ନ୍ୟୁଜ୍/ ପଲିଟିକ୍ସ

ନିର୍ବାଚନ ବେଳେ Game Changer ‘କାଳିଆ’ପରି ଯୋଜନାର,ଘୋଷଣା ହେବ ବ୍ୟାନ୍!

ନିର୍ବାଚନ ପୂର୍ବରୁ ଯୋଜନା ଘୋଷଣା କରି,ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବା ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।ନିର୍ବାଚନ ଆଗରୁ ଲୋଭନୀୟ ଯୋଜନାରେ ଟଙ୍କା ପ୍ରଦାନ କରିବା ଅସାମ୍ବିଧାନିକ ଏବଂ ଅସୁସ୍ଥ ନିର୍ବାଚନ ପରମ୍ପରା।ନିର୍ବାଚନ ସମୟରେ ସରକାର ଯେପରି ଲୋଭନୀୟ ଯୋଜନା ଘୋଷଣା ନକରିବେ,ସେ ନେଇ ନିର୍ବାଚନ କମିଶନ ଗାଇଡ୍ ଲାଇନ ପ୍ରସ୍ତୁତ କରନ୍ତୁ ବୋଲି ସୁପ୍ରିମକୋର୍ଟରେ ଆନ୍ଧ୍ରପ୍ରଦେଶର ପି.ପି.ରାଓ ଆବେଦନ କରିଛନ୍ତି।ଏହାସହ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବାକୁ ମତଦାନର ୬ମାସ ମଧ୍ୟରେ କୌଣସି ଯୋଜନା ଘୋଷଣା ନକରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ପି.ପି.ରାଓ ଆବେଦନ କରିଛନ୍ତି।ଆବେଦନକାରୀଙ୍କ ପିଟିସନ ଆଧାରରେ କେନ୍ଦ୍ର ସରକାର,ଓଡ଼ିଶା,ପଶ୍ଚିମବଙ୍ଗ,ଝାଡଖଣ୍ଡ,ତେଲେଙ୍ଗାନା ଏବଂ ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ନିର୍ବାଚନର ଅଢ଼େଇ ମାସ ଆଗରୁ କାଳିଆ
ଅପରପକ୍ଷରେ ଓଡ଼ିଶା ସରକାର ମତଦାନର ପ୍ରାୟ ଅଢ଼େଇ ମାସ ଆଗରୁ କାଳିଆ ଯୋଜନାରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏଁ ପଠାଇଥିଲେ।ଆରମ୍ଭରୁ‘କାଳିଆ’(KALIA-Krushak Assistance For Livelihood & Income Augmentation)ଯୋଜନାକୁ ନେଇ ବିବାଦ ଥିଲା।ଚାଷୀଙ୍କୁ ଆକୃଷ୍ଟ କରିବାକୁ ନିର୍ବାଚନ ଆଗରୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କରିଛନ୍ତି ବୋଲି ବିରୋଧି ଦଳ ଅଭିଯୋଗ କରିଥିଲେ।ଏପରିକି 2018-19 ବଜେଟରେ କାଳିଆ ଯୋଜନା ପାଇଁ ବ୍ୟୟ ବରାଦ ହୋଇନାହିଁ।ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ରହିଥିବା ଆକସ୍ମିକ ପାଣ୍ଠିର ଅର୍ଥ କାଳିଆ ଯୋଜନାରେ କାହିଁକି ବ୍ୟବହାର ହେଉଛି ବୋଲି ବିଜେପି-କଂଗ୍ରେସ ପ୍ରଶ୍ନ କରିଥିଲେ।ଯଦିଓ କାଳିଆ ଯୋଜନା ଘୋଷଣା ସମୟରେ ସରକାର କହିଥିଲେ ଅକ୍ଷୟ ତୃତୀୟା ଏବଂ ନୂଆଁଖାଇ ବେଳେ ଚାଷୀର ବ୍ୟାଙ୍କ ଖାତାକୁ ଟଙ୍କା ଯିବ ତେବେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପ୍ରିଲ୧୧,ଆଗରୁ ଅର୍ଥାତ ଗତ ଜାନୁଆରୀ୨୫ରୁ ପୁରୀରୁ କାଳିଆ ଯୋଜନାରେ ଟଙ୍କା ଦେଲେ ବିଜେଡି ସରକାର।ଏପରିକି ନିର୍ବାଚନ ଜିତିଲେ ତାଙ୍କ ସରକାର ଚାଷୀଙ୍କ ଆକାଉଣ୍ଟରେ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଜମା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ସେଥିପାଇଁ ଗତ ଫେବ୍ରୁଆରୀ ୭ରେ ଉପସ୍ଥାପିତ ହୋଇଥିବା କାମଚଳା ବଜେଟରେ କାଳିଆ ଯୋଜନା ପାଇଁ ୪ହଜାର ୪୬୧କୋଟି ଟଙ୍କା ଆବଣ୍ଟିତ କଲେ ଓଡ଼ିଶା ସରକାର।

Modi & Farmers

ନିର୍ବାଚନର ୪୭ ଦିନ ଆଗରୁ PM କିଷାନ
ସେହିଭଳି ଗତ ଫେବ୍ରୁଆରୀ ୨୩ରେ ନରେନ୍ଦ୍ର ମୋଦି,ୟୁପିର ଗୋରଖପୁରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କଲେ।PM କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ୨ହଜାର ଟଙ୍କା ଲେଖାଏଁ ଗଲା। ପରେ ଏପ୍ରିଲ ପହିଲାରୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ PMକିଷାନ ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କା ଯିବା ଆରମ୍ଭ ହେଲା।ଫଳରେ ଏପ୍ରିଲ’୧୧ରୁ ଆରମ୍ଭ ହୋଇ ମେ’୧୯ରେ ଶେଷ ହୋଇଥିବା ନିର୍ବାଚନ ସମୟର ମଧ୍ୟ ଚାଷୀ ଆକାଉଣ୍ଟକୁ ଟଙ୍କା ଗଲା।ଯାହା ନିର୍ବାଚନକୁ ପ୍ରଭାବିତ କଲା ବୋଲି ଆବେଦନକାରୀ ପି.ପି.ରାଓ ଅଭିଯୋଗ କରିଛନ୍ତି।ଅନ୍ୟପଟେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ତେଲଙ୍ଗାନା ଏବଂ ଆନ୍ଧ୍ର ସରକାର ମଧ୍ୟ ନିର୍ବାଚନର ଆଗରୁ ବିଭିନ୍ନ ଯୋଜନାରେ ଟଙ୍କା ଦେଇ,ମତଦାନକୁ ପ୍ରଭାବିତ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଲେଖା-ଦେବେନ୍ଦ୍ର ନାୟକ
ଏଥିସହ ପଢନ୍ତୁ –ବଳାତ୍କାରୀ ବକ୍ସର:୧୩ ବର୍ଷରେ ଯାଇଛନ୍ତି ୩୮ ଥର ଜେଲ

You Might Also Like

No Comments

Leave a Reply