Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ନବୀନଙ୍କ ଇତିହାସକୁ ଭୂଗୋଳ କରିଦେଲେ ମୋଦି

By admin • January 15, 2019 • ନ୍ୟୁଜ୍, ପଲିଟିକ୍ସ
Bichhupali-Train

ବଲାଙ୍ଗିର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାକୁ ତୋଫାନୀ ଗସ୍ତ ହେଉଛି। କିନ୍ତୁ ନିର୍ବାଚନର ତାରିଖ ଯେତିକି ପାଖାଉଛି,ବିଜେଡି ସରକାର ବିରୋଧରେ ମୋଦିଙ୍କ ଆଟାକ୍ ସେତିକି କମୁଛି । ୨୦୧୮ ସେପ୍ଟମ୍ବରରେ ନବୀନ ପଟ୍ଟନାୟକଙ୍କ ସରକାରକୁ PC ସରକାର କହୁଥିବା ମୋଦିଙ୍କ ଟାର୍ଗେଟ ରେଞ୍ଜରେ ଏବେ ବିଜେଡି ଥିଲା ପରି ଲାଗୁ ନାହିଁ। ଆଜି(ମଙ୍ଗଳବାର) ବଲାଙ୍ଗିର ସମାବେଶରେ ଓଡ଼ିଶା ସରକାରଙ୍କୁ ହାଲୁକା ସମାଲୋଚନା କରି ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ଲଲିପପ୍ ଧରାଇ ଦେଇଛନ୍ତି ମୋଦି। ଓଡ଼ିଶା ସରକାର ଶୋଇଛନ୍ତି। ଖଣି ଅଞ୍ଚଳର ବିକାଶ ଲାଗି ଡିଷ୍ଟ୍ରିକ୍ଟ ମିନରାଲ ଫଣ୍ଡ(ଡିଏମଏଫ୍)ରେ ୪ହଜାର କୋଟି ଟଙ୍କା ପଡ଼ି ରହିଛି। ନିର୍ବାଚନକୁ ଅପେକ୍ଷା ନକରି ଲୋକଙ୍କ କଥା ବୁଝ ବୋଲି ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ରେଳବାଇର ବିକାଶ ଲାଗି ଗତ ୪ବର୍ଷରେ ଓଡ଼ିଶାକୁ ୨୦ହଜାର କୋଟି ଟଙ୍କା ଦିଆଯାଇଛି। ଯାହାକି ପୂର୍ବ ସରକାର ତୁଳନାରେ ୫ ଗୁଣା ଅଧିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ରେଳବାଇର ଭୌଗଳିକ ମାନଚିତ୍ରରେ ବିଛୁପାଲି
ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ସହ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ। ଖୋର୍ଦ୍ଧା ପଟରୁ ନୟାଗଡ଼ ପର୍ଯ୍ୟନ୍ତ ଟ୍ରେନ୍ ଗଡ଼ିଥିବା ବେଳେ ଏବେ ବଲାଙ୍ଗିର ପଟରୁ ଶୁଭାରମ୍ଭ ହୋଇଛି ଟ୍ରେନ୍ ଚଳାଚଳ। ବଲାଙ୍ଗିରରୁ ବିଛୁପାଲିକୁ ଗଡ଼ିଲା ଟ୍ରେନ। ୧୯୯୪ ମସିହାରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ବାସ୍ତବ ରୂପ ଆଜି ଦେଖିଲେ ବଲାଙ୍ଗିରବାସୀ। ୨୦୧୫ ମସିହା ଜୁନ୍ ୧୬ରେ ୨୮୯ କିଲୋମିଟର ବଲାଙ୍ଗିର ରେଳପଥର ଶୁଭାରମ୍ଭ ହୋଇଥିଲା। ଖୋର୍ଦ୍ଧାରୁ ବେଗୁନିଆ ପର୍ଯ୍ୟନ୍ତ ୩୨ କିଲୋମିଟର ରେଳପଥର ଶୁଭାରମ୍ଭ କରିଥିଲେ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏବେ ନୟାଗଡ଼ ଯାଏଁ ଟ୍ରେନ ଚଳାଚଳ କରୁଛି।

