ନବୀନଙ୍କ ନୂଆ ଟିମ୍:କାହାକୁ ମିଳିଲା କେଉଁ ବିଭାଗ

ଲୋକସେବା ଭବନରେ ସମସ୍ତ ମନ୍ତ୍ରୀ ଶପଥ ନେଇସାରିବା ପରେ ବିଭାଗ ବଣ୍ଟନ ହୋଇଛି। ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି। ମନ୍ତ୍ରିମଣ୍ଡଳରେ ରୋହିତ ପୂଜାରୀ, ଇଂ ପ୍ରୀତିରଞ୍ଜନ ଘଡ଼ାଇ,ଶ୍ରୀକାନ୍ତ ସାହୁଙ୍କ ଭଳି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି। କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ନବ ଦାସ, ଅଶୋକ ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଓ ଜଗନ୍ନାଥ ସାରକା। ନବ ଦାସ, ସମୀର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ ଓ ନିରଞ୍ଜନ ପୁଜାରୀଙ୍କୁ ରିପିଟ୍ କରାଯାଇଛି।

କ୍ୟାବିନେଟ ମନ୍ତ୍ରୀ
ଉଷା ଦେବୀ : ଗୃହ ଓ ନଗର ଉନ୍ନୟନ
ପ୍ରଫୁଲ୍ଲ ମଲ୍ଲିକ : ଖଣି ଓ ଇସ୍ପାତ, ପୂର୍ତ୍ତ
ପ୍ରତାପ କେଶରୀ ଦେବ : ଶକ୍ତି, ଶିଳ୍ପ
ନିରଞ୍ଜନ ପୂଜାରୀ : ଅର୍ଥ, ସଂସଦୀୟ ବ୍ୟାପାର
ଟୁକୁନି ସାହୁ : ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ
ରାଜେନ୍ଦ୍ର ଢୋଲକିଆ : ଯୋଜନା ଓ ସଂଯୋଜନ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ
ପ୍ରମିଳା ମଲ୍ଲିକ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ନବ କିଶୋର ଦାସ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଅତନୁ ସବ୍ୟସାଚୀ ନାୟକ :ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
ପ୍ରଦୀପ କୁମାର ଅମାତ : ପଞ୍ଚାୟତରାଜ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ
ଅଶୋକ ଚନ୍ଦ୍ର ପଣ୍ଡା : ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
ଜଗନ୍ନାଥ ସାରକା : ଆଇନ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ

ରାଷ୍ଟ୍ରମନ୍ତ୍ରୀ
ଶ୍ରୀକାନ୍ତ ସାହୁ: ଶ୍ରମ ଓ ନିଯୁକ୍ତି,
ରୋହିତ ପୂଜାରୀ: ଉଚ୍ଚଶିକ୍ଷା
ରୀତା ସାହୁ: ହସ୍ତତନ୍ତ ଓ ବୟନ ଶିଳ୍ପ
ତୁଷାରକାନ୍ତି ବେହେରା: ଗୃହ ବିଭାଗ
ସମୀରରଞ୍ଜନ ଦାଶ :ବିଦ୍ୟାଳୟ ଓ ଗଣଶିକ୍ଷା
ବାସନ୍ତୀ ହେମ୍ବ୍ରମ: ମହିଳା ଶିଶୁ କଲ୍ୟାଣ ଓ ମିଶନ୍ ଶକ୍ତି
ଇଂ ପ୍ରୀତିରଞ୍ଜନ ଘଡ଼ାଇ: ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ
ତୁଷାରକାନ୍ତି ବେହେରା :ଇଲୋକ୍ଟ୍ରେନିକ୍ସ,ଆଇଟି, କ୍ରୀଡ଼ା ଓ ଯୁବବ୍ୟାପାର,
ଅଶ୍ୱିନୀ କୁମାର ପାତ୍ର:ପର୍ଯ୍ୟଟନ, ଓଡ଼ିଆ ଭାଷା ସଂସ୍କତି, ଅବକାରୀ
Connect With Us