Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

123ରୁ 47ରେ ପହଞ୍ଚିଥିବା ଜନତା ଦଳର ଭୁଲ ନିଷ୍ପତ୍ତିକୁ ଦୋହରାଉଛି କି BJD?

By admin • April 1, 2019 • ନ୍ୟୁଜ୍, ପଲିଟିକ୍ସ
Ashok-Das

ଟିକେଟ ବଣ୍ଟନକୁ ନେଇ ସବୁ ଦଳରେ ଅସନ୍ତୋଷ।କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଛି ଏବଂ ବିଜେପି ଅଫିସରେ ତାଲା ଝୁଲିଲା,କିନ୍ତୁ ଭୁବନେଶ୍ୱର ବିଜେଡି ଅଫିସରେ ସେମିତି ଚିତ୍ର ଦେଖିବାକୁ ମିଳିନାହିଁ।ଅନ୍ୟପଟେ ବାମପନ୍ଥୀ-ଜେଏମଏମ ସହ ମେଣ୍ଟ କରି କଂଗ୍ରେସ ରାଜନୈତିକ ପରିପକ୍ୱତାର ପରିଚୟ ଦେଖାଇଛି।ବିଜୟ ମହାପାତ୍ରଙ୍କୁ ଦଳକୁ ଫେରାଇ ଆଣି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁତ୍ୱ ଦେଇ ପ୍ରଭାରୀ ଅରୁଣ ସିଂ ବିଜେପିକୁ ଟ୍ରାକକୁ ଆଣିବାରେ ସକ୍ଷମ ହେଉଛନ୍ତି। ଅନ୍ୟପଟେ ବିଜୁ ଜନତା ଦଳରେ ଟିକେଟ ବଣ୍ଟନକୁ ନେଇ ବିବାଦ ଉଗ୍ର ହେଉଛି।

ସାଂସଦଙ୍କ ସହ ନବୀନ

ସାଂସଦଙ୍କ ଅସନ୍ତୋଷରୁ ଆରମ୍ଭ
ବିଜୁ ଜନତା ଦଳର ନିର୍ବାଚନ ପରିଚାଳନାକୁ ଦେଖିଲେ ଲାଗୁଛି,୧୯୯୫ରେ ସମାନ ଅବସ୍ଥା ଥିଲା ଜନତା ଦଳର।ଆଜି ଯେପରି ବିଜେଡି ଛାଡ଼ି ଚାଲି ଯାଉଛନ୍ତି ଅନେକ ସାଂସଦ।୧୯୯୫ରେ ମେଣ୍ଟ ବିଫଳ ହେବାରୁ ଜନତା ଦଳ ଠାରୁ ଦୂରେଇ ଯାଇଥିଲେ ତତ୍କାଳୀନ ଭୁବନେଶ୍ୱର ସାଂସଦ ଶିବାଜୀ ପଟ୍ଟନାୟକ ଓ ଜଗତସିଂହପୁର ସାଂସଦ ଲୋକନାଥ ଚୌଧୁରୀ।ଏବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି,କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଏବଂ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ବିଜେଡି ଛାଡି ବିଜେପିରେ ମିଶିଛନ୍ତି।ବୈଜୟନ୍ତ ପଣ୍ଡା ଦଳୀୟ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ୨୦୧୮ରୁ ବିଜେଡି ଓ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।ଜୀବନରେ ହାରିନଥିବା ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ନମିଳିବାରୁ ସେ ଖୁବ ଅସନ୍ତୁଷ୍ଟ। ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କୁ ଟିକେଟ୍ ନମିଳିବାରୁ ବିକ୍ଷୋଭ ହୋଇଛି।ଦାମଦୋର ରାଉତଙ୍କ ପରି ବରିଷ୍ଠ ନେତାଙ୍କୁ ଦଳରୁ ବାହାର କରି ଦିଆଗଲା। ୫ଥରର ବିଧାୟକ ରଘୁନାଥ ମହାନ୍ତିଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରାଗଲା।

ନବୀନ-ପ୍ରଣବ

ଅଶୋକଙ୍କ ନିୟନ୍ତ୍ରଣରେ ଥିଲା ଜନତା ଦଳ
ସମାନ ସ୍ଥିତି ୧୯୯୫ରେ ଉପଜୁ ଥିଲା।ସେ ସମୟରେ ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ ଏବଂ ଜନତା ଦଳର ସଭାପତି ଥିଲେ ଅଶୋକ ଦାସ।ଏବେ ବିଜୁଙ୍କ ପୁଅ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ କଣ୍ଟ୍ରୋଲ କରୁଛନ୍ତି ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ପ୍ରଣବପ୍ରକାଶ।ନବୀନ ଯେପରି ନିଜର ଚତୁର୍ଥ ଟର୍ମରେ୧୧୭ଆସନରେ ଜିଣି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।୧୯୯୦ରେ ମଧ୍ୟ ବିଜୁ ପଟ୍ଟନାୟକ ୧୨୩ଆସନରେ ଜିତି ରେକର୍ଡ କରିଥିଲେ।ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ନହୋଇ ଦଳକୁ ନିୟନ୍ତ୍ରଣ କରୁଥିଲେ ଅଶୋକ ଦାସ। ଠିକ୍ ସେହିପରି ତାଙ୍କ ପୁଅ ପ୍ରଣବ ପ୍ରକାଶ ଓରଫ ବବି ଏବେ ମନ୍ତ୍ରୀ ନହୋଇ ମଧ୍ୟ ଟିକେଟ୍ ବଣ୍ଟନରେ ମୁଖ୍ୟ ଭୂମିକା ନେଉଛନ୍ତି।

