Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜେଡିରେ ଘମାସନ: ମନ୍ତ୍ରୀ ବଦ୍ରିଙ୍କ କଟ୍ଟାକ୍ଷ ‘ସାଂସଦ ସୌମ୍ୟ ହେଉଛନ୍ତି ମହାପୁରୁଷ’

By admin • November 10, 2018 • ନ୍ୟୁଜ୍, ପଲିଟିକ୍ସ
BADRI-PATRA

ଭୁବନେଶ୍ୱର:ବିଜେଡିରେ ସବୁ କିଛି ଠିକ୍ ଠାକ୍ ଚାଲିନାହିଁ।ବିଜେଡି ସାଂସଦଙ୍କ ବିରୋଧରେ ମିଡିଆକୁ ପ୍ରତିକ୍ରିୟା ଦେଉଛନ୍ତି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ବରିଷ୍ଠ ସଦସ୍ୟ। ମନ୍ତ୍ରୀ ବଦ୍ରି ପାତ୍ର,ନିଜ ନିର୍ବାଚନ କ୍ଷେତ୍ର ଘସିପୁରାରେ ଅସୁରିକ୍ଷତ ବୋଲି ନିଜେ କହୁଛନ୍ତି।‘ଘସିପୁରା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବଞ୍ଚିବା ଏବଂ ସ୍ୱାଧୀନ ଭାବେ ଚଳପ୍ରଚଳ କରିବା ସମ୍ଭବ ହେଉନାହିଁ’ ବୋଲି ବଦ୍ରି ପାତ୍ର କହିଲେଣି। ତେବେ ହାଇପ୍ରୋଫାଇଲ ଘସିପୁରାରେ ବଦ୍ରି ପାତ୍ରଙ୍କୁ ଅସୁବିଧାରେ ପକାଉଛନ୍ତି ତାଙ୍କ ଦଳର ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଉ ସେହି ଷଡଯନ୍ତ୍ରରେ କଂଗ୍ରେସ ସଭାପତି ତଥା ସୌମ୍ୟଙ୍କ ଭାଇ ନିରଞ୍ଜନ ପଟ୍ଟନାୟକ ସାମିଲ ବୋଲି ବଦ୍ରି ପାତ୍ର କହିଛନ୍ତି।
ନିରଞ୍ଜନ-ସୌମ୍ୟଙ୍କ ଉଦ୍ଦେଶ୍ୟରେ ବଦ୍ରି ପାତ୍ରଙ୍କ ବୟାନ
-ଭାରତ ବର୍ଷରେ କାଁ ଭାଁ ମହାପୁରଷ ଜନ୍ମ ହୋଇଛନ୍ତି,କିନ୍ତୁ କେନ୍ଦୁଝର ମାଟିରେ ଗୋଟିଏ ପରିବାରରେ ଅନେକ ମହାପୁରୁଷ ଜନ୍ମ ହୋଇଛନ୍ତି।ସେଥିମଧ୍ୟରୁ ନିରଞ୍ଜନ   ପଟ୍ଟନାୟକ ଅନ୍ୟତମ,
-ଆମ ପ୍ରତିପକ୍ଷଙ୍କ ଏତଲା ଲେଖନ୍ତି ନିରଞ୍ଜନ ପଟ୍ଟନାୟକ, ଆଉ ସମସ୍ତ ଏତଲାରେ ମୋ ପୁଅଙ୍କ ନାଁ ଥିବ,
-ଖବର ପ୍ରଚାର-ପ୍ରସାରର ଦାୟିତ୍ୱ ନିଅନ୍ତି ନିରଞ୍ଜନଙ୍କ ଭାଇ, ମହାପୁରୁଷ ସୌମ୍ୟରଞ୍ଜନ ପଟ୍ଟନାୟକ,
-ସୌମ୍ୟଙ୍କ ପରିଚାଳିତ ମିଡିଆ ହାଉସର ଖବର ହେଉଛି ବେଦ ବାକ୍ୟ
–ସୌମ୍ୟ ବାବୁ ଜଣେ କଳାକାର, କଳାକୁ ଧଳା,ସତକୁ ମିଛ କରିପାରିବେSoumya-Patnaikଅପରପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ, ପୋଲିସଙ୍କୁ ମାଡ଼ ମାରିବା ଅଭିଯୋଗରେ ଗତ ସେପ୍ଟମ୍ବର ୧୯ରୁ ଗିରଫ ହୋଇ ଜେଲରେ ଅଛନ୍ତି। ଏବେ ମନ୍ତ୍ରୀଙ୍କ ସାନ ପୁଅ ଦେବପ୍ରିୟଙ୍କ ନାଁରେ ଆସିଛି ମରଣାନ୍ତକ ଆକ୍ରମଣର ଅଭିଯୋଗ। କେନ୍ଦୁଝର ଜିଲ୍ଲା ବେଲବାହଳି ଗାଁର ପ୍ରଶାନ୍ତ ସାହୁଙ୍କୁ ମନ୍ତ୍ରୀ ବଦ୍ରିଙ୍କ ପୁଅ ଦେବପ୍ରିୟ ଓ ତାଙ୍କ ସମର୍ଥକ ଗତ ଗୁରୁବାର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥକ ଭାବେ ଜଣାଶୁଣା ପ୍ରଶାନ୍ତଙ୍କୁ ହାତୀବନ୍ଧା ନିକଟରେ ଅତର୍କିତ ଆକ୍ରମଣ କରାଯିବା ନେଇ ଘସିପୁରା ଥାନାରେ ଏତଲା ହୋଇଛି। ଅପରପକ୍ଷରେ ମନ୍ତ୍ରୀ ବଦ୍ରି ପାତ୍ର କହୁଛନ୍ତି ଯେ ଆକ୍ରମଣ ସମୟରେ ତାଙ୍କ ପୁଅ ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ଥିଲେ। କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଭାଇ ତଥା ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ପୁଅ ନାଁକୁ ଗଣ୍ଡଗୋଳ ଭିତରକୁ ଜାଣିଶୁଣି ଟାଣୁଛନ୍ତି ବୋଲି ବଦ୍ରି ପାତ୍ର ପ୍ରତିକ୍ରିୟା ଦେଇଛନ୍ତି।
ନିରଞ୍ଜନଙ୍କ ପାଇଁ..
ତେବେ ଚାରି ଚାରି ଥରର ବିଧାୟକ ବଦ୍ରି ପାତ୍ର, ୨୦୦୯ରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଅଛନ୍ତି। ଏପରିକି ପ୍ୟାରୀମୋହନ ମହାପାତ୍ରଙ୍କ ଦୃଢ଼ ସମର୍ଥକ ବଦ୍ରି ପାତ୍ର, ନବୀନ ପଟ୍ଟନାୟକଙ୍କ ଗୁଡବୁକରେ ରହି ପାରିଲେ। ହେଲେ ଗତ ଏପ୍ରିଲ୧୯ରୁ କେନ୍ଦୁଝର ରାଜନୀତିରେ ଆସିଲା ପରିବର୍ତ୍ତନ। କାରଣ ବଦ୍ରି ପାତ୍ରଙ୍କ ଘସିପୁରା ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲାଉଥିବା ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଭାପତି ହେଲେ। ଉଭୟ ନିରଞ୍ଜନ ଏବଂ ବଦ୍ରି ଘସିପୁରାରୁ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହେଲେଣି। ଅବଶ୍ୟ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପରେ ୨୦୦୯ରୁ ରାମଚନ୍ଦ୍ରପୁର ବିଧାନସଭା କ୍ଷେତ୍ର ନାଁ ହୋଇଗଲା ଘସିପୁରା।ସେବେଠୁ ନିରଞ୍ଜନ ପଟ୍ଟନାୟକଙ୍କ ଲାଗି ଘସିପୁରା ଏକ ଅପହଞ୍ଚ କ୍ଷେତ୍ର ପାଲଟି ଯାଇଛି । ଅବସରପ୍ରାପ୍ତ ଅଧ୍ୟପାକ ବଦ୍ରି ପାତ୍ର ଓ ତାଙ୍କ ପୁଅମାନଙ୍କ ଲଢୁଆ ସଂଗଠନ ଯୋଗୁ ନିରଞ୍ଜନ ଘସିପୁରା ମାଡି ପାରୁନାହାଁନ୍ତିNIRANJAN-PATTNAIKସନାଙ୍କୁ ସପୋର୍ଟ
