କାହିଁକି ୟୁକ୍ରେନକୁ ସୁରକ୍ଷିତ ସାମଗ୍ରୀ ଯୋଗାଉଛି ଆମେରିକା?

ୟୁକ୍ରେନ୍ ଓ ଋଷର ସଂଘର୍ଷ ଭିତରେ ଆଢ଼ୁଆଳରେ ରହି ଘୋଟି ଚଳାଉଛି ଆମେରିକା। ୟୁକ୍ରେନ ଉପରେ ରୁଷ ହମଲା କରୁଥିଲେ ମଧ୍ୟ ଆମେରିକା ସିଧାସଳଖ ଲଢ଼େଇ କରୁନାହିଁ। କିନ୍ତୁ ୱାଶିଂଟନ ପକ୍ଷରୁ କିଭ୍କୁ ଜୀବନ ରକ୍ଷାକାରୀ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ସପ୍ଲାଇ କରାଯାଉଥିବା ଚର୍ଚ୍ଚା ହେଉଛି। ତେବେ କାହିଁକି ୟୁକ୍ରେନକୁ ଆମେରିକା ଏପରି ଜୀବନ ରକ୍ଷାକାରୀ ସାମଗ୍ରୀ ଦେଉଛି, ତା’ର ଜବାବ ହ୍ୱାଇଟହାଉସ ପକ୍ଷରୁ ଦିଆଯାଇଛି। ହ୍ୱାଇଟହାଉସ ପ୍ରେସ ସଚିବ ଜେନ ପସ୍କି କହିଛନ୍ତି, “ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ କୌଣସି ବଡ଼ ସହରର ଦଖଲ କରିପାରି ନାହିଁ। ତେଣୁ ରୁଷ ଜୈବିକ ଓ ଘାତକ ଅସ୍ତ୍ରଶସ୍ତ୍ର ଦ୍ୱାରା ୟୁକ୍ରେନର କ୍ଷତି କରିବାକୁ ଚେଷ୍ଟା ଆରମ୍ଭ କରିଛି।

ମୁତୟନ ହୋଇଛି କେମିକାଲ୍ ଅସ୍ତ୍ର
ୟୁକ୍ରେନ୍ ଉପରେ ହମଲା ପାଇଁ ରୁଷ କେମିକାଲ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବା ସୁଚନା ମିଳିଛି। କେମିକାଲ ଆକ୍ରମଣ ଆଶଙ୍କାରେ ଆମେରିକା ପକ୍ଷରୁ ରୁଷକୁ ଜୀବନ ରକ୍ଷାକାରୀ ସାମଗ୍ରୀ ଯୋଗାଇ ଦିଆଯାଉଛି। ରୁଷକୁ ଆମେରିକା ସମେତ ଅନ୍ତର୍ଜତୀୟ ସମୂହ ୟୁକ୍ରେନ ବିରୋଧରେ କୌଣସି କେମିକାଲ ଅସ୍ତ୍ର ବ୍ୟବହାର ନ କରିବାକୁ ବାରମ୍ବାର କହି ଆସୁଛନ୍ତି।କିନ୍ତୁ ମସ୍କୋ ଏବେ କେମିକାଲ ଆକ୍ରମଣ ପାଇଁ ପାଗ ଭିଡ଼ିଛି। ଲୋକଙ୍କୁ କେମିକାଲ ଆକ୍ରମଣ ରକ୍ଷା କରିବା ପାଇଁ ଆମେରିକା ପ୍ରଶାସନ ସବୁ ପ୍ରକାରର ସୁରକ୍ଷିତ ସାମଗ୍ରୀ ସପ୍ଲାଇ କରୁଛି।”
ଏହାପୂର୍ବରୁ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲେନବର୍ଗ ମଧ୍ୟ ରୁଷ ପକ୍ଷରୁ କେମିକାଲ ହମଲାର ଆଶଙ୍କା ଥିବା କଥା କହିଥିଲେ। ଏହାକୁ ନେଇ ନାଟୋ ମୁଖ୍ୟ ଚିନ୍ତା ପ୍ରକଟ କରିବା ସହ ରୁଷକୁ ଏଥିରୁ କ୍ଷାନ୍ତ ହେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେହିପରି ରୁଷ କେମିକାଲ ହମଲା କଲେ ୟୁକ୍ରେନର ସୁରକ୍ଷା ପାଇଁ ଆମେରିକା ସିଧାସଳଖ ମୈଦାନକୁ ଓହ୍ଲାଇବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି।
Connect With Us