INDIRA GANDHI

୩୧ଅକ୍ଟୋବର ୧୯୮୪; ପାକିସ୍ତାନର ସିୟାଲକୋଟରେ ଥାଏ ଇଣ୍ଡିଆନ୍ କ୍ରିକେଟ ଟିମ୍। ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କାର ଥାଆନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍। ଗାଭାସ୍କର ଆହତ ହେବା କାରଣରୁ ଦ୍ୱିତୀୟ ଓ୍ୱାନଡେରେ କ୍ୟାପଟେନସିପ୍‌ର ଦାୟିତ୍ୱ ମହିନ୍ଦର ଅମରନାଥଙ୍କ କାନ୍ଧରେ ଥିଲା। ତେବେ ତାରିଖ ୩୧ଅକ୍ଟୋବର ୧୯୮୪ ଶୁଣିବା ଭଳି ମନେ ହେଉଛି ନା ? ହଁ ଆଜ୍ଞା ସେଦିନ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା  କରାଯାଇଥିଲା। ଠିକ୍‌ ସେହି ଦିନ ଦେଶର ସୀମା ଆରପଟେ, ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥାଏ ସଂଘର୍ସପୂର୍ଣ୍ଣ ମ୍ୟାଚ୍‌। ହତ୍ୟା ଖବର ମିଳିବା ପରେ ମ୍ୟାଚ୍‌ଟିକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା କଣ ହୋଇଥିଲା ସେଦିନ…Indira Gandhi Assassinatedବିକାଶ ନୂଆ ନୂଆ ସ୍ପର୍ଶ କରୁଥାଏ ସିୟାଲକୋଟ୍‌କୁ। ସେଥିପାଇଁ ସିୟାଲକୋଟ୍‌ ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆକୁ ଲାହୋରର ହୋଟେଲରେ ରହିବାକୁ ପଡ଼ୁଥିଲା। ସିୟାଲକୋଟ୍‌ ଜିନ୍ନା ଷ୍ଟାଡିୟମକୁ ଯିବା ପାଇଁ ଲାହୋରରୁ, ବସ୍‌ରେ ପ୍ରାୟ ୩ଘଣ୍ଟାର ଯାତ୍ରା କରିବାକୁ ପଡ଼ୁଥିଲା ଟିମ୍‌ ଇଣ୍ଡିଆକୁ। ସେତେବେଳେ ଖେଳାଳିମାନେ ଧନୀ ନଥିବାରୁ ୩ଘଣ୍ଟାର କଠିନ ଯାତ୍ରା ପ୍ରଭାବ ସେମାନଙ୍କ ଉପରେ ଅନୁଭୂତ ହେଉନଥିଲା। ୧୯୮୪ ବେଳକୁ ଓ୍ୱାନ୍‌ଡେ ଏବଂ ଟେଷ୍ଟ ମ୍ୟାଚ ଅଲଗା ଖେଳାଯାଉ ନଥିଲା। ପ୍ରଥମେ ଗୋଟିଏ ଦିନିକିଆ ଏବଂ ପରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳା ଯାଉଥିଲା। ପରେ ଅନ୍ୟ ଏକ ଦିନିକିଆ ମ୍ୟାଚ ଖେଳା ଯାଉଥିଲା। ପ୍ରଥମ ଦିନିକିଆ ଯଦିଓ ଇଣ୍ଡିଆ ହାରିଥିଲା; କିନ୍ତୁ ଦ୍ୱିତୀୟ ୱାନ୍‌ଡେରେ ଭାରତ ଭଲ ପ୍ରଦର୍ଶନ ଆରମ୍ଭ କରି ଦେଇଥିଲା। ପ୍ରଥମ ଦୁଇଟି ଓ୍ୱିକେଟ୍‌ ଖୁବଶୀଘ୍ର ପାଭିଲିୟନ ଫେରି ଯାଇଥିଲେ। ପରେ ସନ୍ଦିପ ପାଟିଲଏବଂ ଦିଲ୍ଲୀପ ଭେଙ୍ଗସରକାର ଜବରଦସ୍ତ ବ୍ୟାଟିଂ କରିଥିଲେ। ପାଟିଲ ଏବଂ ଭେଙ୍ଗସରକାର ୧୪୩ ରନର ପାର୍ଟନରସିପ୍‌ ପାଳି ଖେଳିଥିଲେ।
