ବଳାତ୍କାରୀ ବକ୍ସର:୧୩ ବର୍ଷରେ ଯାଇଛନ୍ତି ୩୮ ଥର ଜେଲ

ସିରିଏଲ୍ କିଲର୍ କଥା ଶୁଣିଥିବେ।କିନ୍ତୁ ବଳାତ୍କାରୀ ବକ୍ସର କାହାଣୀ ଜାଣିଛନ୍ତି କି?ଇଏ ହେଉଛି ଏମିତ ଜଣେ ବକ୍ସରଙ୍କ ବାୟୋଗ୍ରାଫି, ଯିଏ୧୩ ବର୍ଷରେ ୩୮ଥର ଯାଇଥିଲେ ଜେଲ।୧୯୬୬ମସିହା ଜୁନ ୩୦।ଏହି ଦିନ ନ୍ୟୁୟର୍କରେ ଜନ୍ମ ନେଇଥିଲେ ଦୁନିଆର ସବୁଠୁ ଖରାପ ଲୋକ। ନାଁ ମାଇକ୍ ଟାଇସନ୍।ବକ୍ସିଂ ରିଂର ପୂର୍ବତନ ଓ୍ୱାର୍ଲଡ ହେଭିଓ୍ୱେଟ ଚାମ୍ପିଅନ୍। ଦୁଷ୍କର୍ମ ଅଭିଯୋଗରେ ଜେଲର ଚାରି କାନ୍ଥ ଭିତରେ ୩ବର୍ଷ କାଟିଥିଲେ ସେ।ବିବାଦୀୟ ଚେହେରା ଭିତରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ।ବକ୍ସିଂ ରିଂରେ ପ୍ରତିଦ୍ୱନ୍ଦ୍ୱୀଙ୍କ କାନକୁ କାମୁଡ଼ି ଦେବା ଅଭିଯୋଗ ବି ରହିଥିଲା ତାଙ୍କ ନାଁରେ।ଗୋଟିଏ ନୁହେଁ,ଅନେକ ବିବାଦର ନାୟକ ମାଇକ୍ ଟାଇସନ୍।କ୍ରାଇମ୍ ରେକର୍ଡର ଲମ୍ବା ଲିଷ୍ଟ ସହ ଯୋଡ଼ି ହୋଇଥିଲା ତାଙ୍କ ନାଁ।ଟାଇସନଙ୍କ ପ୍ରଥମ କ୍ରାଇମ ଥିଲା ତାଙ୍କ ପାଳିତ ପାରାକୁ ଯିଏ ମାରିଥିଲା,ତା ମୁହଁକୁ ମାରି ଭାଙ୍ଗି ଦେଇଥିଲେ।
ଆପୋଷ ବୁଝାମଣା ଥିଓରୀ ସେ ବୁଝନ୍ତି ନାହିଁ।ମୁହଁ ଓ ଦାନ୍ତ ଭାଙ୍ଗିବାରେ ଧୁରନ୍ଧର।ବୟସ ଯେତେବେଳେ ୧୬,ସେତେବେଳେ ଜୁନିଅର୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ।ଜୁନିୟର ଅଲିମ୍ପିକ୍ସ ବକ୍ସିଂରେ ଦ୍ରୁତ ୮ସେକେଣ୍ଡରେ ନକଆଉଟ୍ ରେକର୍ଡ ରହିଛି ତାଙ୍କ ନାଁରେ। ସେତେବେଳେ ନ୍ୟୁଜ ପେପର୍ ହେଡଲାଇନ୍ସ ହୋଇଥିଲା‘କିଡ୍ ଡାଇନାମାଇଟ୍‘।୧୮ ବର୍ଷରେ ପ୍ରଫେସନାଲ୍ ବକ୍ସିଂରେ ପାଦ ଥାପିଥିଲେ।ଏମିତି ଶକ୍ତିଶାଳୀ ପଞ୍ଚ ମାରୁଥିଲେ ଯେ ପ୍ରତିଦ୍ୱଦ୍ୱୀ,୩୦ସେକେଣ୍ଡ ବି ତାଙ୍କ ଆଗରେ ଠିଆ ହୋଇପାରୁ ନଥିଲେ।
୧୯୮୬ରେ ୨୦ବର୍ଷ ବୟସରେ ଯୁବ ଓ୍ଵାର୍ଲଡ ହେଭିଓ୍ଵେଟ୍ ଚାମ୍ପିଅନ୍ ହୋଇଥିଲେ ମାଇକ୍ ଟାଇସନ୍।ପ୍ରଫେସନାଲ୍ ଲାଇଫରେ ଯେମିତି ଫେମସ ହୋଇଥିଲେ,ପର୍ସନାଲ ଲାଇଫରେ ସେତିକି କଣ୍ଟ୍ରୋଭର୍ସିକୁ ଆସିଥିଲେ।ଜଣାଶୁଣା ଅଭିନେତ୍ରୀ ରବିନ୍ ଗିବେନ୍ସଙ୍କ ସହ ବର୍ଷେ ଭିତରେ ବିବାହ ବିଚ୍ଛେଦ ହୋଇଥିଲା।୧୯୯୨ରେ ଇଣ୍ଡିଆନାରେ ମିସ୍ ବ୍ଲାକ୍ ଆମେରିକା ତାଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ।ବିୟୁଟି କୁଇନଙ୍କୁ ରେପ୍ ଅଭିଯୋଗରେ ୬ବର୍ଷ ଜେଲ ଦଣ୍ଡ ମିଳିଥିଲା।୩ ବର୍ଷରେ ମୁକୁଳିଥିଲେ ମାଇକ୍ ଟାଇସନ୍।ସେତେବେଳେ ଇସଲାମ୍ କବୁଲ୍ କରିଥିଲେ।ଏହାପରେ ୧୯୯୫ରେ ପୁଣି ଓ୍ଵାର୍ଲଡ ହେଭିଓ୍ଵେଟ୍ ଚାମ୍ପିଅନ୍ ହୋଇଥିଲେ ମାଇକ୍ ଟାଇସନ୍।୨୦୦୫ରେ ବକ୍ସିଂକୁ ବାଏ ବାଏ କହିଥିଲେ।ଜୀବନର ନୂଆ ଅଧ୍ୟାୟ ଲେଖିଥିଲେ।ଏବେ ପରିବାର ସହ ଖୁସିର ସଂସାର ବିତାଉଛନ୍ତି ଟାଇସନ୍।
ଲିଭିଂ ଲିଜେଣ୍ଡ ମାଇକ୍ ଟାଇସନ୍।ଭଲ ଓ ଖରାପ୍ ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଠିକ୍ ସେମିତି ମାଇକ୍ ଟାଇସନଙ୍କ ଜୀବନ।ପରିସ୍ଥିତିରେ ପଡ଼ି ବଦନାମ ହୋଇଥିଲେ। ଅପରାଧୀର କଳଙ୍କ ମୁଣ୍ଡାଇଥିଲେ।ଏକଥା ବି ସତ ମହାନ ବ୍ୟକ୍ତିତ୍ୱର ଅଧିକାରୀ ମାଇକ୍। ଜୀବନକୁ ଅତି ପାଖରୁ ଦେଖିଛନ୍ତି ଓ ପରଖିଛନ୍ତି।ତାଙ୍କ ଜୀବନର ଘଟଣାବଳୀ ଗୋଟିଏ ବାର୍ତ୍ତା ଦେଉଛି।କୌଣସି ମୁହୂର୍ତ୍ତରେ ବି ନୂଆ ଆରମ୍ଭ କରିହେବ।
Connect With Us