କଂଗ୍ରେସକୁ ସୁଧାରିବାକୁ ଯାଇ ଟ୍ରୋଲ୍ ହେଉଛନ୍ତି ପ୍ରଶାନ୍ତ କିଶୋର। ରାଜନୀତି କ୍ଷେତ୍ରରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟତକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କର ରଣନୀତି ଅନିଶ୍ଚିତ ମନେହେଉଥିବା ବେଳେ ସେ ଏକ ରହସ୍ୟମୟ ଟୁଇଟ୍‌ କରି କହିଛନ୍ତି ଯେ, ବାସ୍ତବ ସମସ୍ୟା ବୁଝିବା ପାଇଁ ସେ ‘ପ୍ରକୃତ ମାଲିକ’ ଜନସାଧାରଣଙ୍କ ନିକଟକୁ ଯିବେ। ତାଙ୍କର ଏହି ଅନ୍ୱେଷଣ ବିହାରରୁ ଆରମ୍ଭ ହେବ।

 ପ୍ରଶାନ୍ତ କିଶୋର

ଅଲୋଡ଼ା ପିକେ,କଂଗ୍ରେସକୁ ସୁଧାରିବାକୁ ଯାଇ ନିଜେ ଅଲୋଡ଼ା
କଂଗ୍ରେସକୁ ସୁଧାରିବାକୁ ଯାଇ ଚର୍ଚ୍ଚାରେ ଆସିଥିବା ପିକେ ଗୋଟାଏ ନୂଆ ରାଜନୈତିକ ଦଳ ଗଠନ କରିବେ କିଂବା କୌଣସି ଦଳରେ ସାମିଲ ହେବେ ତାହା  ସ୍ପଷ୍ଟ ହୋଇନାହିଁ।ବିଭିନ୍ନ ସୂତ୍ରରୁ ଆଭାସ ମିଳୁଛି ଯେ, ପ୍ରଶାନ୍ତ କିଶୋର ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି। ପୂର୍ବରୁ ମଧ୍ୟ ସେ କହିଥିଲେ ଯେ, ସେ ନିର୍ବାଚନରେ ଭୂମିକା ଗ୍ରହଣ କରିଚାଲିବେ। କିନ୍ତୁ ନିଜର ପୂର୍ବ ସାମର୍ଥ୍ୟ ବଳରେ। ଆଗରୁ ରାଜନୈତିକ ଦଳଗୁଡ଼ିକରେ ସାମିଲ ହୋଇ ସେ ଯେଉଁ ଭୂମିକା ନିର୍ବାହ କରୁଥିଲେ, ସେପରି କରିବେ ନାହିଁ।
କଂଗ୍ରେସରେ ଯୋଗ ଦେବାକୁ ମଳିଥିବା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାର ଅଳ୍ପ କେତେ ଦିନ ପରେ ସେ ରହସ୍ୟଜନକ ଟୁଇଟ୍‌ କରିଛନ୍ତି ଯେ ଆପଣାଛାଏଁ ସୁଧୁରି ଯିବା ପାଇଁ କଂଗ୍ରେସର ସାମର୍ଥ୍ୟ ଥିବାରୁ ଦଳ ତାଙ୍କୁ  ଲୋହୁନାହିଁ।ପ୍ରଶାନ୍ତଙ୍କ ୟୁ ଟର୍ଣ୍ଣକୁ ନେଇ ଚର୍ଚ୍ଚା ଜୋର ଧରିଛି।