Modi & Farmers

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍। କଂଗ୍ରେସର କୃଷିଋଣ ଛାଡ୍ ଏବଂ ବିଜେଡିର କାଳିଆ ଯୋଜନାକୁ କାଉଣ୍ଟର କରିବ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା। ସେହିପରି ଆୟକର ସୀମା ସାଢ଼େ ୬ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ତିନି କୋଟି କରଦାତା ଏବଂ ୧୨କୋଟି ଚାଷୀ ଲାଭାନ୍ୱିତ ହେବ
ଫୋକସରେ ୧୨କୋଟି ଚାଷୀ
ଏଣିକି ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ବର୍ଷକୁ ୬ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦେବେ କେନ୍ଦ୍ର ସରକାର।
1-୬ହଜାର ଟଙ୍କା ସିଧାସଳଖ ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ।
2-ଗତ ବର୍ଷ ଡିସେମ୍ବର ପହିଲାରୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଲାଗୁ ହେବ।
3-୫ଏକରରୁ କମ ଜମି ଥିବା ଚାଷୀ ହେବେ ଲାଭାନ୍ୱିତ
4-୬ହଜାର ଟଙ୍କା ୩ଟି ପର୍ଯ୍ୟାୟରେ ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ
ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ ପିୟୂଷ ଗୋଏଲ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି। ଏହି ଯୋଜନା ପାଇଁ ଚଳିତ ଆର୍ଥକ ବର୍ଷରେ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଆଉ ଆସନ୍ତା ଆର୍ଥିକ ବର୍ଷରେ ସରକାର ଖର୍ଚ୍ଚ କରିବେ ୭୫ହଜାର କୋଟି ଟଙ୍କା। ଏହା ପୂର୍ବରୁ ୨୨ଟି କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି ମୂଲ୍ୟ ଅର୍ଥମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ହେବ ବୋଲି ପିୟୁଷ ଗୋଏଲ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ପିୟୂଷ ଗୋଏଲ

ସାଢ଼େ ୬ଲକ୍ଷ ଟଙ୍କା ଯାଏଁ କର ଛାଡ
ଟିକସ ଦାତାଙ୍କୁ ନାରାଜ୍ କରିବାକୁ ଚାହୁଁନାହାଁନ୍ତି ମୋଦି ସରକାର। ଆୟକର ସୀମା ଏଣିକି ଅଢ଼େଇ ଲକ୍ଷ ଟଙ୍କା ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ଏହାସହ ଭବିଷ୍ୟନିଧି ପାଣ୍ଠି ଏବଂ ବିଭିନ୍ନ ନିର୍ଦ୍ଧାରିତ ସରକାରୀ ସ୍କିମରେ ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ଜମା ରଖିପାରିବେ କରଦାତା। ଆଉ ସେହି ରାଶିକୁ ରିବେଟ୍ ଆକରରେ ଦାବି କରିପାରିବେ। ଫଳରେ ବାର୍ଷକୁ ଆୟ ଯଦି ସାଢ଼େ ୬ଲକ୍ଷ ଟଙ୍କାରୁ କମ ଆୟ କରୁଥିବା ବ୍ୟକ୍ତିଙ୍କୁ ଆଉ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଏଭଳି କରି ନରେନ୍ଦ୍ର ମୋଦି ୧୫କୋଟି ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ ଉଦ୍ୟମ କରିଛନ୍ତି।