Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

4 ରାଜ୍ୟସଭା ସାଂସଦଙ୍କୁ କାହିଁକି ପ୍ରାର୍ଥୀ କଲା BJD?ରେସରେ ସୌମ୍ୟ-ସରୋଜିନୀ

By admin • March 28, 2019 • ନ୍ୟୁଜ୍, ପଲିଟିକ୍ସ
BJD-RAJYASABHA

ବିଜେଡିର ପ୍ରାର୍ଥୀ ତାଲିକାରେ ନୂଆ ମୁହଁ ଏବଂ ମହିଳାଙ୍କୁ ଅଧିକ ସ୍ଥାନ ମିଳିଛି। ଭେଟରାନ୍ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଯଦିଓ ଟିକେଟ ମିଳି ନାହିଁ ତେବେ ହାରିନଥିବା ବାବାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ମିଳିଛି ପ୍ରତିଶ୍ରୁତି।ଲାଗୁଛି ରାଜ୍ୟସଭାକୁ ନେଇ ବିଜେଡି ସଭାପତି ଏତେ ସିରିୟସ ଥିଲା ପରି ଲାଗେ ନାହିଁ।ନହେଲେ ବରିଷ୍ଠଙ୍କ ଗୃହ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳକୁ ସବୁବେଳେ କାଣ୍ଟଛାଟ କରନ୍ତେ ନାହିଁ।ଟିକେଟ ଦୌଡରେ ଅନେକ ଆଶାୟୀ ଥିଲାବେଳେ ୪ଜଣ ରାଜ୍ୟସଭା ସାଂସଦଙ୍କୁ ଟିକେଟ୍ ଦେଇ ନଥାନ୍ତେ ନବୀନ।
ରାଜ୍ୟସଭା ସାଂସଦ  ଆସନ
ପ୍ରସନ୍ନ ଆଚାର୍ଯ୍ୟ     ବରଗଡ଼
ଅଚ୍ୟୁତ ସାମନ୍ତ      କନ୍ଧମାଳ
ଅନୁଭବ ମହାନ୍ତି     କେନ୍ଦ୍ରାପଡ଼ା
ପ୍ରତାପ ଦେବ       ଆଳି
ବିଜେଡିର ୯ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୩ଜଣ ଲୋକସଭା ଏବଂ ପ୍ରତାପ କେଶରୀ ଦେବ ଆଳି ବିଧାନସଭା କ୍ଷେତ୍ରରେ ଶଙ୍ଖ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।ବାକି ୫ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ଆସନରେ ଆଖି ପକାଇଛନ୍ତି।ସେହିଭଳି ଏକମାତ୍ର ମହିଳା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ୨୦୨୦ରେ କାର୍ଯ୍ୟକାଳ ସରିବା ଆଗରୁ ସେ ବାରିପଦାରେ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି। ଏଯାଏଁ ଖଣ୍ଡପଡ଼ା ଏବଂ ବାରିପଦା ବିଧାନସଭା ଆସନ ଲାଗି ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ। ତେଣୁ ସୌମ୍ୟ ଓ ସରୋଜିନୀଙ୍କୁ ବିଜେଡି ପ୍ରାର୍ଥୀ କରିପାରେ।

Soumya-Patnaik

ସୌମ୍ୟଙ୍କ ଆଖି ଖଣ୍ଡପଡ଼ାରେ
ଖଣ୍ଡପଡ଼ାରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ବିବାଦ ରହିଛି। ଏହାର ଫାଇଦା ନେଇ ଖଣ୍ଡପଡ଼ାରୁ ବାରମ୍ବାର ପରାଜିତ ହୋଇଥିବା ସୌମ୍ୟ ପଟ୍ଟନାୟକ ପ୍ରାର୍ଥୀ ହେବା ପାଇଁ ଲବି ଚଳାଇଛନ୍ତି।ଯଦିଓ ସୌମ୍ୟଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୪ରେ ଶେଷ ହେବ,ତଥାପି ନବୀନ ତାଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରି ପାରନ୍ତି।ରାଜ୍ୟସଭାରେ ବାକି ରହିଗଲେ ନରେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ନନ୍ଦ ଏବଂ ଏନ୍.ଭାସ୍କର ରାଓ।
ପ୍ରଶାନ୍ତଙ୍କ କଣ୍ଟା ପୁଅ
ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ କୌଣସି ନିର୍ବାଚନ ମଣ୍ଡଳୀରେ ସଂଗଠନ ନଥିବାରୁ ହୁଏତ ତାଙ୍କୁ ପ୍ରାର୍ଥୀ ନକରି ପାରେ ବିଜେଡି। ସେହିଭଳି ରାୟଗଡ଼ାର ଭାସ୍କର ରାଓଙ୍କୁ ପ୍ରାର୍ଥୀ କରିବା ଲାଗି ଅବିଭକ୍ତ କୋରାପୁଟର ୪ ଜିଲ୍ଲାର ସାଧାରଣ ବର୍ଗଙ୍କ ଆସନ ନାହିଁ।ଏକମାତ୍ର ଅଣସଂରକ୍ଷିତ ଜୟପୁରରେ ହେଭିଓ୍ୱେଟ୍ ରବି ନନ୍ଦ ପ୍ରାର୍ଥୀ ହୋଇଛନ୍ତି।ଅପରପକ୍ଷରେ ବେଗୁନିଆରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ପ୍ରଶାନ୍ତ ନନ୍ଦଙ୍କ ପାଇଁ ପୁଅ ଋଷିଭ କଣ୍ଟା ହୋଇଛି।ଋଷିଭଙ୍କୁ ବିଜେପି ବେଗୁନିଆରୁ ପ୍ରାର୍ଥୀ କରିଥିବାରୁ ପ୍ରଶାନ୍ତଙ୍କ ରାଜ୍ୟ ରାଜନୀତିକୁ ଫେରିବା ଏକ ପ୍ରକାର ବନ୍ଦ ହୋଇଛି। 

Pratap-Dev

ଅନଙ୍ଗଙ୍କ ପରାଜୟ ସତର୍କ ଘଣ୍ଟି
ଅନ୍ୟପକ୍ଷରେ କାର୍ଯ୍ୟକାଳ ସରିବା ଆଗରୁ ରାଜ୍ୟସଭା ସଭ୍ୟଙ୍କୁ ବିଧାୟକ ପ୍ରାର୍ଥୀ କରାଇବା ନବୀନଙ୍କ ଏହା ପୁରୁଣା ଚାଲ।ଅନଙ୍ଗ ଉଦୟ ସିଂହଦେଓ,ଶଶିଭୂଷଣ ବେହେରାଏବଂ ରବିନାରାୟଣ ମହାପାତ୍ର।ଗତ ନିର୍ବାଚନରେ ଏହି ୩ଜଣ ପ୍ରାର୍ଥୀ ହୋଇଥିଲେ। ଶଶି ବେହେରା ଜୟଦେବ ଏବଂ ରବି ମହାପାତ୍ର ରଣପୁରରୁ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ଅନଙ୍ଗ ଉଦୟ ସିଂହଦେଓଙ୍କୁ ପ୍ରତ୍ୟାଖାନ କରିଥିଲେ ବଲାଙ୍ଗିର ଭୋଟର। ତେଣୁ ବଲାଙ୍ଗିର ରାଜ ପରିବାର ଦୟାଦ ଅନଙ୍ଗଙ୍କ ଅବସ୍ଥା ଆଳି ରାଜ ପରିବାରର ଉତ୍ତରାଧିକାରୀ ପ୍ରତାପ ଦେବଙ୍କ ହେବ ନାହିଁ  ତ?କାରଣ ବିଷ୍ଣୁ ଦାସଙ୍କ ଇସ୍ତଫା ପରେ ୨୦୧୭ରେ ରାଜ୍ୟସଭା ଯାଇଥିବା ପ୍ରତାପ ଦେବ,କଂଗ୍ରେସ-ବିଜେପି ଠାରୁ ପାଉଛନ୍ତି କଡ୍ଡା ଟକ୍କର।ତେବେ ବରିଷ୍ଠଙ୍ଗ ଗୃହ ରାଜ୍ୟସଭାକୁ ନେଇ ନବୀନ,ସିରିୟସ୍ ନୁହଁନ୍ତି! ନା ବିଜେଡିରେ ଯୋଗ୍ୟ ପ୍ରାର୍ଥୀଙ୍କ ରହିଛି ଅଭାବ?
ପଢ଼ନ୍ତୁ-କେନ୍ଦ୍ରାପଡ଼ାକୁ ବାଦ ଦେଇ କଂଗ୍ରେସ ନିର୍ବାଚନ ଲଢ଼େ,BJP ଲଢୁଛି ବରଗଡ଼କୁ ବାଦ ଦେଇ!      

BJD RAJYASABHA MPNaveen PatnaikPRATAP DEVSoumya Ranjan Pattnaik
Tweet
0
କେନ୍ଦ୍ରାପଡ଼ାକୁ ବାଦ ଦେଇ କଂଗ୍ରେସ ନିର୍ବାଚନ ଲଢ଼େ,BJP ଲଢୁଛି ବରଗଡ଼କୁ ବାଦ ଦେଇ!
ମଙ୍ଗଳବାର ମୋଦି ଗୁରୁବାର ଶାହ ବୁଝାଇଲେ:୪ମାସ ପରେ BJPକୁ ବିଜୟ ଫେରିଲେ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.