ଭାରତର ଏକ ସମ୍ମାନଜନକ ପୁରସ୍କାର ହେଉଛି ପଦ୍ମଶ୍ରୀ। ଏହି ସମ୍ମାନ ପାଇବା ଖୁବ୍ କମ୍ ଜଣଙ୍କ ଭାଗ୍ୟରେ ଜୁଟେ। ଏ ସମ୍ମାନଜନକ ପଦବୀର ଅଧିକାରୀ ହେବାକୁ ହେଲେ ଅନେକ ପ୍ରତିଭାର ଅଧିକାରୀ ହେବାକୁ ପଡିଥାଏ। ପଦ୍ମଶ୍ରୀ ପୁରସ୍କାର ଭଳି ସମ୍ମାନଜନକ ପୁରସ୍କାରର ହକଦାରଙ୍କୁ ବେଶ୍ ପ୍ରତିଷ୍ଠା ପ୍ରସିଦ୍ଧି ମିଳିଥାଏ। ମାତ୍ର ଏ ପୁରସ୍କାରକୁ ପ୍ରତ୍ୟାଖାନ କରିବା ଭଳି ଘଟଣା ଖୁବ୍ ବିରଳ। ନିକଟ ଅତୀତରେ ଏଭଳି ସମ୍ମାନଜନକ ପୁରସ୍କାରକୁ ଜଣେ ଓଡିଆ ଅଗ୍ରାହ୍ୟ କରିଥିଲେ। ସିଧାସଳଖ ପୁରସ୍କାରକୁ ପ୍ରତ୍ୟାଖାନ କରିଥିଲେ ଜଣେ ଓଡିଆ ମହିଳା। ଯାହାକୁ ନେଇ କେବଳ ସେ ସମୟ ନୁହେଁ ଏବେ ମଧ୍ୟ  ଚର୍ଚ୍ଚା ଚାଲେ। ଯଦିଓ ସମୟାନ୍ତ୍ରରେ ସେ ଚର୍ଚ୍ଚା ଧିମେଇ ଯାଇଛି ତଥାପି ଏବେ ମଧ୍ୟ ଅନେକ ଲୋକ ପଦ୍ମଶ୍ରୀ ଉପାଖ୍ୟାନ ଉପରୁ ନଜର ହଟାଇ ପାରିନାହାନ୍ତି।

ଭାଇଙ୍କ ପଲିଟିକାଲ୍ କ୍ୟାରୀୟର ପାଇଁ ଭଉଣୀ କରିଥିଲେ କି ତ୍ୟାଗ
୨୦୧୯ରେ ଗୋଟାଏ ଘଟଣା ଉଭୟ ରାଜ୍ୟ ଓ ଦେଶ ରାଜନୀତିରେ ଚହଳ ପକାଇଥିଲା। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ଲେଖିକା ଗୀତା ମେହେଟ୍ଟା ପଦ୍ମଶ୍ରୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୨୫ ଜାନୁଆରୀରେ ପଦ୍ମ ପୁରସ୍କାର ଘୋଷଣା କରିଥିଲେ। ଏଥିରେ ୧୧୨ ପଦ୍ମ ପୁରସ୍କାର ମଧ୍ୟରୁ ୯୪ ଜଣଙ୍କୁ ପଦ୍ମଶ୍ରୀ, ୧୪ ଜଣ ସେଲିବ୍ରିଟିଙ୍କୁ ପଦ୍ମ ଭୂଷଣ ଏବଂ ୪ ଜଣଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ଏଥିରେ ଗୀତା ମେହେଟ୍ଟାଙ୍କ ନାମ ମଧ୍ୟ ସ୍ଥାନ ପାଇଥିଲା। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଏହି ପୁରସ୍କାର ଘୋଷଣା କରାଯାଇଥିଲା। କିନ୍ତୁ ସେ ଏ ପୁରସ୍କାର ଗ୍ରହଣ କରି ନଥିଲେ। ଏହାକୁ ନେଇ ସେ ସମୟରେ ଅନେକ ଆରୋପ ପ୍ରତ୍ୟାରୋପ ଜାରୀ ରହିଥିଲା। ପୁରସ୍କାର ଘୋଷଣାର କିଛି ସମୟ ମଧ୍ୟରେ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରିଥିଲେ ଗୀତା ମେହେଟ୍ଟା। ସେ ସମୟରେ ଲୋକସଭା ନିର୍ବାଚନ ଥିବାରୁ ଏହି ସମୟରେ ପୁରସ୍କାର ନେବା ଭୁଲ ହୋଇପାରେ, ଯାହାଫଳରେ ସରକାରଙ୍କୁ ଏବଂ ତାଙ୍କୁ ଲଜ୍ଜାଜନକ ଭାର ବହନ କରିବାକୁ ପଡିପାରେ ବୋଲି ସେ ମତ ରଖିଥିଲେ। ଯାହାକୁ ନେଇ ସେ ସମାଲୋଚନାର ଶରବ୍ୟ ମଧ୍ୟ ହୋଇଥିଲେ। ଭାଇ ନବୀନ ପଟ୍ଟନାୟକଙ୍କ  ପଲିଟିକାଲ୍ କ୍ୟାାରୀୟରରେ ଝଡ଼ ନ ଆଣିବା ପାଇଁ ସେ ଏପରି କରିଥିବା ମଧ୍ୟ ଚର୍ଚ୍ଚା ହୁଏ।
 ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା