Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ରାହୁଲଙ୍କ ଇସ୍ତଫା:୨୧ବର୍ଷ ପରେ ସୋନିଆଙ୍କ କଣ୍ଟ୍ରୋଲରୁ ଯିବ କଂଗ୍ରେସ!

By admin • July 3, 2019 • ନ୍ୟୁଜ୍, ପଲିଟିକ୍ସ

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା।ହାଇଭୋଲେଟଜ୍ ଇସ୍ତଫା ଡ୍ରାମାର ଅନ୍ତଃ ହୋଇଛି ରାହୁଲଙ୍କ ଟ୍ୱିଟରରେ। ଲୋକସଭା ନିର୍ବାଚନରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କରି,ରାହୁଲ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ସେ ରିଜାଇନ୍ କରୁଛନ୍ତି ବୋଲି ରାହୁଲ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି। ତେବେ ନିଜର ସାଙ୍ଗଠନିକ ଦୁର୍ବଳତାକୁ ମାନିବାକୁ ରାଜି ନୁହଁନ୍ତି ରାହୁଲ। ଲୋକସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଲଢ଼ି, ମାତ୍ର ୫୨ଟି ଆସନରେ ବିଜୟୀ ହୋଇଥିଲା। ଫଳରେ ବିରୋଧି ଦଳର ମାନ୍ୟତା ପାଇବାକୁ ବଞ୍ଚିତ ହୋଇଛି କଂଗ୍ରେସ।ଏପରିକି ଗାନ୍ଧି-ନେହରୁ ପରିବାରର ଗଡ଼ ଆମେଥିରୁ ରାହୁଲ ଗାନ୍ଧି ନିଜେ ପରାଜିତ ହୋଇଛନ୍ତି।ହେଲେ ପରାଜୟ ପାଇଁ ନିଜର ସାଂଗଠନିକ ବିଫଳତାକୁ ରାହୁଲ ଯେତିକି ଦାୟୀ କରୁନାହାଁନ୍ତି, ତା’ଠାରୁ ଅଧିକ ଦୋଷ ଲଦିଛନ୍ତି ଆରଏସଏସ ଏବଂ ସରକାରୀ କଳ ଉପରେ।

ରାଜ୍ୟରେ ବିଜୟ ପାଇଁ ସ୍ଥାନୀୟ ନେତାଙ୍କ କ୍ରେଡିଟ୍
୧୬ଡିସେମ୍ବର ୨୦୧୭ରେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ରାହୁଲ।ଏହାପରେ ଗୁଜରାଟ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା।ପଞ୍ଜାବ-ରାଜସ୍ଥାନ-ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିଥିଲା।ତେବେ ପୁଡୁଚେରୀକୁ ମିଶାଇ ୫ଟି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ଲାଗି ରାହୁଲଙ୍କ ଅପେକ୍ଷା ସ୍ଥାନୀୟ ନେତୃତ୍ୱର ଭୂମିକା ଅଧିକା ରହିଥିଲା।ସେଥିପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ-ଅମିରନ୍ଦର ସିଂ,କମଳନାଥ ଏବଂ ଅଶୋକ ଗେହଲଟ ରାହୁଲଙ୍କ କୋରଟିମର ନିର୍ଦ୍ଦେଶକୁ ମାନୁନଥିଲେ।ସେପଟେ ରାହୁଲଙ୍କ ଇସ୍ତଫା ଯୋଗୁ ଦୀର୍ଘ ୨୧ବର୍ଷ ପରେ ନେହରୁ ପରିବାର ବାହାରକୁ ଦଳର ଅଧ୍ୟକ୍ଷ ପଦ ଯାଇପାରେ।କାରଣ ୧୯୯୮ରୁ ୨୦୧୭ ଡିସେମ୍ବର ଯାଏଁ ସୋନିଆ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ରହିଥିଲେ।ଦୀର୍ଘ ୧୯ବର୍ଷ କଂଗ୍ରେସ ଅଧ୍ୟକ୍ଷ ପଦରେ ରହି ସୋନିଆ ଗାନ୍ଧି ରେକର୍ଡ କରିଥିଲେ।

ନେହରୁ ପରିବାରବାଦ
ଅପରପକ୍ଷରେ ସ୍ୱାଧିନତା ପରେ କଂଗ୍ରେସର ଅଧ୍ୟକ୍ଷ ପଦ ନେହରୁ ପରିବାର ନିକଟରେ ଅଧିକାଂଶ ସମୟ ରହିଛି।ତେବେ ନେହରୁଙ୍କ ବିରୋଧ ସତ୍ତ୍ୱେ,ପଟେଲଙ୍କ ସମର୍ଥନରେ ସ୍ୱାଧିନ ଭାରତର ପ୍ରଥମ କଂଗ୍ରେସ ସଭାପତି ହୋଇଥିଲେ ପୁରୁଷତ୍ତୋମ ଦାସ ଟଣ୍ଡନ।କିନ୍ତୁ ପଟେଲଙ୍କ ଦେହାନ୍ତ ପରେ ୧୯୫୧ରୁ ୫୯ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ପଦରେ ନେହରୁ ରହିଲେ।ପରେ ନେହରୁଙ୍କ ଝିଅ ଇନ୍ଦିରା ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ।କିନ୍ତୁ ୧୯୬୦ରୁ ୧୯୭୮ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ପଦ ନେହରୁ ପରିବାର ବାହାରେ ରହିଥିଲା।କିନ୍ତୁ ସେ ସମୟରେ ଅଧ୍ୟକ୍ଷ ହୋଇଥିବା ନୀଲମ ସଞ୍ଜୀବ ରେଡ୍ଡି,କେ.କାମରାଜ,ଏସ୍.ନିଜଲିଙ୍ଗାପ୍ପା,ଜଗଜ୍ଜୀବନ ରାମ,ଶଙ୍କର ଦୟାଲ ଶର୍ମା,ଦେବକାନ୍ତ ବରୁଆ ଏବଂ କେ.ବ୍ରହ୍ମାନନ୍ଦ ରେଡ୍ଡୀ ଥିଲେ ନେହରୁ-ଇନ୍ଦିରାଙ୍କର ପସନ୍ଦର ନେତା।

