ପୁଷ୍ପାରେ ଓଡିଆ ପୁଅ

ବକ୍ସ ଅଫିସରେ ଚହଳ ପକାଇଥିବା ଟଲିଉଡ୍ ଚଳଚ୍ଚିତ୍ର ପୁଷ୍ପା: ଦି ରାଇଜ୍ ରିଲିଜ୍ ହେବା ପରେ ସୁପର ହିଟ୍ ହୋଇଛି । ଡିସେମ୍ବର ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଆଲୁ ଅର୍ଜୁନ ଏବଂ ରଶମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର ୩୨୫ କୋଟିରେ ପହଞ୍ଚିଛି। ଏହି ଚଳଚ୍ଚିତ୍ରର ଗୋଟିଏ ଭୂମିକାରେ ଏମ ରାମକୃଷ୍ଣ ନାମକ ଜଣେ ଓଡିଆ ଅଭିନେତା ଅଭିନୟ କରିଛନ୍ତି।ଯାହା ସମସ୍ତଙ୍କ ପାଇଁ ଗର୍ବର କାରଣ ପାଲଟିଛି।

ଏମ ରାମକୃଷ୍ଣ
ଅଭିନେତା ଏମ୍ ରାମକୃଷ୍ଣ ଓଡ଼ିଶାର ବରଗଡ ଜିଲ୍ଲାର ଅଟନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଅସାଧାରଣ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ବହୁ ପ୍ରଶଂସା ଲାଭ କରିଛନ୍ତି। ଏହି ସିନେମାରେ ଇନ୍ସପେକ୍ଟର ଗୋବିନ୍ଦାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ପୁର୍ବରୁ ମଧ୍ୟ ସେ ନିଜ ମାତୃଭୂମି ପାଇଁ ଗର୍ବ ଆଣିଛନ୍ତି। ଏହାପୂର୍ବରୁ ତାଙ୍କୁ ବାହୁବଲୀ-୨ ଚଳଚ୍ଚିତ୍ରରେ ପିନ୍ଦରା ଭୂମିକାରେ ମଧ୍ୟ ଦେଖିବାକୁ ମିଳିଥିଲା।
ବହୁଭାଷୀ ଚଳଚ୍ଚିତ୍ରରେ ପୋଲିସ୍ ଇନ୍ସପେକ୍ଟର ଗୋବିନ୍ଦପ୍ପାଙ୍କ ଭୂମିକା ଓଡ଼ିଶାର ବରଗଡ ଜିଲ୍ଲାର ମୂଳ ବାସିନ୍ଦା ରାମକୃଷ୍ଣ ଦ୍ୱାରା ହୋଇଥିଲା। ପଶ୍ଚିମ ଓଡିଶା ଜିଲ୍ଲାର ତଥା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ଏହା ଏକ ଗର୍ବର ମୂହୁର୍ତ୍ତ। ଚମତ୍କାର ଅଭିନୟ ପାଇଁ ତେଲୁଗୁ ସୁପରଷ୍ଟାର ଆଲୁ ଅର୍ଜୁନ ଏବଂ ଅନ୍ୟମାନେ ଖୁବ୍ ପ୍ରଶଂସା କରୁଛନ୍ତି।
Connect With Us