ଅନ୍ୟପଟେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ପାଇଁ ୨୦ଜୁଲାଇ, ୨୦୧୫ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ୧୭୭ କିଲୋମିଟର ରେଳପଥ ପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ଚୁକ୍ତି ହୋଇଥିଲା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଧା ଅଧା ଖର୍ଚ୍ଚ ବହନ କରିବେ। ଏଥିପାଇଁ ଆବଶ୍ୟକ ଜମି ଯୋଗାଇ ଦେବେ ରାଜ୍ୟ ସରକାର। ଅଧିଗ୍ରହଣ ପ୍ରକ୍ରିୟା ଅଢ଼େଇ ବର୍ଷ ଭିତରେ ଶେଷ ହେବ ବୋଲି ସ୍ଥିର ହୋଇଥିଲା। ଚୁକ୍ତି ଅନୁସାରେ କଣ୍ଟ ପୂରିଥିଲେ ବି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ହୋଇ ପାରିଲା ନାହିଁ। ଯଦିଓ ଏହା ଭିତରେ ନୟାଗଡ଼ ଯାଏଁ ଟ୍ରେନ୍ ଚଳାଚଳ କଲାଣି, କିନ୍ତୁ ମହିପୁରଠାରୁ ବୌଦ୍ଧ ଜିଲ୍ଲା ମଧ୍ୟରେ ଥିବା ପ୍ରସ୍ତାବିତ ରେଳପଥ ପାଇଁ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣକୁ ନେଇ ବିବାଦ ରହିଛି। ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦୁଥିବା ବେଳେ, ରେଳବାଇ କହୁଛି ଓଡ଼ିଶା ସରକାର ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେଉନାହାନ୍ତି। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସ୍ପେଶାଲ୍ ପରପୋଜ୍ ଭେହିକିଲ୍ (ଏସପିଭି) ସ୍ୱାକ୍ଷରିତ ହେବା ଦିନ ସ୍ଥିର ହୋଇଥିଲା ଯେ, ୨୦୨୧ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।  ତଥାପି ଅନେକଙ୍କ ମନରେ ସନ୍ଦେହ ରହୁଥିଲା।Modiନବୀନଙ୍କ ଇତିହାସ, ମୋଦିଙ୍କ ଭୂଗୋଳ
ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିଲା, ନୟାଗଡ଼ ଜିଲ୍ଲାର ମହିପୁର ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଥିବା ୧୭୭ କିଲୋମିଟର ରେଳ ପ୍ରକଳ୍ପ କେବେ ହେବ? ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ରେଳ ପ୍ରକଳ୍ପର ଶିଥିଳତାକୁ ନେଇ ପ୍ରଶ୍ନ ଉଠାଇ ଥିଲେ। ବିଜେଡିର ପ୍ରତିଷ୍ଠା ଦିବସ(ଡିସେମ୍ବର୨୬,୨୦୧୮)ରେ ନବୀନ କହିଥିଲେ, ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ ଇତିହାସ ହୋଇ ରହିଯିବ। ପିଲାମାନେ ଏହି ପ୍ରକଳ୍ପ ବାବାଦରେ ଇତିହାସ ବହିରେ ପଢ଼ିବେ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପ୍ରତି ତାତ୍ସଲ୍ୟ କରି କହିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଇତିହାସକୁ ଆଜି ଭୂଗୋଳ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବଲାଙ୍ଗିର ପଟରୁ ବିଛୁପାଲି ଯାଏଁ ୧୫ କିଲୋମିଟର ରେଳପଥରେ ଟ୍ରେନ୍ ସେବାର ଶୁଭାରମ୍ଭ ଦର୍ଶାଉଛି, ପ୍ରକଳ୍ପଟି ସଠିକ୍ ଟ୍ରାକରେ ରହିଛି।

ରେଳବାଇ- ରେଳକ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ କେବଳ ଟ୍ରେନ ଟିକଟ ଏବଂ ପ୍ଲାଟଫର୍ମ ଟିକଟର ଦରରେ। ଖୋର୍ଦ୍ଧା – ବଲାଙ୍ଗିର ଲାଇନ ପାଇଁ ଆମେ ପ୍ରକଳ୍ପ ଖର୍ଚ୍ଚର ଅଧା ଦେଲୁ। ମାଗଣାରେ ଜମି ଦେଲୁ। ତଥାପି କାମ ଆଗକୁ ବଢୁ ନାହିଁ। ଭାବୁଛି ଖୋର୍ଦ୍ଧା ବଲାଙ୍ଗିର ରେଳଲାଇନ କେବଳ ଇତିହାସ ବହିରେ ରହିଯିବ, ପିଲାଙ୍କ ପଢିବା ପାଇଁ।

— Naveen Patnaik (@Naveen_Odisha) December 26, 2018


ତେବେ ବିଜେପି-ବିଜେଡିର କାଦୁଅ ଫିଙ୍ଗା ରାଜନୀତି ମଧ୍ୟରେ ବଲାଙ୍ଗିର ସଭାରେ ପ୍ରଧାନମନ୍ତ୍ରୀ,ଦିବଙ୍ଗତ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ସ୍ମରଣ କରିଥିଲେ। ମାଓବାଦୀଙ୍କ ଆକ୍ରମଣରେ ଜୀବନ ହରାଇଥିବା ବଲାଙ୍ଗିର ମାଟିର ପୁଅ ଅଚ୍ୟୁତାନନ୍ଦ, ହିଂସା ବିରୋଧରେ ଲଢ଼ିବାକୁ ରାଷ୍ଟ୍ରକୁ  ବଳ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପଢ଼ନ୍ତୁ:
କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ କରିବେ ଶଙ୍ଖନାଦ,ସମ୍ବଲପୁରରୁ ଲଢ଼ିବେ କିଶୋର ମହାନ୍ତି!

KHURDA-BOLANGIR RAIL PROJECTNarendra ModiNaveen PatnaikPMO INDIA
Tweet
0
ଲିଭ୍ ଇନ୍ ରିଲେସନସିପରେ ବଲିଉଡ୍‌ ହିରୋଇନ୍‌;କିଛି ବାହା ହେଲେ ତ କାହାର ବ୍ରେକ୍ଅପ୍
ମଲ୍ଲିକାର୍ଜୁନଙ୍କୁ ମୋଦି ରଖିଛନ୍ତି;ନରସିଂହଙ୍କୁ ବିରୋଧି ଦଳ ନେତା ପଦରେ ରଖିବେ କି ନବୀନ?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.