କାନ୍ଦିଥିଲା ଟିମ୍ ଇଣ୍ଡିଆ
ଏହି ସମୟରେ ଷ୍ଟାଡିୟମରେ ବାଜି ଉଠିଲା ଫୋନ୍‌। ସେତେବେଳେ ଅଧିକ ଫୋନ୍‌ ନଥିଲା; ପୁଣି  ନୂଆ ନୂଆ ବିକାଶର ସ୍ୱାଦ ଚାଖୁଥିବା ସିୟାଲକୋଟ୍‌ରେ ତ ବହୁତ କମ୍‌ ଥିଲା ଫୋନ୍। କିନ୍ତୁ ସିୟାଲକୋଟର  ଡେପୁଟି କମିଶନରଙ୍କ ପାଇଁ ସେଠାରେ ଏକ ଫୋନ୍ ଇନ୍‌ଷ୍ଟଲ୍‌ କରାଯାଇଥିଲା। ଡେପୁଟି କମିଶନର ଇସ୍‌ମାଇଲ୍‌ କ୍ୟୁରେସି ଫୋନ ଉଠାଇଥିଲେ। ଫୋନ୍‌ରେ ତାଙ୍କୁ କୁହାଗଲା, ‘ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପାକିସ୍ତାନ ରାଷ୍ଟ୍ରପତି ଜେନେରାଲ ଜିୟା ଉଲ୍‌ ହକ୍‌ ତୁରନ୍ତ ମ୍ୟାଚ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି’। ଚିନ୍ତାରେ ପଡ଼ିଗଲେ କ୍ୟୁରେସି। କାରଣ ସେଦିନର ମ୍ୟାଚ୍‌ କେବଳ ସେ ଦେଖୁନଥିଲେ, ପ୍ରାୟ ୨୫ହଜାର ଦର୍ଶକ ମଧ୍ୟ ମ୍ୟାଚ୍‌ ଉପଭୋଗ କରୁଥିଲେ। ମ୍ୟାଚ୍‌ ଦେଖିବା ପାଇଁ ସେମାନେ ଟଙ୍କା ମଧ୍ୟ ଦେଇଛନ୍ତି। କିନ୍ତୁ ସେପଟେ ପ୍ରେସିଡେଣ୍ଟଙ୍କ ଅର୍ଡର ନମାନିଲେ ଅଡୁଆ। Dilip Vengsarkar ଗାଭାସ୍କର କହିଲେ  ଭାରତ ଫେରିଯିବୁ
ସେତେବେଳେ ଷ୍ଟାଡିୟମରେ ଲାଇଟ୍ ନଥିବାରୁ ପାଗକୁ ଦେଖି, ଦିନିକିଆ ମ୍ୟାଚ୍‌ଗୁଡ଼ିକ ୪୦ଓଭର ଖେଳା ଯାଉଥିଲା। ଟିମ୍ ଇଣ୍ଡିଆ ୪୦ଓଭରରେ ୨୧୦ରନ୍ କରି ପାଭିଲିୟନ ଫେରୁଥିଲା। ଭେଙ୍ଗସରକାର ନିଜ କ୍ୟାରିୟରର ବେଷ୍ଟ ସ୍କୋର, ୧୦୨ବଲରେ ୯୪ରନ୍‌ କରି ଲଞ୍ଚ ପାଇ ଫେରୁଥିଲେ ପାଭିଲିୟନ। କ୍ୟୁରେସିଙ୍କୁ ଏହି ସମୟରେ,ଗାଭାସ୍କାର ଏବଂ ଟିମ୍‌ ମ୍ୟାନେଜର ରାଜସିଂହ ଡୁଙ୍ଗରପାଙ୍କୁ ଇନ୍ଦିରା ଗାନ୍ଧିଙ୍କ ହତ୍ୟା କଥା କହିଲେ। ମ୍ୟାଚ୍‌ ବନ୍ଦ କରିବାର ପ୍ରେସିଡେଣ୍ଟଙ୍କ ନିର୍ଦ୍ଦେଶ କ୍ୟୁରେସି ଜଣାଇବା