Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସ୍ୱାଧିନରେ ଲଢ଼ି ବିଜୟଲକ୍ଷ୍ମୀ ଜିତିଥିଲେ:କିନ୍ତୁ ଅନୁଭବଙ୍କୁ ଶଙ୍ଖ ଦେଖାଇ ଡରାଇ ଦେଲେ ସୌମ୍ୟ!

By admin • April 5, 2019 • ନ୍ୟୁଜ୍, ପଲିଟିକ୍ସ
Anubhab-Pattnaik

ବିଜେଡିର ୫ଜଣ ରାଜ୍ୟସଭା ସାଂସଦ ନିର୍ବାଚନ ଲଢୁଛନ୍ତି।ପ୍ରସନ୍ନ ଆଚାର୍ଯ୍ୟ,ଅଚ୍ୟୁତ ସାମନ୍ତ ଓ ଅନୁଭବ ମହାନ୍ତି ସଂସଦର ବରିଷ୍ଠଙ୍କ ଗୃହ ବଦଳରେ ଲୋକସଭାରେ ବସିବାକୁ ଯୋଜନା କଲେ।ସେଥିପାଇଁ ଲୋକସଭା ନିର୍ବାଚନରେ ଭାଗ ନେଇଛନ୍ତି ବିଜେଡିର ଏହି ୩ ରାଜ୍ୟସଭା ସାଂସଦ।ଆଉ ପ୍ରତାପ କେଶରୀ ଦେବ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟସଭା ବଦଳରେ ବିଧାନସଭାକୁ ଯିବାକୁ ଚାହିଁଛନ୍ତି।ତେବେ ପ୍ରତାପଙ୍କ ପ୍ରାର୍ଥୀତ୍ୱକୁ ଆଳିରେ ବିରୋଧ ନଥିଲା,ବିବାଦ ଥିଲା ସୌମ୍ୟଙ୍କ ଖଣ୍ଡପଡ଼ାରୁ ଲଢ଼ିବାକୁ ନେଇ।ଖଣ୍ଡପଡ଼ାକୁ ପ୍ରତିନିଧିତ୍ୱ କରୁଥିବା ବିଜେଡିର ବିଧାୟକ ଅନୁଭବ ପଟ୍ଟନାୟକ,ସୌମ୍ୟଙ୍କୁ ବିରୋଧ କରୁଥିଲେ।୨୦୧୪ ନିର୍ବାଚନରେ ଆମ ଓଡ଼ିଶା ପାର୍ଟିରୁ ଲଢ଼ି ଅନୁଭବଙ୍କ ଠାରୁ ୬୦୧ଭୋଟରେ ପରାଜିତ ହୋଇଥିବା ସୌମ୍ୟ,ଏଥର ବାଜି ମାରିଲେ।ବିଜେଡିରେ ମିଶି କେବଳ ରାଜ୍ୟସଭାକୁ ଗଲେନି,ଓଡ଼ିଶା ଫେରି ଅନୁଭବ ପଟ୍ଟନାୟକଙ୍କୁ ଖଣ୍ଡପଡ଼ା ରାଜନୀତିରୁ ଆଉଟ୍ କରିଦେଲେ।

ରେକର୍ଡରେ ଅନୁଭବଙ୍କ ପଲ୍ଲା ଭାରି
ଚର୍ଚ୍ଚା ହେଉଥିଲା ଅନୁଭବ,ସ୍ୱାଧିନ ଭାବେ ଲଢ଼ିବେ,ତାଙ୍କୁ ଭାପୁର ବ୍ଲକର ଉପାଧ୍ୟକ୍ଷ ଗୟାଧର ପରିଡ଼ା ସମର୍ଥନ କରିବେ। ଆଉ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ପଟ୍ଟନାୟକ ବନାମ ପଟ୍ଟନାୟକ ଲଢ଼େଇ ଜମିବ।ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ଜ୍ୱାଇଁ ସୌମ୍ୟ।ଅନ୍ୟପଟେ ଖଣ୍ଡପଡ଼ାର ପ୍ରଭାବଶାଳୀ ପଟ୍ଟନାୟକ ପରିବାରର ଯୁବ ଚେହେରା ଅନୁଭବ।ରେକର୍ଡକୁ ତର୍ଜମା କଲେ ଖଣ୍ଡପଡ଼ାରେ ଅନୁଭବଙ୍କ ପଲ୍ଲା ଭାରି ରହୁଥିଲା। କାରଣ ସୌମ୍ୟ ଲଗାତର ଦୁଇ ଥର ଖଣ୍ଡପଡ଼ାରେ ପରାଜିତ ହେଉଥିବା ବେଳେ,ଅନୁଭବଙ୍କ ପରିବାର ଖଣ୍ଡପଡ଼ାକୁ ୪ଥର ପ୍ରତିନିଧିତ୍ୱ କଲେଣି। ୧୯୯୦ରେ ଅନୁଭବଙ୍କ ବାପା ଅରୁଣ ପଟ୍ଟନାୟକ,ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲେ।ପରେ୨୦୦୦ ଓ ୨୦୦୪ରେ ଅନୁଭବଙ୍କ ମା’ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଖଣ୍ଡପଡ଼ାରୁ ବିଜୟୀ ହୋଇଥିଲେ।

