Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ନବୀନଙ୍କ ହକିମନ୍ତ୍ର : ଏଲଇଡିରେ ମ୍ୟାଚ ଦେଖନ୍ତୁ, ଶଙ୍ଖରେ ଭୋଟ୍ ଦିଅନ୍ତୁ

By admin • November 21, 2018 • ପଲିଟିକ୍ସ, ସ୍ପୋର୍ଟସ୍
Hockey-Campaign

ଭୁବନେଶ୍ୱର:ଆସନ୍ତା ୨୮ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ। ଡିସେମ୍ବର ୧୬ଯାଏଁ ଚାଲିବାକୁ ଥିବା ୧୪ତମ ବିଶ୍ୱକପ ହକିରେ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ସେଥିପାଇଁ ଜାତୀୟ କ୍ରୀଡା ଦିବସ(ଅଗଷ୍ଟ୨୯)ରୁ ଆରମ୍ଭ ହୋଇଛି MY HEART BEATS FOR HOCKEY କ୍ୟାମ୍ପେନ୍। ମୁଖ୍ୟମନ୍ତ୍ରୀ ଏହି କ୍ୟାମ୍ପେନର ଶୁଭାରମ୍ଭ କରିବା ସହ ସଂଗୀତ, ମନୋରଞ୍ଜନ, ଫ୍ୟାସନ୍ ଜରିଆରେ ହକି ପାଇଁ ଲୋକଙ୍କ ସମର୍ଥନ ଜୁଟାଉଛନ୍ତି। ବିଧାନସଭା ଓ ଲୋକସଭା ନିର୍ବାଚନକୁ ଆଉ ମାତ୍ର ୫ମାସ ବାକି ଥିବାରୁ ହକିର ପ୍ରଚାର ପ୍ରସାର ଲାଗି ରାଜନୈତିକ ସ୍ତରରେ ମଧ୍ୟ ଉଦ୍ୟମ କରୁଛି ଶାସକ ଦଳ। ବିଜୁ ଯୁବବାହିନୀ ଏବଂ ବିଧାୟକମାନଙ୍କୁ କାମରେ ଲଗାଇ ଦେଲାଣି ବିଜୁ ଜନତା ଦଳ।hockey-worldcupଦୌଡ଼ିବେ, ଭଲିବଲ ଖେଳିବେ
ପ୍ରତି ନିର୍ବାଚନ ମଣ୍ଡଳୀରେ ବିଧାୟକମାନେ ୩ଟି ଏଲଇଡି ଟିଭି ଲଗାଇ ଲୋକଙ୍କୁ ହକି ମ୍ୟାଚ ଦେଖାଇବେ। ବିଧାୟକଙ୍କ ଆୟୋଜନରେ ଯେପରି ୨୦ହଜାର ଲୋକ ହେଉଛନ୍ତି, ତା ଉପରେ ଗୁଇନ୍ଦା ବିଭାଗର ନଜର ରହିବ। ସେହିପରି ବିଜୁ ଯୁବବାହିନୀ ପକ୍ଷରୁ ପଞ୍ଚାୟତ ସ୍ତରରୁ,ଆସନ୍ତା ୨୫ତାରିଖରୁ ବିଶ୍ୱକପ ହକି ଉଦ୍ଦେଶ୍ୟରେ ୨୫୦ଜଣଙ୍କୁ ନେଇ ଗଣଦୌଡ଼ର ଆୟୋଜନ ହେବ। ଏହାସହ ୧୯୭୫ ମସିହାର ବିଶ୍ୱବିଜେତା ହକି ଟିମକୁ ଚିୟର୍ସ କରିବା ସହ ୨୦୧୮ ଟିମକୁ ଶୁଭକାମନା ଜଣାଇବା ଲାଗି ଦସ୍ତଖତ ଅଭିଯାନ ଚାଲିବ। ନଭେମ୍ବର ୨୫ରୁ ୩୦ତାରିଖ ମଧ୍ୟରେ ଗ୍ରାମାଞ୍ଚଳ ଭଲିବଲ ଟୁର୍ଣ୍ଣାମେଣ୍ଟର ମଧ୍ୟ ଆୟୋଜନ ହେବ। ଆଉ ନଭେମ୍ବର ୨୭ରେ ହକିର ଉଦଘାଟନୀ ଉତ୍ସବରେ ଶାହାରୁଖ ଖାଁଙ୍କ ରଙ୍ଗାରଙ୍ଗ ପ୍ରଦର୍ଶନକୁ ଲୋକଙ୍କୁ ଦେଖାଇବା ଲାଗି ପଞ୍ଚାୟତ ଅଫିସରେ ଏଲଇଡି ଟିଭିର ବ୍ୟବସ୍ଥା ହେଉଛି। ଏ ସମସ୍ତ ଇଭେଣ୍ଟ ପରିଚାଳନା ପାଇଁ ପ୍ରତି ବିଜୁ ଯୁବବାହିନୀ ୟୁନିଟକୁ ୨୪ହଜାର ଟଙ୍କା ଦିଆଯାଉଛି। RUN-FOR-HOCKEYହକିଷ୍ଟିକରେ ବିରୋଧି ଦମନ
ତେବେ ହକି ପ୍ରତି ଓଡ଼ିଶା ସରକାରଙ୍କ ଆଗ୍ରହ ଯଥେଷ୍ଟ ଅଧିକ। ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ ଏବଂ ହକି ଦଳର ପ୍ରାୟୋଜକ ହେଲେ। ସାଧାରଣତଃ କୌଣସି ଖେଳର ପ୍ରାୟୋଜକ ରାଜ୍ୟ କିମ୍ବା କେନ୍ଦ୍ର ସରକାର ହୁଅନ୍ତି ନାହିଁ, ବରଂ ପ୍ରାୟୋଜକର ଦାୟିତ୍ୱ ସରକାରୀ କମ୍ପାନୀ ନେଇଥାନ୍ତି। କିନ୍ତୁ ଓଡ଼ିଶା ସରକାର ୧୦୦କୋଟି ଟଙ୍କା ନିବେଶ କରି ଆସନ୍ତା ୫ବର୍ଷ ପାଇଁ ଜାତୀୟ ହକି ଦଳର ପ୍ରାୟୋଜକ ହେଲେ। ଅବଶ୍ୟ ପ୍ରାୟୋଜକ ହେବା ପଛରେ ବଡ଼ ଆଇଏଏସ ଗୋଷ୍ଠୀ ରହିଛନ୍ତି । ହକିର ବିକାଶ ହେଉ କି ନାହିଁ, କିନ୍ତୁ ସେମାନେ ଲାଭାନ୍ୱିତ ହେବ ବୋଲି ଆଲୋଚନା ହେଉଛି।