ଅନ୍ୟପଟେ ବଦ୍ରି ପାତ୍ରଙ୍କ ବାହୁବଳୀ ସଂଗଠନକୁ ଟକ୍କର ଦେବାକୁ ଚମ୍ପୁଆର ସ୍ୱାଧିନ ବିଧାୟକ ସନାତନ ମହାକୁଡଙ୍କୁ ବିଜେଡିର ଭିତିରିଆ ସମର୍ଥନ ରହିଛି। ନିରଞ୍ଜନ ପଟ୍ଟନାୟକଙ୍କ ଅନୁଗତ ସନାତନଙ୍କ, ସନାସେନାକୁ କେନ୍ଦୁଝର ପ୍ରଶାସନର ସମର୍ଥନ ରହିଥିବାର ଚର୍ଚ୍ଚା ହେଉଛି। ତେଣୁ ସନାସେନା ଜରିଆରେ ବାହୁବଳୀ ବିଧାୟକ ବଦ୍ରି ପାତ୍ରଙ୍କୁ କାଉଣ୍ଟର କରୁଛି ବିଜେଡି। ଫଳରେ ନିରଞ୍ଜନ ପଟ୍ଟନାୟକ ଘସିପୁରାକୁ ଏଣ୍ଟ୍ରି ମାରି ପାରିବେ। ତେବେ ସନାଙ୍କ ଗୁଣ୍ଡାମି ବାବଦରେ ବିଜେଡି ସୁପ୍ରିମୋଙ୍କୁ ବୁଝାଇବାକୁ ବଦ୍ରି ପାତ୍ର ଉଦ୍ୟମ  କରିଥିଲେ। ଏପରିକି ଚମ୍ପୁଆ ବିଜେଡି ନେତା କୁଶ ଆପଟ୍ଟଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇବାକୁ ବଦ୍ରି ପାତ୍ର ଚେଷ୍ଟା କରିଥିଲେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ୨୦୧୨ରେ ପ୍ୟାରୀ ମହାପାତ୍ରଙ୍କ କ୍ଷମତା ଅପହରଣ ଯୋଜନାରେ ଉଭୟ କୁଶ ଆପଟ୍ଟ ଏବଂ ବଦ୍ରି ପାତ୍ର ସାମିଲ ଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇ ଦିଆ ଯାଇଥିବାର ଶୁଣିବାକୁ ମିଳୁଛି। ତେଣୁ ବଦ୍ରି ପାତ୍ରଙ୍କୁ ସାଇଡ୍ କରି ନିରଞ୍ଜନ ପଟ୍ଟନାୟକ ସହ ଡିଲ୍ କଲେ ବିଜେଡି ପଞ୍ଚମ ଥର କ୍ଷମତାକୁ ଆସିପାରିବ ବୋଲି ଶାସକ ଦଳ ହିସାବ କରିଛି। ତେବେ ୨୦୦୦ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି  ରାମଚନ୍ଦ୍ରପୁରରେ, ନିରଞ୍ଜନ ପଟ୍ଟନାୟକଙ୍କୁ ପରାଜିତ କରିଥିବା ବଦ୍ରି ପାତ୍ର ସତରେ କଣ ମନ୍ତ୍ରିମଣ୍ଡଳରୁ ବିଦା ହେବେ?
ପଢ଼ନ୍ତୁ-ନନ୍ଦିନୀଙ୍କ ମୁଖ୍ୟମନ୍ତ୍ରୀ ଚେୟାର ଛଡ଼ାଇ ନେଇଥିଲା TISSA; ଆଉ ବିଜୁ ଯୁବ ବାହିନୀ….

Badri PataBJDGhasipuraNiranjan PattnaikSoumya Ranjan Pattnaik
Tweet
0
ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ କରାଇଲେ; କିନ୍ତୁ କହିପାରିଲେନି ଯେ ‘ସେମାନେ ଆମ ମାଟିର ପୁଅ’
ବୀରମିତ୍ରପୁରରେ ସୀମିତ ହୋଇଗଲା ସମତାକ୍ରାନ୍ତି; ଆଉ ବିଜୁ ସମତାକ୍ରାନ୍ତି......

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.