ବିଜୟଲକକ୍ଷ୍ମୀ ପଟ୍ଟନାୟକ

ଅନୁଭବଙ୍କ ସଂଗଠନ ଦୁର୍ବଳ
୨୦୦୪ରେ ବିଜେଡି ଟିକେଟ ନମିଳିବାରୁ ସ୍ୱାଧିନ ଭାବେ ଲଢ଼ି ବିଜୟଲକ୍ଷ୍ମୀ ପଟ୍ଟନାୟକ ବିଜୟୀ ହୋଇଥିଲେ।ଆଶା କରାଯାଉଥିଲା ୨୦୦୪ରେ ଯେମିତି ବିଜେଡି ପ୍ରାର୍ଥୀ ବନମାଳି ଦାଶଙ୍କୁ ୪ହଜାର ୪୭୩ ଭୋଟର ହରାଇ ବିଜୟଲକ୍ଷ୍ମୀ ପଟ୍ଟନାୟକ ଯେପରି ଚହଳ ସୃଷ୍ଟି କରିଥିଲେ,ଅନୁଭବ ତାର ପୁନରାବୃତ୍ତି କରିବେ।ବିଜେଡି ଚିକେଟ ପାଇବାରୁ ବଞ୍ଚିତ ହୋଇଥିବା ମା’ଙ୍କ ପରି ସ୍ୱାଧିନ ଭାବେ ଲଢ଼ି ବିଜେଡି ପ୍ରାର୍ଥୀ ସୌମ୍ୟଙ୍କୁ ଟକ୍କର ଦେବେ।ହେଲେ ବିରାସତରେ ବିଧାୟକ ହୋଇଥିବା ପୁଅ ଅନୁଭବଙ୍କ ଦୁର୍ବଳ ସଂଗଠନ,ସ୍ୱାଧିନ ଭାବେ ଲଢ଼ିବାକୁ ସାହସ ଦେଲା ନାହିଁ।ଗତ ୫ବର୍ଷରେ ଜନସମ୍ପର୍କ କରିବାରେ ବିଫଳ ହୋଇଥିବା ଅନୁଭବ  ନିଜର ସାମର୍ଥ୍ୟ ଜାଣି, ଶଙ୍ଖ ଚିହ୍ନ ବିନା ଲଢ଼ିବାକୁ ଚାହିଁଲେ ନାହିଁ।
ପଢ଼ନ୍ତୁ-123ରୁ 47ରେ ପହଞ୍ଚିଥିବା ଜନତା ଦଳର ଭୁଲ ନିଷ୍ପତ୍ତିକୁ ଦୋହରାଉଛି କି BJD?

2019 ASSEMBLY ELECTIONAnubhav PattnaikBijaylaxmi PattnaikKhandaparaSoumya Ranjan Patnaik
Tweet
0
ଜୟଦେବରେ BJDର ଅଲର୍ଟରନେଟ୍ ରାଜନୀତି:ଥରେ ଢ଼ାଲି ଆର ଥରକୁ ଶଶି
VP-ଅଟଳଙ୍କ କ୍ୟାବିନେଟରେ ପୁରୀ ସାଂସଦଙ୍କୁ ମିଳିଥିଲା ସ୍ଥାନ:ସେହି ଫର୍ମୁଲା ଆପଣାଇବେ କି ମୋଦି?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.