Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଫୋନି ପାଇଁ ପାଟକୁରା ନିର୍ବାଚନ ଘୁଞ୍ଚିଲା:କିନ୍ତୁ ହକି ଲିଗ୍ ପାଇଁ IAS ଲବି

By admin • May 17, 2019 • ନ୍ୟୁଜ୍, ପଲିଟିକ୍ସ

ଫୋନିର ତାଣ୍ଡବରେ  ୬୪ଜଣଙ୍କ ଜୀବନ ଗଲା।ଧ୍ୱସ୍ତ ହୋଇଗଲା ପୁରୀ,ଖୋର୍ଦ୍ଧା ଓ କଟକ ଜିଲ୍ଲା।ଫୋନି ଯିବାର ୨ସପ୍ତାହ ପରେ ମଧ୍ୟ ବିଦ୍ୟୁତ ଓ ପାଣି ଲାଗି ଡ଼ହଳ ବିକଳ ହେଉଛନ୍ତି ଭୁବନେଶ୍ୱରବାସୀ।ଅପରପକ୍ଷରେ୨୦୨୦ରେ ଜାପାନରେ ହେବାକୁ ଥିବା ଅଲମ୍ପିକ୍ ପାଇଁ ଯୋଗ୍ୟତା ହାସଲ ଲାଗି ହକି ସିରିଜର ଆୟୋଜନ କରୁଛନ୍ତି ଓଡ଼ିଶା ସରକାର।୮ଟି ଦେଶକୁ ନେଇ ଖେଳା ଯିବାକୁ ଥିବା ସେହି ହକି ସିରିଜ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି କଲେ।ଜୁନ୍ ୬ରୁ ୧୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସେହି ହକି ସିରିଜ ଅନୁଷ୍ଠିତ ହେବ।ତେବେ ଫୋନି ମାଡରେ ଭାଙ୍ଗିରୁଜି ଯାଇଥିବା କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ବିକାଶ କରିବାକୁ କେନ୍ଦ୍ରୀୟ ଟିମ୍ ନିକଟରେ ୧୧କୋଟି ଟଙ୍କାର ଦାବି ଉପସ୍ଥାପନ କରିଛନ୍ତି କ୍ରୀଡ଼ା ବିଭାଗର ସଚିବ।

ପାଟକୁରା ନିର୍ବାଚନ ଘୁଞ୍ଚିଲା
ଓଡ଼ିଶା ସରକାର କହୁଛନ୍ତି ରିଲିଫ୍ ବଣ୍ଟନ ଏବଂ ଥଇଥାନ ହେଉଛି ସେମାନଙ୍କର ପ୍ରାଥମିକତା।ସେଥିପାଇଁ ଫୋନି ଦ୍ୱାରାର ସାମାନ୍ୟ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେବାକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ।ଯଦି ଫୋନି ଆସିବା ଆଗରୁ ଗତ ଏପ୍ରିଲ ୩୦ରେ ନିର୍ବାଚନ କମିଶନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି,ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ କହିପାରିଲେ।ସେହିଭଳି ଭାରତୀୟ ହକି ମହାସଂଘକୁ କଳିଙ୍ଗ ଷ୍ଟାଡିୟମରେ ହକି ସିରିଜ ନକରିବାକୁ କାହିଁକି ପ୍ରସ୍ତାବ ଦେଉନାହାଁନ୍ତି ନବୀନ ପଟ୍ଟନାୟକ?

୧୦୦ କୋଟିର ପ୍ରାୟୋଜକ
ବିଜେଡି ସରକାର ହକିକୁ ଏତେ ପ୍ରୋତ୍ସାହନ ଦେବା ପଛରେ ରହସ୍ୟ କଣ?ସାଧାରଣତଃ କୌଣସି ଖେଳର ପ୍ରାୟୋଜକ ରାଜ୍ୟ କିମ୍ବା କେନ୍ଦ୍ର ସରକାର ହୁଅନ୍ତି ନାହିଁ।କିନ୍ତୁ ଓଡ଼ିଶା ସରକାର ୧୦୦କୋଟି ଟଙ୍କା ନିବେଶ କରି ୫ବର୍ଷ ପାଇଁ ଜାତୀୟ ହକି ଦଳର ପ୍ରାୟୋଜକ ହେଲେ।ଗତ ନଭେମ୍ବର ୨୮ରୁ ଡିସେମ୍ବର ୧୬ଯାଏଁ ଚାଲିଥିବା ଥିବା ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ବେଳେ ପାଣି ପରି ଟଙ୍କା ବୁହାଇଲେ।ଯଦି ପ୍ରକୃତରେ ବିଜେଡି ସରକାରଙ୍କ ହକି ଖେଳ ପ୍ରତି ଏତେ ମୋହ ତେବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢ଼ାଇ ପାରିଥାନ୍ତେ। ନହେଲେ ଦିଲ୍ଲୀପଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାଇ ପାରିଥାନ୍ତେ।

ଖର୍ଚ୍ଚର ହିସାବ ମିଳୁନି
ବିଶ୍ୱକପ ହକିର ଉଦଘାଟନୀ ଉତ୍ସବରେ ଶାହାରୁଖ,ସଲମାନ ଓ ମାଧୁରୀଙ୍କୁ କୋଟି କୋଟି ଟଙ୍କା ଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ର୍ପ୍ରଦର୍ଶନ କରାଇଲେ।ନାଚଗୀତକୁ ଗାଁରେ ପହଞ୍ଚାଇବା ପାଇଁ ପଞ୍ଚାୟତ ଅଫିସରେ LED ଟିଭିର ବ୍ୟବସ୍ଥା କରାଇବାକୁ ବିଜୁ ଯୁବବାହିନୀ ୟୁନିଟକୁ ୨୪ହଜାର ଟଙ୍କା ଦିଆଗଲା।ଏବେ ଭଙ୍ଗା ବିଦ୍ୟୁତ ଖୁଣ୍ଟି ସ୍ଥାନରେ ନୂଆ ଖୁଣ୍ଟି ଦରକାର କରୁଥିଲା ବେଳେ କେତେକ ଅଣଓଡ଼ିଆ IAS ଅଫିସର ମାତିଛନ୍ତି ବିଶ୍ୱ ହକି ସିରିଜ ଆୟୋଜନରେ।ବିଶ୍ୱକପ ହକିର ଖର୍ଚ୍ଚର ହିସାବ ଦେଇ ପାରୁନଥିବା ଅଧିକାରୀ,ଏବେ ହକି ସିରିଜ ଜରିଆରେ ହାତ ଚିକ୍କଣ ଯୋଜନାରେ ଅଛନ୍ତି କି?

BhubaneswarFANIHockey MatchKalinga StadiumPatkura
Tweet
0
ନିଜ ଟିମକୁ ଚାମ୍ପିଅନ୍ କରାଇଥିବା କ୍ରିକେଟରଙ୍କୁ ମିସ୍ କରିବ ଇଂଲଣ୍ଡ ବିଶ୍ୱକପ
ମନ୍ତ୍ରୀ ହେବା ଆଶାରେ ସାଂସଦ ଲଢ଼ିଲେ:କିନ୍ତୁ ସୌମ୍ୟ-ପ୍ରତାପଙ୍କୁ କ୍ୟାବିନେଟରେ ମିଳିଲାନି ସ୍ଥାନ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.