Reply Ratnakar Bhoi December 20, 2018 at 11:05 am

    story bhala heuchhi. anusandhan mulak raijanaitik khabar.

Leave a Reply Cancel Reply

Video

https://www.youtube.com/watch?v=hER96lgu8yk

Latest News

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

    March 11, 2020
  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

    March 10, 2020
  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

    December 18, 2019
  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

    December 17, 2019
  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

    December 12, 2019

Subscribe & Follow

Find us on Facebook

Popular Posts

BIJU-ARUN

ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

On November 14, 2018
01
Prakash-Mishra

ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

On November 19, 2018
02
MAHANGA MOOD

ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

On November 4, 2018
03
Facebook Twitter

CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

Copyright © 2018. All rights reserved.