ସୋନିଆଙ୍କ ରେକର୍ଡ
ଯଦିଓ ୧୮ବର୍ଷ ନେହରୁ ପରିବାରର କୌଣସି ସଦସ୍ୟ କଂଗ୍ରେସ ଅଧ୍ୟକ୍ଷ ହୋଇନଥିଲେ,କିନ୍ତୁ ସେତେବେଳେ ନେହରୁ ଏବଂ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ପଦରେ ଥିଲେ।ତେବେ ୧୯୭୮ରୁ ଇନ୍ଦିରା ଏବଂ ତାଙ୍କ ମୃତ୍ୟୁ ପରେ ରାଜୀବ ଗାନ୍ଧି ୧୯୯୧ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିଲେ।ରାଜୀବଙ୍କ ହତ୍ୟା ପରେ ନରସିଂହ ରାଓ ୧୯୯୧ରୁ ୫ବର୍ଷ ଯାଏଁ କଂଗ୍ରେସ ଅଧ୍ୟକ୍ଷ ରହିଥିଲେ।ପରେ ସୀତାରମ କେଶରୀ ପ୍ରାୟ ୨ବର୍ଷ କଂଗ୍ରେସ ଅଧ୍ୟକ୍ଷ ରହିଥିଲେ।ତେବେ ରାଓ-କେଶରୀଙ୍କ ସମୟରେ ନେହରୁ ପରିବାରର ପ୍ରଭାବ କମିବାରୁ,୧୯୯୮ରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷ ହୋଇଥିଲେ।୨୦୧୭ ଡିସେମ୍ବର ଯାଏଁ ଦୀର୍ଘ ୧୯ବର୍ଷ କଂଗ୍ରେସ ଅଧ୍ୟକ୍ଷ ରହି ରେକର୍ଡ କରିଥିଲେ ସୋନିଆ।ପରେ ତାଙ୍କ ପୁଅ ରାହୁଲ,କଂଗ୍ରେସ ଅଧ୍ୟକ୍ଷ ହେଲେ।ଫଳରେ ଲଗାତର ପ୍ରାୟ ୨୧ବର୍ଷ ହେବ କଂଗ୍ରେସକୁ ନିୟନ୍ତ୍ରଣ କରୁଛନ୍ତି ସୋନିଆ

ରିମୋର୍ଟ ସଭାପତି!
ତେବେ ରାହୁଲ ଗାନ୍ଧି ଏଭଳି ସମୟରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ, ଯେତେବେଳେ କେନ୍ଦ୍ରରେ ବିଜେପି ସରକାର।ଏହାସହ କଂଗ୍ରେସର ସଂଗଠନ ଅତି ଦୁର୍ବଳ ଓ ରାହୁଲଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ।ସେପଟେ ଭଉଣୀ ପ୍ରିୟଙ୍କାଙ୍କ ନିର୍ବାଚନ ପ୍ରଚାରକୁ ଭାରତୀୟ ଭୋଟର ଗ୍ରହଣ କରିନାହାଁନ୍ତି।ଏହାସହ ସୋନିଆ ଗାନ୍ଧିଙ୍କ ବୟସ ବଢ଼ିବା ସହ ଅସୁସ୍ଥ ରହୁଛନ୍ତି।ତାହେଲେ ନେହରୁ ପରିବାର ବିନା କଣ କଂଗ୍ରେସ ଚାଲିବ?ନା ମନମୋହନ ସିଂଙ୍କ ସରକାରକୁ ନିୟନ୍ତ୍ରିତ କରୁଥିବା ନେହରୁ ପରିବାର,କଂଗ୍ରେସକୁ ମଧ୍ୟ ରିମୋଟରେ ଚଳାଇବ?
ଲେଖା-ଦେବେନ୍ଦ୍ର ନାୟକ

Bartaman OdishaCongress PresidentNehru FamilyRahul GandhiSonia Gandhi
Tweet
0
ପ୍ଲାନ୍ ସକସେସ୍:୨୦୧୫ବିଶ୍ୱକପ ରେକର୍ଡ ଦୋହରାଇଲେ ରୋହିତ
ଶ୍ରୀକ୍ଷେତ୍ରରେ କାହିଁକି କୂଳ ଲଙ୍ଘେ ନାହିଁ ସମୁଦ୍ର

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.