Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବଜେଟରେ ଚାଷୀଙ୍କୁ ତୋଫା:କିନ୍ତୁ ଓଡ଼ିଶାର ଋଣ ବୋଝ ୯୦ହଜାର କୋଟିକୁ ଟପିବ

By admin • February 7, 2019 • ନ୍ୟୁଜ୍
Sashi Bhusan Behera

ନିର୍ବାଚନ ବର୍ଷରେ ଚାଷୀ କାର୍ଡ ଖେଳୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଦି ସରକାର ୬ହଜାର ଟଙ୍କା ଦେବାକୁ ଘୋଷଣା କଲେ। ଆଉ ଗୁବୁବାରରେ ଚାଷୀଙ୍କ ପାଇଁ ଭଣ୍ଡାର ଖୋଲି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କ ଲାଗି ଆରମ୍ଭ କରିଥିବା କାଳିଆ ଯୋଜନାକୁ କାମଚଳା ବଜେଟରେ ସର୍ବାଧିକ ଅର୍ଥ ୪ହଜାର ୪୬୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।
ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି(ଗୁଗୁବାର) ବିଧାନସଭାରେ କାମଚଳା ବଜେଟ୍ ଆଗତ କରିଛନ୍ତି। ୨୦୧୯-୨୦ ମସିହା ପାଇଁ ମୋଟ ୧ଲକ୍ଷ ୩୨ହଜାର ୬୬୦କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି। କିନ୍ତୁ ଏପ୍ରିଲରୁ ଜୁଲାଇ ଯାଏଁ ୪ମାସ ପାଇଁ ୫୬ହଜାର ୯୨୧କୋଟି ଟଙ୍କାର ଲେଖାନୁଦାନର ଅନୁମୋଦନ ଲୋଡ଼ିଛନ୍ତି ଅର୍ଥମନ୍ତ୍ରୀ।ତେବେ ୨୦୧୯-୨୦ରେ ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ରାଜକୋଷକୁ ୧ଲକ୍ଷ ୧୦ହଜାର ୭୧୦କୋଟି ଟଙ୍କାର ରାଜସ୍ୱ ଆସିପାରେ । ସେହିପରି ବିଭିନ୍ନ କ୍ଷେତ୍ରରେ ୧ଲକ୍ଷ ୨ହଜାର ୨୨୭କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି। ଫଳରେ ୮ହଜାର ୪୩୩ କୋଟି ଟଙ୍କା ରାଜସ୍ୱ ବଳକା ରହିବ।
ଅନ୍ୟପକ୍ଷରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ୧୬ ହଜାର୧୯୩ କୋଟି ଟଙ୍କାରେ ପହଞ୍ଚିବ। ଯାହାକି ରାଜ୍ୟର ମୋଟ ଜିଡିପିର ୩% ହେବ ବୋଲି ବଜେଟରୁ ସ୍ପଷ୍ଟ ହୋଇଛି। ଅପରପକ୍ଷରେ ଗତବର୍ଷ ଅପେକ୍ଷା ବିତ୍ତୀୟ ନିଅଣ୍ଟ ବୃଦ୍ଧି ହେବ, କାରଣ ୨୦୧୮-୧୯ ଆର୍ଥିକ ବର୍ଷରେ ୨.୯% ଥିଲା। ସେହିଭଳି ୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣବୋଝ ୮୭,୬୫୦କୋଟି ଟଙ୍କା ହେବ ବୋଲି ବଜେଟରେ ଆକଳନ ହୋଇଛି। କେବଳ ଋଣ ପରିଶୋଧ ଲାଗି ୬ହଜାର ୫ଶହ କୋଟି ଟଙ୍କା ଦେବାକୁ ପଡ଼ିବ।
କାହାକୁ କେତେ…
ଚାଷୀ ଓ ଜଳସେଚନ ପାଇଁ
‘କାଳିଆ’ ଯୋଜନା ପାଇଁ ୪୪୬୧ କୋଟି,
କୃଷିଋଣ ସୁଧରେ ରିହାତି ପ୍ରଦାନ ପାଇଁ ୮ଶହ କୋଟି,
ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପାଇଁ ୧୭୭୭ କୋଟି,
ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୪୬୫ କୋଟି,
ବିହନ ଓ ସାର ପାଇଁ କର୍ପସ ଫାଣ୍ଠି ପାଇଁ ଅର୍ଥ୨୬୦ କୋଟି,
ଆଡ଼ିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି,
କେନାଲ ପ୍ରଣାଳୀକୁ ସୁବ୍ୟବସ୍ଥିତ କରିବାକୁ ୨୧୦ କୋଟି,
ଜଳକ୍ଲିଷ୍ଟ ଅଞ୍ଚଳରେ ଭୂତଳ ଜଳ ଉତ୍ତୋଳନ ପାଇଁ ୨୫୦ କୋଟି,
ଶିକ୍ଷାର ବିକାଶ
ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଯୋଜନାରେ ୯୫୯ କୋଟି,
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୩୦୦କୋଟି,
ଅନୁସୂଚିତ ଜାତି ଓ ଜନଜାତିଙ୍କ ଛାତ୍ରାବାସ ନିର୍ମାଣ ପାଇଁ ୨୨୭କୋଟି,
ମହିଳାଙ୍କ ଲାଗି
ମିଶନ ଶକ୍ତି ଯୋଜନା ପାଇଁ ୩୦୧ କୋଟି,
ମମତା ଯୋଜନା ପାଇଁ ୩୦୫ କୋଟି,
ବିଜୁ ଯୁବ ବାହିନୀକୁ ୧୦୫ କୋଟି,
ସ୍ୱାସ୍ଥ୍ୟ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି,
ପେନସନ୍: ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି,
ଟଙ୍କିକିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି,
ଭିତ୍ତିଭୂମି ବିକାଶ
ଆମ ଗାଁ ଆମ ବିକାଶ ‘ପିଠା’ ଯୋଜନାରେ ୪୦୦ କୋଟି,
ଗ୍ରାମାଞ୍ଚଳରେ ଜଳ ଯୋଗାଣ ‘ବସୁଧା’ ଯୋଜନାରେ ୨୯୩୫ କୋଟି
ଗୋପବନ୍ଧୁ ଗ୍ରାମୀଣ ଯୋଜନା ୫୦୦ କୋଟି,
ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି,
୩୩/୧୧ କେ.ଭି ସବ ଷ୍ଟେସନ ପାଇଁ ୫୩୩ କୋଟି,
ବିଜୁ ସେତୁ ଯୋଜନା ପାଇଁ ୫୦୦କୋଟି,
ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୪୧୦ କୋଟି,
ଉନ୍ନତି ଯୋଜନାରେ ୪୦୧ କୋଟି,
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୫୦କୋଟି,
ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ୨୦୦କୋଟି,
ରାଜଧାନୀ ଅଞ୍ଚଳରେ ବିଦ୍ୟୁତକରଣ ସୁବିଧା ପାଇଁ ୧୯୦କୋଟି,
ଇପିଆର ଅନ୍ତର୍ଗତ ପ୍ରୋତ୍ସାହନ ପାଇଁ ୧୮୮ କୋଟି ଟଙ୍କା

2019 ElectionsKALIANaveen PatnaikOdisha BudgetSashi Bhusan Behera
Tweet
0
ସଲମାନ-ଐଶ୍ୱର୍ଯ୍ୟାଙ୍କ ସମ୍ପର୍କର ପୋଲ୍ ଖୋଲିଲେ ଭାଇ ସୋହେଲ କହିଲେ'ଐଶ୍ୱର୍ଯ୍ୟା ତାଙ୍କ ଘରକୁ ସବୁବେଳେ ଆସୁଥିଲେ'
ନ୍ୟୁଜିଲାଣ୍ଡରେ ଟି-୨୦ରେ ଇଣ୍ଡିଆ ଜିତିବାର ୪ଟି ଫ୍ୟାକ୍ଟର

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.