Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମଲ୍ଲିକାର୍ଜୁନଙ୍କୁ ମୋଦି ରଖିଛନ୍ତି;ନରସିଂହଙ୍କୁ ବିରୋଧି ଦଳ ନେତା ପଦରେ ରଖିବେ କି ନବୀନ?

By admin • January 22, 2019 • ନ୍ୟୁଜ୍, ପଲିଟିକ୍ସ
Narasingha & Kharge

ଭୁବନେଶ୍ୱର:ବିଧାୟକ ପଦରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ ଏମଏଲଏ ଯୋଗେଶ ସିଂ। ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଯୋଗେଶ। ଗତ ୧୮ତାରିଖରେ ଯୋଗେଶ ସିଂଙ୍କୁ ଦଳରୁ ନିଲମ୍ବିତ କରିଥିଲା କଂଗ୍ରେସ।ଯୋଗେଶ ବିଜେଡିରେ ମିଶୁଥିବାର ଆଭାସ ପାଇ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ତେବେ ଜାତିଗତ ପ୍ରମାଣପତ୍ରରେ ଫସିଥିବା ଯୋଗେଶ ସିଂଙ୍କ ସଭ୍ୟ ପଦକୁ ଗତ ବର୍ଷ ହାଇକୋର୍ଟ ଅଯୋଗ୍ୟ ଘୋଷଣା କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ ସୁନ୍ଦରଗଡ଼କୁ ପ୍ରତିନିଧିତ୍ୱ କରୁଥିବା ଯୋଗେଶ, ନିଜ ବିଧାୟକ ପଦ ବଜାୟ ରଖି ପାରିଥିଲେ।

