ଆଇସିସି ଆଓ୍ଵାର୍ଡ କ୍ଲିନ୍ ସୁଇପ୍ କରିଛନ୍ତି କ୍ୟାପଟେନ୍ ବିରାଟ କୋହଲି। ୨୦୧୮ର ଆଇସିସି ଶ୍ରେଷ୍ଠ କ୍ରିକେଟର, ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ କ୍ରିକେଟର ଅଫ୍ ଦି ପ୍ଲେୟାର ଭାବେ ପୁରସ୍କୃତ ହେବେ। ବିରାଟ କୋହଲି ସାର୍ ଗାର୍ଫିଲ୍ଡ ସୋବର୍ସ ଟ୍ରଫି, କ୍ରିକେଟର ଅଫ ଦି ଇୟର ପାଇଁ ମନୋନୀତ ହୋଇଛନ୍ତି। ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇୟର ଓ ଟେଷ୍ଟ କ୍ରିକେଟ ପ୍ଲେୟାର ଅଫ୍ ଦି ଇୟର ବି ମନୋନୀତ ହୋଇଛନ୍ତି। ଆଇସିସି ଆଓ୍ଵାର୍ଡରେ ବିଶ୍ୱର ସମସ୍ତ କ୍ରେକେଟରଙ୍କ ପଛରେ ପକାଇ ବାଜି ମାରିଛନ୍ତି କୋହଲି। ପ୍ରମାଣ କରିଛନ୍ତି, ସେ ବିଶ୍ୱ କ୍ରିକେଟର ରେକର୍ଡ ମ୍ୟାନ୍।
ବିରାଟଙ୍କ ଲକି ଇୟର ୨୦୧୮
୨୦୧୮ ବିରାଟ କୋହଲିଙ୍କ ପାଇଁ ଭାଗ୍ୟଶାଳୀ ବର୍ଷ ଥିଲା। କ୍ରିକେଟର ତିନିଟିଯାକ ଫର୍ମାଟରେ ତାଙ୍କ ବ୍ୟାଟିଂର ଯାଦୁ ଦେଖିବାକୁ ମିଳିଥିଲା। ୨୦୧୮ରେ ୧୩ଟି ଟେଷ୍ଟ ଖେଳି ୫୫ ଦଶମିକ ୦୮ ଆଭରେଜରେ ବିରାଟ ହାସଲ କରିଥିଲେ ୧ ହଜାର ୩୨୨ରନ। ଏହା ଭିତରେ ରହିଛି ୫ଟି ଶତକ। ସେହିଭଳି ଦିନିକିଆରେ ବି ଦେଖିବାକୁ ମିଳିଥିଲା ବିରାଟ କରିସ୍ମା। ୧୨ଟି ଓ୍ଵାନ୍ ଡେ ଖେଳିଥିଲେ। ୬ଟି ଶତକ ବଳରେ ହାସଲ କରିଥିଲେ୧ ହଜାର ୨୦୨ ରନ। ସେହିପରି ଦ୍ରୁତତମ ୧୦ ହଜାର ରନ୍ କରିବାରେ ରେକର୍ଡ ବି କରିଛନ୍ତି ବିରାଟ କୋହଲି । କ୍ରିକେଟର ଗୋଟିଏ ପରେ ଗୋଟିଏ ମାଇଲଷ୍ଟୋନ୍ ଅତିକ୍ରମ କରି ଚାଲିଛନ୍ତି କ୍ରିକେଟର ରନ୍ ମେସିନ୍ ବିରାଟ।
ହାଟ୍ରିକ୍ ମ୍ୟାନ୍ ବିରାଟ
ବିରାଟ କୋହଲି ହୋଇଛନ୍ତି ବିଶ୍ୱର ପ୍ରଥମ ଖେଳାଳି ଯିଏ ଏକାସଙ୍ଗେ ଶ୍ରେଷ୍ଠ କ୍ରିକେଟର, ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଖେଳାଳି ଭାବେ ପୁରସ୍କୃତ ହେବେ। ତାଙ୍କ ସଫଳାତାର ଯାତ୍ରା ଢ଼େର ଲମ୍ବା। ଆଇସିସିର ଦିନିକିଆ ଓ ଟେଷ୍ଟ ଟିମ୍ ଅଫ ଦି ଇୟର କ୍ୟାପଟେନ ହୋଇଛନ୍ତି ବିରାଟ କୋହଲି। ଗତବର୍ଷ କ୍ରିକେଟର ତିନିଟି ଫର୍ମାଟରେ ସେ ଖେଳିଥିଲେ ୪୭ଟି ମ୍ୟାଚ୍ । ନିଜ ବ୍ୟାଚରୁ ବାହାର କରିଛନ୍ତି ୨୦୦୦ରୁ ଅଧିକ ରନ୍। ଏହା ଭିତରେ ରହିଛି ୧୧ଟି ଶତକ ଓ ୯ଟି ଅର୍ଦ୍ଧଶତକ। ସାର୍ ଗାର୍ ଫିଲ୍ଡ ସୋବର୍ସ ଟ୍ରଫି ରେସରେ କୋହଲିଙ୍କ ସହ ଥିଲେ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର କାସିଗୋ ରାବଡା। ସେହିପରି ଆଇସିସି ପ୍ଲେୟାର ଅଫ୍ ଦି ଇୟର ରେସରେ କୋହଲିଙ୍କ ସହ ଥିଲେ ଆଫଗାସ୍ତାନ କ୍ରିକେଟର ରସିଦ ଖାନ୍। କୋହଲି କହିଛନ୍ତି, ବର୍ଷସାରା କରିଥିବା ପରିଶ୍ରମର ଫଳ ମିଳିଛି। ଜଣେ କ୍ରିକେଟର ଭାବରେ ଆଇସିସି ପୁରସ୍କାର ପାଇଁ ମନୋନୀତ ହେବା ଉତ୍ସାହିତ କରିଥାଏ। ବର୍ଷ ୨୦୧୭ ପାଇଁ ମଧ୍ୟ ବିରାଟ କୋହଲିଙ୍କୁ ପ୍ରଦାନ କରାଯାଇଥିଲା ସାର୍ ଗାର ଫିଲ୍ଡ ସୋବର୍ସ ଟ୍ରଫି। ଗତବର୍ଷ ମଧ୍ୟ କୋହଲି ହୋଇଥିଲେ ଆଇସିସି ଓ୍ଵାନ୍ ଡେ ପ୍ଲେୟାର । ତାପୂର୍ବରୁ ୨୦୧୨ରେ ସର୍ବଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଆଇସିସି ଦ୍ୱାରା ପୁରସ୍କୃତ ହୋଇଥିଲେ ବିରାଟ କୋହଲି ।
ପନ୍ଥଙ୍କୁ ଟେଷ୍ଟ ଟିମ୍ରେ ସ୍ଥାନ
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନ୍ ରୁଷଭ ପନ୍ଥ ହୋଇଛନ୍ତି ଆଇସିସି ଏମର୍ଜିଂ ପ୍ଲେୟାର। ଆଇସିସି ଟେଷ୍ଟ ଦଳରେ ଦିଗଜ ଖେଳାଳିଙ୍କ ଭିତରେ ସ୍ଥାନ ପାଇଛନ୍ତି ୨୧ ବର୍ଷୀୟ ରୁଷଭ। ଏପର୍ୟ୍ୟନ୍ତ ଭାରତ ପାଇଁ ମାତ୍ର ୯ଟି ଟେଷ୍ଟ ଖେଳିଛନ୍ତି ରୁଷଭ ପନ୍ଥ। କିନ୍ତୁ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି।

ଆଇସିସି ଦିନିକିଆ ଦଳରେ ରୋହିତ ଶର୍ମା ଓ କୁଲଦୀପ ଯାଦବ ସ୍ଥାନ ପାଇଛନ୍ତି। ଯଶପ୍ରୀତ ବୁମ୍ରା ଆଇସିସିର ଉଭୟ ଓ୍ଵାନ୍ ଡେ ଓ ଟେଷ୍ଟ ଟିମ୍ ସ୍କ୍ଵାଡରେ ସାମିଲ ହୋଇଛନ୍ତି । ଏହାସହ ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ଭାରତ ଚାମ୍ପିଅନ ହେବା ୨୦୧୮ର ଫ୍ୟାନ୍ ମୁମେଣ୍ଟ ଅଫ ଦି ଇୟର ଭାବେ ବିବେଚିତ ହୋଇଛି। ଏବେ ନ୍ୟୁଜିଲାଣ୍ଡ ସିରିଜି ଓ ଆଗକୁ ବିଶ୍ୱକପ୍ କ୍ରିକେଟ । ତାପୂର୍ବରୁ ଆଇସିସି ଆଓ୍ୱାର୍ଡ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ଉତ୍ସାହିତ କରିବ ନିହାତି।
ପଢ଼ନ୍ତୁ: ମଲ୍ଲିକାର୍ଜୁନଙ୍କୁ ମୋଦି ରଖିଛନ୍ତି;ନରସିଂହଙ୍କୁ ବିରୋଧି ଦଳ ନେତା ପଦରେ ରଖିବେ କି ନବୀନ?