ବଜେଟରେ ବଡ଼ ଘୋଷଣା

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ବହୁ ଗୁରୁତ୍ୱ ପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଆ ଯାଇଛି। ବଜେଟରେ ୧୦ ଟି ବଡ ଘୋଷଣା କରିଛନ୍ନତି ଅର୍ଥମନ୍ତ୍ରୀ। ଆୟକର ଛାଡ ସୀମା ଅଢେଇ ଲକ୍ଷରୁ ୩ଲକ୍ଷକୁ ବୃଦ୍ଧି କରାଯାଇଛି। ଏଥିସହିତ ଦେଶରେ ୧୫୭ଟି ନର୍ସିଂ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା ହୋଇଛି। ପ୍ରାକୃତିକ ଚାଷ ପ୍ରଶିକ୍ଷଣ ପାଇଁ ୧୦ହଜାର ବାୟୋ ଇନଫର୍ମ ସେଣ୍ଟର ପ୍ରତିଷ୍ଠା ହେବା କଥା ବଜେଟରେ କହିଛନ୍ତି।

ଶସ୍ତା ହେବ ଇଲେକ୍ଟ୍ରି ଗାଡ଼ି,ମୋବାଇଲ
ବଜେଟରେ ଶସ୍ତା ଓ ମହଙ୍ଗାର ମାପକାଠି ପଦାକୁ ଆସିଛି। ଇଲେକ୍ଟ୍ରିକ୍ ଗାଡି , ଦେଶୀ ମୋବାଇଲ, ଖେଳଣା ଓ ସାଇକେଲ ଶସ୍ତା ହେବ। ସୁନା, ରୁପା ଓ ପ୍ଲାଟିନମ୍ ମହଙ୍ଗା ହବ। ଗରିବ କଏଦୀଙ୍କୁ ଜାମିନ ପାଇଁ କେନ୍ଦ୍ର ସହାୟତା ଦେବ। ୫ଜିର ବିକାଶ ପାଇଁ ୧୦୦ଟି ରିସର୍ଚ୍ଚ ଲ୍ୟାବ ପ୍ରତିଷ୍ଠା ହେବ।

କାହାକୁ କେତେ?
ଚଳିତ ବର୍ଷ ବଜେଟରେ କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଦ୍ୱିତୀୟରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ରହିଥିବା ବେଳେ ତୃତୀୟରେ ରେଳବାଇ ରହିଛି।
୧- ପ୍ରତିରକ୍ଷା- ୫.୯୪ ଲକ୍ଷ କୋଟି
୨- ସଡ଼କ ପରିବହନ ଓ ଜାତୀୟ ରାଜପଥ- ୨.୭୦ ଲକ୍ଷ କୋଟି
୩- ରେଳବାଇ- ୨.୪୧ ଲକ୍ଷ କୋଟି
୪- ଖାଉଟି ବ୍ୟାପାର, ଖାନ୍ୟ ଓ ସାଧାରଣ ବଣ୍ଟନ- ୨.୦୬ ଲକ୍ଷ କୋଟି
୫- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୧.୯୬ ଲକ୍ଷ କୋଟି
୬- କେମିକାଲ ଓ ଫର୍ଟିଲାଇଜର- ୧.୭୮ ଲକ୍ଷ କୋଟି
୭- ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ- ୧.୬୦ ଲକ୍ଷ କୋଟି
୮- କୃଷି ଓ ଚାଷୀ କଲ୍ୟାଣ ମନ୍ତ୍ରଣାଳ- ୧.୨୫ ଲକ୍ଷ କୋଟି
୯- ଯୋଗାଯୋଗ ମନ୍ତ୍ରଣାଳୟ -୧.୨୩ ଲକ୍ଷ କୋଟି
Connect With Us