ପୂର୍ବରୁ, ଗାଭାସ୍କର କହିଲେ ନିଜ ଟିମକୁ ନେଇ ସେ ଭାରତ ଫେରିବାକୁ ଛାହୁଁଛନ୍ତି। ଇନ୍ଦିରାଙ୍କ ମୃତ୍ୟୁ ଖବର ଶୁଣି ସବୁ ଭାରତୀୟ ଖେଳାଳି କାନ୍ଦିବାକୁ ଲାଗିଲେ। ସାମ୍ବାଦିକ ଏବଂ ଖେଳାଳିଙ୍କୁ ଲାହୋର ନେବା ପାଇଁ ଗାଡ଼ି ଷ୍ଟାଡିୟମ ବାହାରେ ଲାଗି ସାରିଥିଲା। ଅପରପକ୍ଷରେ କ୍ୟୁରେସିଙ୍କ ପାଇଁ ବଡ଼ ଚାଲେଞ୍ଜ ଥିଲା ସିୟାଲକୋଟ୍‌ର ୨୫ହଜାର ଦର୍ଶକଙ୍କୁ ଘରକୁ ପଠାଇବା। ସାହାସ ବାନ୍ଧି କ୍ୟୁରେସି ଘୋଷଣା କଲେ,‘ଭାରତର ପ୍ରଧାନମନ୍ତ୍ରୀଙ୍କୁ ଗୁଳି ଲାଗିଛି, ସେଥିପାଇଁ ମ୍ୟାଚ୍‌ କ୍ୟାନସଲ୍ କରାଯାଉଛି’।

INDIRA-GANDHI-ASSAINTATIONତାଳି ମାରିଲେ ପାକିସ୍ତାନ ଦର୍ଶକ
ତାପରେ ଷ୍ଟାଡିୟମରେ ଯାହା ହେଲା ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅବିଶ୍ୱସନୀୟ ଥିଲା। ଇନ୍ଦିରାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଦର୍ଶକ ତାଳି ମାରିବାକୁ ଲାଗିଲେ । ଦର୍ଶକଙ୍କ ଏମିତି ରିଏକ୍ସନ କ୍ୟୁରେସିଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ଭଲ ହେଲା ସେତେବେଳକୁ ଟିମ୍ ଇଣ୍ଡିଆର ଖେଳାଳି ଏବଂ ସାମ୍ବାଦିକ ଷ୍ଟାଡିୟମରୁ ବାହାରି ସାରିଥିଲେ। ନଚେତ ସେଦିନର ସେହି ତାଳି, ଭାରତ-ପାକିସ୍ତାନ ପାଇଁ ଭଲ ହୋଇନଥାନ୍ତା ବୋଲି କ୍ୟୁରେସି କହୁଥିଲେ। ଅବଶ୍ୟ ଇନ୍ଦିରା ଗାନ୍ଧି ପାକିସ୍ତାନରେ ଲୋକପ୍ରିୟ ନଥିଲେ। ୧୯୬୫ ଏବଂ ୧୯୭୧ ମସିହାର ଯୁଦ୍ଧରେ ଭାରତ ପାକିସ୍ତାନକୁ କେବଳ ପରାସ୍ତ କରିନଥିଲା, ଇନ୍ଦିରାଙ୍କ ଦୃଢ଼ ସଂକଳ୍ପ ଯୋଗୁ ବାଂଲାଦେଶର ସୃଷ୍ଟି ହୋଇଥିଲା। ଯୁଦ୍ଧ ଯୋଗୁଁ ପାକିସ୍ତାନର ବିଭାଜନ ସହ ସେମାନେ ନାହିଁ ନଥିବା ଦୁଃଖରେ ଛଟପଟ ହୋଇଥିଲେ। ତେଣୁ ଇନ୍ଦିରାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ଷ୍ଟାଡିୟମର ଦର୍ଶକ ଏଭଳି ରିଆକ୍ଟ କରିଥିଲେ।

ଏଥିସହ ପଢ଼ନ୍ତୁ-କଣ ପାଇଁ କ୍ୟାଟ୍ରିନା କ୍ୟାଫଙ୍କୁ ପ୍ରଥମେ ରିଜେକ୍ଟ କରିଥିଲା ବଲିଉଡ୍