ହରାଇ ଦେଲେ ବାମପନ୍ଥୀ
୧୯୯୫ରେ ଜନତା ଦଳର ବିପର୍ଯ୍ୟୟ ପାଇଁ ବାମପନ୍ଥୀଙ୍କ ସହ ମେଣ୍ଟ ନହେବାକୁ ମୁଖ୍ୟ କାରଣ ବୋଲି ଧରାଗଲା। ଫଳରେ ୧୨୩ ଆସନରୁ ଜନତା ଦଳ ମାତ୍ର ୪୭କୁ ଖସି ଆସିଥିଲା।ନିର୍ବାଚନ ଫଳାଫଳ ଆସିବା ପରେ ଜଣା ପଡ଼ିଲା ଯେ ୩୨ଟି ଆସନରେ ଜନତା ଦଳ ପ୍ରାର୍ଥୀ ୧୨ଶହରୁ ୪ହଜାର ଭୋଟରେ ପରାଜିତ ହୋଇଥିଲେ।ଯଦି ଜନତା ଦଳ ବାମପନ୍ଥୀଙ୍କ ସହ ମେଣ୍ଟ କରିଥାନ୍ତା ହୁଏତ ବିଜୁ ପଟ୍ଟନାୟକ ୧୯୯୫ରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ।କିନ୍ତୁ ଜନତା ଦଳ ସଭାପତି ଅଶୋକ ଦାସଙ୍କ ପରି ନେତାଙ୍କ ଯୁକ୍ତି ଥିଲା ଯେ ନିର୍ବାଚନ ଜଣିବା ଲାଗି ମେଣ୍ଟର ଆବଶ୍ୟକ ନାହିଁ। ପ୍ରସନ୍ନ ପଣ୍ଡା,ଦ୍ୱିତୀକୃଷ୍ଣ ପଣ୍ଡା, ଅରୁଣ ଦେ ଓ ନିତ୍ୟାନନ୍ଦ ପ୍ରଧାନଙ୍କ ପରି 6ଜଣ ଟାଣୁଆ ବାମପନ୍ଥୀ ବିଧାୟକଙ୍କୁ ସିଟ୍ ଛାଡିବାକୁ ରାଜି ହେଲାନାହିଁ ଜନତା ଦଳ। ଫଳରେ କମ୍ୟୁନିଷ୍ଟ ପାର୍ଟି ଏକାକି ନିର୍ବାଚନ ଲଢ଼ିଲା। ଯଦିଓ ଅରୁଣ ଦେ ଏବଂ ପ୍ରସନ୍ନ ପଣ୍ଡା କେବଳ ବିଜୟୀ ହୋଇଥିଲେ।ହେଲେ ୧୯୯୫ରେ ପ୍ରାୟ ୫୦ଟି ଆସନରେ ଜନତା ଦଳ ପ୍ରାର୍ଥୀଙ୍କ ହାରିବାର କାରଣ ସାଜିଲେ ବାମପନ୍ଥୀ।
ଏବେ ପ୍ରଶ୍ନ ଉଠୁଛି ଅଶୋକ ଦାସଙ୍କ ପରି ନେତାଙ୍କ ନିଷ୍ପତ୍ତି ଯୋଗୁ ଯଦି ଜନତା ଦଳ ୧୨୩ରୁ ୪୭କୁ ଖସି ଆସିଲା ଏବଂ ବିଜୁବାବୁ ଗାଦିଚ୍ୟୁତ ହେଲେ। ଏବେ ଟିକେଟ ବଣ୍ଟନରେ ନିଜର ହୁକମାତି ଚଳାଉଥିବା ବବି ଦାସ,ବିଜେଡିକୁ ୧୧୭ରୁ ୪୫କୁ ଆଣିଦେବେ କି? ଅବଶ୍ୟ ପଲଟିକ୍ସଟା ଏରିଥମେଟିକ୍ସ(ଗଣିତ) ନୁହେଁ,ଏହା କେମିଷ୍ଟ୍ରି ଅଟେ।
ପଢ଼ନ୍ତୁ-କେନ୍ଦ୍ରାପଡ଼ାକୁ ବାଦ ଦେଇ କଂଗ୍ରେସ ନିର୍ବାଚନ ଲଢ଼େ,BJP ଲଢୁଛି ବରଗଡ଼କୁ ବାଦ ଦେଇ!

2019 ElectionsAsoka DasBiju PattnaikBJDNaveen PatnaikPranab Prakash Dash
Tweet
0
ମଙ୍ଗଳବାର ମୋଦି ଗୁରୁବାର ଶାହ ବୁଝାଇଲେ:୪ମାସ ପରେ BJPକୁ ବିଜୟ ଫେରିଲେ
ଜୟଦେବରେ BJDର ଅଲର୍ଟରନେଟ୍ ରାଜନୀତି:ଥରେ ଢ଼ାଲି ଆର ଥରକୁ ଶଶି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.