ନ୍ୟୁଜ୍/ ପଲିଟିକ୍ସ

ମହାରାଷ୍ଟ୍ର ମହାଅଧ୍ୟାୟ:ସେବେକାର ଅଟୋ ଡ୍ରାଇଭର ହେଲେ ଏବେକାର  ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ମହାପଲିଟିକ୍ସ। ସାରା ଦେଶର ନଜର କେନ୍ଦ୍ରୀଭୁତ କରିଥିବା ସତ୍ତା ଖେଳର ଫଳାଫଳ ଆସିଯାଇଛି। କ୍ଷମତାଚ୍ୟୁତ ହୋଇଛନ୍ତି ଉଦ୍ଦବ ଠାକରେ। ଶିବସେନା ହାତରୁ ଖସିଯାଇଛି ମହାରାଷ୍ଟ୍ରର ଶାସନ ଡୋରୀ। ବିଜେପି ସହଯୋଗରେ ଏକନାଥ ସିନ୍ଧେ ଆସନ ହାତେଇଛନ୍ତି। ଦେବେନ୍ଦ୍ର ଫଡନାବିସ ଓ ଏକନାଥ ସିନ୍ଧେଙ୍କ ଯୁଗଳବନ୍ଦୀରେ ମହାରାଷ୍ଟ୍ର ସରକାର ଗଠନ ହୋଇଛି। ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା ବେଳେ ଦେବେନ୍ଦ୍ର ଫଡନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଅଟୋ ଡ୍ରାଇଭରରୁ ଷ୍ଟେଟ କଣ୍ଟ୍ରୋଲର
ଅଟୋ ଡ୍ରାଇଭରରୁ କ୍ୟାରୀୟର ଆରମ୍ଭ କରିଥିବା ବ୍ୟକ୍ତିଜଣକ ଆଜି ଷ୍ଟେଟ କଣ୍ଟ୍ରୋଲର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏକନାଥ ସିନ୍ଧେ ପୂର୍ବରୁ ଅଟୋ ଚଲାଉଥିଲେ। କାଲିର ଅଟୋ ଡ୍ରାଇଭର,ଦୋହଲାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଗାଦି। ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ପଦ ପାଇଁ କଣ୍ଟା ସାଜିଥିବା ଏହି ନେତା ହେଉଛନ୍ତି ଏକନାଥ ସିନ୍ଧେ। ୧୯୪୬ରେ ଏକ ସାଧାରଣ ମହାରାଷ୍ଟ୍ର ପରିବାରରେ ତାଙ୍କର ଜନ୍ମ।ଯୁବାବସ୍ଥାରେ ମୁମ୍ବାଇ ଉପକଣ୍ଠ ଠାଣେ ଅଞ୍ଚଳରେ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ।୧୯୮୦ରେ ସେ ଯୋଗଦେଇଥିଲେ ଶିବସେନାରେ। ୧୯୯୭ରେ ଠାଣେ ମୁନ୍ସିପାଲଟି କର୍ପୋରେସନ ଭାବେ ସେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଖୁବଶୀଘ୍ର ସେ ଠାଣେ ଓ ମହାରାଷ୍ଟ୍ର ରାଜନୀତିରେ ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟି ଗଲେl ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭାରେ ସେ ତାଙ୍କ ସ୍ଥିତି ସୁଦୃଢ ରଖିଥିଲେ। ୨୦୧୪ରେ ମହାରାଷ୍ଟ୍ର ବିଧାନସଭାର ବିରୋଧୀଦଳ ନେତା ପଦ ସମ୍ଭାଳିଥିଲେ। ଏଥିସହିତ ୨୦୧୪ର ଫଡନାଭିସ ସରକାର ଓ ୨୦୧୯ର ଉଦ୍ଧବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ଦାୟୀତ୍ୱ ନେଇଥିଲେ। ଉଦ୍ଧବ ଠାକରେଙ୍କଠାରୁ ବିଛିନ୍ନ ହୋଇ ଏକନାଥ ଦେବେନ୍ଦ୍ରଙ୍କ ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ଆସନ ହାତେଇଛନ୍ତି।

You Might Also Like

No Comments

Leave a Reply