ଆଜି ହେଉଛି ଭାରତର ସମ୍ବିଧାନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ।୧୮୯୧ ଏପ୍ରିଲ୧୪ ରେ ମଧ୍ୟପ୍ରଦେଶର ମହୁ ଠାରେ ସେ ଜନ୍ମଗ୍ରହଣ କରିଥିଲେ। ରାମଜୀ ମାଲୋଜୀ ସକପାଲ ଏବଂ ଭୀମାବାଇଙ୍କ ସୁଯୋଗ୍ୟ ସନ୍ତାନ ଥିଲେ ଭୀମରାଓ ଆମ୍ବେଦକର। ଆଧୁନିକ ଭାରତର ନିର୍ମାଣରେ ତାଙ୍କ ଭୂମିକା ଅତୁଳନୀୟ ଓ ସ୍ମରଣୀୟ। ତାଙ୍କ ଜନ୍ମଦିବସକୁ ଭୀମ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ।
ସ୍କୁଲ୍ ଭିତରକୁ ପ୍ରବେଶ କରାଉ ନ ଥିଲେ ଶିକ୍ଷକ,ବାରଣ୍ଡାରେ ପାଠପଢ଼ି ଲେଖିଥିଲେ ସମ୍ବିଧାନ
ସେ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଜାତିପ୍ରଥାର ଶିକାର ହୋଇଥିଲେ ।ସମାଜର ଉଚ୍ଚ ଜାତିର ଲୋକେ ନିମ୍ନ ଜାତିର ଲୋକଙ୍କୁ ଛୁଇଁବାକୁ ଘୃଣା କରୁଥିଲେ। ଏଭଳି ଭାବରେ ସମାଜରେ ଭେଦଭାବ ସୃଷ୍ଠି କରାଯାଉଥିଲା। ଏହାକୁ ଭୀମରାଓ ଅପମାନ ମନେ କରୁଥିଲେ। ଏପରିକି ତାଙ୍କୁ ବିଦ୍ୟାଳୟରେ ଶିକ୍ଷକ ପ୍ରବେଶ ମଧ୍ୟ କରାଉନଥିଲେ। ସ୍କୁଲ୍ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଆମ୍ବେଦକର ପରବର୍ତ୍ତୀ ମୁହୁର୍ତ୍ତରେ ବିଶାଳ ନ୍ୟାୟଗ୍ରନ୍ଥ ସମ୍ବିଧାନ କ୍ଷେତ୍ରରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।
କଲମ୍ବିଆରେ ୱେଟିଂ ଫର୍ ଭିସା
ଆମ୍ବେଦକର ସେ ସମୟରେ ୱେଟିଂ ଫର୍ ଭିସା ନାମରେ ଏକ ଆତ୍ମଜୀବନି ଲେଖିଥିଲେ।୨୦ ପୃଷ୍ଠାର ଏହି ଅଧ୍ୟାୟ ଏତେ ବାସ୍ତବତାପୁର୍ଣ୍ଣ ଓ ଚମତ୍କାର ଥିଲା ଯେ କଲମ୍ବିଆ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ଏହାକୁ ସ୍ଥାନୀତ କରାଯାଇଛି। ଦୀର୍ଘଦିନ ହେବ ଏହା ଅପରିବର୍ତ୍ତୀତ ରହିଛି। ଏହି ଲଖାରୁ ତାଙ୍କର ଭିନ୍ନ ଚିନ୍ତାଧାରା,ସମାଜୋନ୍ମୁଖୀ କାର୍ଯ୍ୟଧାରାଓ ସମାନତାର ସୁଚନା ମିଳେ।
ସାମାଜିକ ସମାନତା ଏବଂ ସାମାଜିକ ନ୍ୟାୟରେ ପରିବର୍ତ୍ତନ ଆଣିବାରେ ଆମ୍ବେଦକରଙ୍କ ପ୍ରମୁଖ ଭୁମିକା ରହିଛି। ଏକାତ୍ମ ସମାଜ ନିର୍ମାଣ, ସାମାଜିକ ସମସ୍ୟା, ଅସ୍ପୃଶ୍ୟତା ଭଳି ସାମାଜିକ ଘଟଣା ଉପରେ ତାଙ୍କର ମନ ସମ୍ବେଦନଶୀଳ ଏବଂ ବ୍ୟାପକ ଥିଲା । ସେ ନିଜର ସଂପୂର୍ଣ୍ଣ ଜୀବନ ଉଚ୍ଚ-ନୀଚ, ଭେଦଭାବ, ଛୁଆଁଅଛୁଆଁ ଭଳି କାମ ପାଇଁ ନିଜ ଜୀବାନକୁ ସମର୍ପିତ କରିଥିଲେ। ଆମ୍ବେଦକର ଜୟନ୍ତୀରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଦଳର ନେତାମାନେ ସଂସଦ, ନୂଆଦିଲ୍ଲୀରେ ତାଙ୍କ ପ୍ରତିମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି।