ରିପୋର୍ଟ ଦେଲାନି ASI,ମିଳିଲାନି ରହିତାଦେଶ: ଶ୍ରୀମନ୍ଦିର ପାର୍ଶ୍ୱରେ ଚାଲିବ ନିର୍ମାଣ

ଶ୍ରୀମନ୍ଦିର ଚାରି ପାଖେ ଚାଲିଥିବା ନିର୍ମାଣ କାର୍ଯ୍ୟର ବୈଧତା ସଂପର୍କରେ କୌଣସି ରାୟ ଦେବାକୁ ହାଇକୋର୍ଟ ଅସମର୍ଥ ହୋଇଛନ୍ତି।କୋର୍ଟଙ୍କ ନିକଟରେ ଜବାବ ଦାଖଲ କରିବାରେ ଓଡ଼ିଶା ସରକାର ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସଆଇ) ବିଫଳ ହୋଇଛନ୍ତି। ଫଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ମେ’ ୧୬ରେ ହେବ। ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ନିର୍ମାଣ ବନ୍ଦ ପାଇଁ ମାମଲାର ବିଚାର କରୁଥିବା ହାଇକୋର୍ଟ ରାଜ୍ୟ ସରକାର ଏବଂ ଏଏସଆଇକୁ ଜବାବ ମାଗିଥିଲେ। ମାତ୍ର ଏଏସଆଇ ଓ ରାଜ୍ୟ ସରକାର ବିସ୍ତୃତ ରିପୋର୍ଟ ଦାଖଲ କରିପାରିଲେ ନାହିଁ।

ଅପର ପକ୍ଷରେ ଗତ ଫେବ୍ରୁଆରୀ ୫’ରେ ଏଏସଆଇ ପକ୍ଷରୁ ଓଡ଼ିଶା ସରକାରଙ୍କୁ ତାଗିଦ କରାଯାଇ ଥିଲା। ଶ୍ରୀମନ୍ଦିରର ୨୦୦ ମିଟର ମଧ୍ୟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନକରିବାକୁ ବାରଣ କରିଥିଲା। ଏହା ମଧ୍ୟରେ ଅଢେଇ ମାସ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେବଳ ତାଗିଦ କରି ଚୁପ ବସିଥିବା ଏଏସଆଇର, ଓଡ଼ିଶା ହାଇକୋର୍ଟରେ ଜବାବ ଦାଖଲ କରି ପାରିନାହିଁ। ସେପଟେ କୋର୍ଟରେ ମାମଲା ବିଚାରଧିନ ଥିବା ସତ୍ତ୍ୱେ ଓଡ଼ିଶା ସରକାର ଏଏସଆଇର ବାରଣକୁ ବେଖାତିର କରି ନିର୍ମାଣ କାର୍ଯ୍ୟ ଆଗେଇ ନେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାମଲାର ଶୁଣାଣି କରୁଥିବା ହାଇକୋର୍ଟ ମଧ୍ୟ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଦେବାକୁ ଉଚିତ ମଣି ନାହାଁନ୍ତି।

ନାଟମଣ୍ଡପରେ ଫାଟ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁ ନାଟ ମଣ୍ଡପରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଏପରିକି ଖନନ ସ୍ଥଳରେ ପୂର୍ବରୁ ଲାଗିଥିବା ଫଳକ ଓ ଏବେକାର ଫଳକ ମଧ୍ୟରେ ଭିନ୍ନତା ଥିବାରୁ ASIର ଭୂମିକାକୁ ପ୍ରଶ୍ନଘେରକୁ ଠେଲି ଦେଉଛି। ଉଭୟ ରାଜ୍ୟ ସରକାର ଓ ଏଏସଆଇ ମିଳିତ ଭାବେ ବେଆଇନ ନିର୍ମାଣ କାର୍ଯ୍ୟ ପାଇଁ ସମୟ ଗଡ଼େଇଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି। ଏହା ମଧ୍ୟରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ଗରୁବାର(ଏପ୍ରିଲ୨୧) ପୁରୀ ଗସ୍ତ କରିଛି।
ଏଥିସହ ପଢ଼ନ୍ତୁ…
ଜୟୀ ରାଜଗୁରୁଙ୍କୁ ଓଡିଶାରେ ନ ମାରି କାହିଁକି ମେଦିନୀପୁର ନେଇଥିଲା ଇଂରେଜ ସରକାର?
Connect With Us