କଟକ ଇନଡୋର ଷ୍ଟାଡ଼ିୟମରେ ଅମିତ ଶାହା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟାଏ ମଞ୍ଚରେ ଅତିଥି ସାଜିଛନ୍ତି। ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ ସମ୍ପାଦିତ ଖବରକାଗଜ ପ୍ରଜାତନ୍ତ୍ରର ପଞ୍ଚସ୍ତରି ତମ ପ୍ରତିଷ୍ଠା ଦିବସରେ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଶଙ୍ଖ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ଅଗଷ୍ଟ କ୍ରାନ୍ତି ସମାବେଶରେ ଶାହାଙ୍କ ଉପସ୍ଥିତି ଟିକେ ଅଲଗା ଦିଗକୁ ଇସାରା କରୁଥିବା ଚର୍ଚ୍ଚା ହେଉଛି।

ମୋହରେ ଅଛନ୍ତି କି ମହତାବ
ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି। ଯଦିଓ ନବୀନ ପଟ୍ଟନାୟକ ବି ଏହି କାର୍ଯ୍ୟକ୍ରମରେ ଅତିଥି ସାଜିଛନ୍ତି ତଥାପି ବିରୋଧି ଶିବିରରୁ ଦୁଇ ନେତାଙ୍କୁ ନିମନ୍ତ୍ରଣ କରିବାକୁ ସହଜରେ ନେଇ ହୋଉନାହିଁ। ପୁର୍ବରୁ ମଧ୍ୟ ଅମିତି ଶାହାଙ୍କ ଜୀବନୀ ଉନ୍ମୋଚନରେ ବିଜେପି କାର୍ଯ୍ୟକ୍ରମରେ ବିଜେଡି ନେତା ସୌମ୍ୟ ପଟ୍ଟନାୟକ ଯୋଗ ଦେବାପରେ ତାଙ୍କ ଦଳ ବିରୋଧି ଆଭିମୁଖ୍ୟ ପଦାକୁ ଆସିଥିଲା। ରାଜନୀତି ମହଲରେ ମହତାବ ଓ ମୁକିଆଙ୍କ ସମ୍ପର୍କ ସମସ୍ତଙ୍କୁ ଜଣା। ମୁଖିଆଙ୍କ ସହ ମହତାବଙ୍କର ଭାରି ଅପଡ଼। ତେଣୁ ଏଭଳି ପରିସ୍ଥିତିରେ ମହତାବଙ୍କ ସହ ଶାହାଙ୍କ ଦୋସ୍ତି ବଢ଼ିବା ଏକ ଭିନ୍ନ ଦିଗକୁ ଇସାରା କରୁଛି ।ଅନେକଥର ବିଜେହିକୁ କଡା ସମାଲୋଚନା କରୁଥିବା ଅମିତ ଶାହାଙ୍କୁ ଖୋଦ୍ ବିଜେଡି ସାଂସଦ ଅତିଥି ଭାବେ ଡାକିବା ସହଜରେ ହଜମ ହେଉନାହିଁ? ମହତାବଙ୍କ ମୋହ ଏବେ କେଉଁ ଦଳପାଇଁ ବଢ଼ୁଛି ବା ସେ ଅନ୍ୟ ଆଡକୁ ଢ଼ଳୁଛନ୍ତି ତାକୁ ନେଇ ଏବେ ଅନେକ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି।
ଏ ଷ୍ଟୋରୀ ଲେଖିଛନ୍ତି -ରଶ୍ମିତା ବେହେରା