ଯୋଗେଶ ସିଂ

ପଶ୍ଚିମରେ କଂଗ୍ରେସର ସ୍ଥିତି ଦୋହଲିଲା
ଅନ୍ୟପଟେ ଯୋଗେଶଙ୍କ ଇସ୍ତଫା ପରେ ପଶ୍ଚିମ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହେବ। କାରଣ ଗତ ୧୬ତାରିଖରେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ,କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଫଳରେ ଅବିଭକ୍ତ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସର ସ୍ଥିତି ନିଶ୍ଚିତ ଦୁର୍ବଳ ହେବ। କାରଣ ଉଭୟ ନବ ଦାସ ଓ ଯୋଗେଶ ସିଂ ଗତ ୨ଟି ନିର୍ବାଚନରେ ଲଗାତର ଭାବେ ବିଜୟୀ ହେଉଥିଲେ। ସେପଟେ କଂଗ୍ରେସରୁ ବହିଷ୍କୃତ ନେତା କୃଷ୍ଣଚନ୍ଦ୍ର ଶଗରିଆ ଗତ ଅକ୍ଟୋବରରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ପରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା।
୧ ଇନ୍ ୩ ଆଉଟ୍
ତେବେ ଶଗରିଆଙ୍କ ଇସ୍ତଫାର କ୍ଷତି ଭରଣା କରିଥିଲେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ। ସମତାକ୍ରାନ୍ତି ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ଜର୍ଜ ତିର୍କୀ ସାମିଲ ହେବା ପରେ ନରସିଂହ ମିଶ୍ରଙ୍କ ବିରୋଧୀ ଦଳ ନେତା ପଦ ବଜାୟ ରହିଥିଲା। କିନ୍ତୁ ବିଧାୟକ ପଦରୁ ଯୋଗେଶ ସିଂଙ୍କ ଇସ୍ତଫା ପରେ ବିରୋଧୀ ଦଳ ନେତା ପଦ ହରାଇ ପାରନ୍ତି ନରସିଂହ ମିଶ୍ର। ନିୟମ ଅନୁସାରେ ବିରୋଧି ଦଳର ମାନ୍ୟତା ପାଇବାକୁ ଏକ ଦଶମାଂଶ ବିଧାୟକ କଂଗ୍ରେସର ହେବା ଦରକାର। ଅର୍ଥାତ ୧୪୭ଜଣଙ୍କ ବିଧାୟକଙ୍କ ମଧ୍ୟରୁ ବିରୋଧି ଦଳ ନେତା ମାନ୍ୟତା ପାଇବାକୁ ଅତି କମରେ ୧୪ଦଶମିକ୭ ଅର୍ଥାତ ୧୫ଜଣ ବିଧାୟକ କଂଗ୍ରେସର ହେବା ଜରୁରୀ। ନବ ଦାସ ଓ ଜର୍ଜ ତିର୍କୀଙ୍କୁ ମିଶାଇ କଂଗ୍ରେସରେ ଏବେ ରହିଲେ ୧୪ଜଣ ବିଧାୟକ । ଯଦିଓ ୨୦୧୪ ନିର୍ବାଚନରେ କଂଗ୍ରେସର ୧୬ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ ତେବେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ସେହି ସଂଖ୍ୟା ୧୫କୁ ଖସି ଆସିଥିଲା। ଆଉ ଏବେ ଶଗରିଆ ଓ ଯୋଗେଶ ସିଂ ବିଧାୟକ ପଦ ଛାଡି ଦେଇଛନ୍ତି।
ବିଜୁଙ୍କ ଫର୍ମୁଲା ରିପିଟ୍ କରିବେ ନବୀନ!
ଅନ୍ୟପକ୍ଷରେ ଲୋକସଭାରେ କଂଗ୍ରେସର ଆବଶ୍ୟକ ସଭ୍ୟ ନଥିଲେ ମଧ୍ୟ ମଲ୍ଲିକାର୍ଜୁନ ଖଡଗେ ବିରୋଧି ଦଳ ନେତାର ମର୍ଯ୍ୟାଦା ପାଉଛନ୍ତି। ନିୟମାନୁସାରେ ଲୋକସଭାର ୫୪୩ ସାଂସଦଙ୍କ ମଧ୍ୟରୁ ବିରୋଧି ଦଳ ନେତା ମାନ୍ୟତା ପାଇବାକୁ ଅତି କମରେ ୫୪ଦଶମିକ ୩ ସାଂସଦ କଂଗ୍ରେସର ହେବା ଦରକାର। କିନ୍ତୁ ଲୋକସଭାରେ କଂଗ୍ରେସର ସାଂସଦଙ୍କ ସଂଖ୍ୟା ୪୮। ତଥାପି ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧି ଦଳ ନେତାର ସୁବିଧା ସୁଯୋଗ ଉପଲ୍ବଧ କରାଉଛନ୍ତି ନରେନ୍ଦ୍ର ମୋଦି ସରକାର। ପ୍ରଧାନମନ୍ତ୍ରୀଙ୍କ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମାନ ଫର୍ମୂଲା ଆପଣେଇ ପାରନ୍ତି। ବାପା ବିଜୁ ପଟ୍ଟନାୟକଙ୍କ ପରି ନବୀନ ମଧ୍ୟ ସଂଖ୍ୟା ନଥାଇ ନରସିଂହ ମିଶ୍ରଙ୍କୁ ବିରୋଧି ଦଳ ନେତା ପଦରେ ରଖିପାରନ୍ତି। କାରଣ ୧୯୯୦ନିର୍ବାଚନରେ କଂଗ୍ରେସର ୧୦ଜଣ ବିଧାୟକ ଜିତିଥିଲେ ମଧ୍ୟ ରାମଚନ୍ଦ୍ର ଉଲ୍ଲକାଙ୍କୁ ବିରୋଧି ଦଳ ନେତାର ସୁବିଧା ସୁଯୋଗ ଦେଇଥିଲା ବିଜୁ ପଟ୍ଟନାୟକଙ୍କ ସରକାର। ଏବେ ନବୀନ ମଧ୍ୟ ବିଜୁ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରିବେ ବୋଲି ଚର୍ଚ୍ଚା ହେଉଛି।
ପଢ଼ନ୍ତୁ
ବିରୋଧି ଦଳ ନେତାମାନେ ବିଧାନସଭା ଆସି ପାରୁନାହାଁନ୍ତି; ନରସିଂହଙ୍କ କଣ ହେବ?

Congress MLA ResignJogesh SinghNarsingh MishraOdisha Opposition LeadersSundergargh
Tweet
0
ନବୀନଙ୍କ ଇତିହାସକୁ ଭୂଗୋଳ କରିଦେଲେ ମୋଦି
ହାଟ୍ରିକ୍‌ ମ୍ୟାନ୍ କୋହଲି, ପୋଛି ନେଲେ ଆଇସିସି ଆଓ୍ଵାର୍ଡ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.