ବିଶ୍ୱକପ ହକି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପପୁଲାରିଟି ଯଥେଷ୍ଟ ବଢ଼ିଛି। ହକିର ପ୍ରଚାର-ପ୍ରସାର କହୁଛି, ଏବେ ଓଡ଼ିଶାର ରାଜନୈତିକ ଟେମ୍ପରେଚର ଯାହା, ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନଙ୍କୁ କେହି ଅଟକାଇ ପାରିବେ ନାହିଁ। ସେଥିପାଇଁ ହକି ଜରିଆରେ ଗାଁ ଗାଁରେ କିପରି ନବୀନ ପଟ୍ଟନାୟକ ପହଞ୍ଚି ପାରିବେ ଏବଂ ୨୦୧୯ନିର୍ବାଚନର ପ୍ରଚାର ହୋଇଯିବ ସେ ସୁଯୋଗ ତିଆରି କରିଛି ବିଜୁ ଜନତା ଦଳ। ତେବେ ହକି ମ୍ୟାଚ ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ୨୦୧୯ନିର୍ବାଚନ ପାଇଁ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିବେ।
ଏଥିସହ ପଢ଼ନ୍ତୁ
ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

ନିଜ ଲମ୍ବା କ୍ୟାରିଅରରେ ନୋ ବଲ୍ ଫିଙ୍ଗି ନଥିବା ମହାନ କ୍ରିକେଟର

ରିଲ୍ ନୁହେଁ, ରିଏଲରେ ଭୂତକୁ ସାମ୍ନା କରି ହୋଟେଲ୍ ରୁମ୍ ଛାଡିଲେ ବଲିଉଡ ସେଲିବ୍ରିଟି

 

2019 ElectionsBiju Yuva VahinBJDLEDWorld Cup Hockey
Tweet
0
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କଥାକୁ ଗୁରୁତ୍ୱ ଦେଉନାହାଁନ୍ତି BJD-BJP !
କ୍ରିକେଟ ମୈଦାନରୁ ପଲିଟିକାଲ୍ ପିଚ୍: ପଟୌଦୀ କ୍ଲିନ୍ ବୋଲ୍ଡ, ଇମ୍ରାନଙ୍କ ବଲେ୍ ବଲେ୍

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.