ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ସୁପ୍ରିମଲିଡରକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି।ସେ ମୃତ କି ଜୀବିତ ଏନେଇ କୌଣଷି ସ୍ପଷ୍ଟୀକରଣ ମିଳିପାରିନାହିଁ।ତାଲିବାନ କ୍ଷମତା ଦଖଲ କରିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସର୍ବସମ୍ମୁଖକୁ ଆସିନାହିଁ।ଭୟର ବାତାବରଣ ସୃଷ୍ଟିକରି ଅନ୍ତର୍ଦ୍ଧାନ ହେଲା ଭଳି ସନ୍ଦେହଜନକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।ତାଲୀବାନ୍ ସଂଗଠନର ଧର୍ମ ପ୍ରଚାରକ ଅଖୁଣ୍ଡଜାଦା ବଞ୍ଚିଥିବା ତାଲିବାନ ବାରମ୍ବାର କହୁଥିଲେ ସୁଦ୍ଧା ସେ ସର୍ବସମ୍ମୁଖରୁ ଦୂରେଇ ରହିଥିବାରୁ, ତାର ଅବସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ଏପରିକି ତାଲିବାନର ଗତିବିଧି ଉପରେ ନଜର ରଖୁଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଅଖୁଣ୍ଡଜାଦା ସମ୍ପର୍କରେ କୌଣସି ସୂଚନା ପାଉନାହାନ୍ତି।
ଅଖୁଣ୍ଡଜାଦା
କିଏ ଚଳାଉଛି ତାଲିବାନ୍?
ଅଖୁଣ୍ଡଜାଦା ଏବେ ମୃତ ନା ଜୀବିତ?ଏ ରହସ୍ୟ ଉପରୁ ପରଦା ହଟିନଥିଲା ବେଳେ ତାଲିବାନକୁ କିଏ ଚଳଉଛି ଏହା ଏକ ବଡ ରହସ୍ୟ ସାଜିଛି।ପୂର୍ବରୁ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କୁ ନେଇ ମଧ୍ୟ ଏମିତି ସସପେନ୍ସ ସୃଷ୍ଟି ହୋଇଥିଲା।ସେ ୨୦୧୩ରେ ପ୍ରାଣ ହରାଇ ସାରିଥିଲେ ମଧ୍ୟ ତାଲିବାନ ପକ୍ଷରୁ ଏହାକୁ ୨୦୧୫ ଯାଏ ଲୁଚାଇ ରଖାଯାଇଥିଲା। ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବାର ୨ ମାସ ପରେ କାନ୍ଧାହାରାରେ ଥିବା ଗୋଟିଏ ମାଦ୍ରାସାରେ ସମସ୍ତଙ୍କୁ ସମ୍ବୋଧନ କରୁଥିବା କଥା ପ୍ରଚାର ହୋଇଥିଲା ।ଏହାକୁ ପ୍ରମାଣ କରିବାକୁ ତାଲିବାନ ପକ୍ଷରୁ ଗୋଟିଏ ୧୦ ମିନିଟ୍ର ଅଡିଓ ରିଲିଜ୍ ମଧ୍ୟ କରାଯାଇଥିଲା। ଅଡିଓରେ ଅଖୁଣ୍ଡଜାଦାର ସ୍ୱର ରହିଥିବା ତାଲିବାନ ଦାବି କରିଥିଲା। କିନ୍ତୁ ତା’ର ଭିଡିଓ କିମ୍ବା ଫଟୋ ସାମ୍ନାକୁ ଆସି ନଥିବାରୁ, ଅଡିଓର ସତ୍ୟାସତ୍ୟକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ।ତେଣୁ ଅଖୁଣ୍ଡଜାଦା ସମ୍ପର୍କରେ ମଧ୍ୟ ତାଲିବାନ ସଠିକ ତଥ୍ୟ ଦେଉ ନଥିବା କୁହାଯାଉଛି।ସେ ସର୍ବସାଧାରଣରୁ ଦୂରେଇ ରହିଥିବାରୁ ଏବେ କିଏ ତାଲିବାନକୁ ଚଳାଉଛି, ତାହା ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
No Comments