Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କାଶ୍ମୀରରେ ଆତଙ୍କବାଦୀଙ୍କ ସୁସାଇଡ୍ ଆଟାକ୍: ୩୭CRPF ଯବାନ ସହିଦ

By admin • February 14, 2019 • ନ୍ୟୁଜ୍
Terror-Attack in Kashmir

କାଶ୍ମୀର ଘାଟିରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଫଳରେ ପୁଲଓ୍ୱାମାର ଅବନ୍ତିପୁର ଠାରେ ୩୭ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି। ପ୍ରାୟ ୪୫ଜଣରୁ ଉର୍ଦ୍ଧ୍ୱ ଯବାନ ଆହତ ହୋଇଛନ୍ତି। ପ୍ରାୟ ୨୦୦କିଲୋଗ୍ରାମ ବିସ୍ପୋରକ ସାମଗ୍ରୀ (ଆଇଇଡି) ଭର୍ତ୍ତି ଏକ କାର,ସିଆରପିଏଫ ଭ୍ୟାନ୍ ସହ ଧକ୍କା ଦେଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ୩୭ଜଣ ଯବାନ ସହିଦ ହୋଇଛନ୍ତି।
ଆକ୍ରମଣ ପଛରେ ଜୈସ ଏ ମହମମ୍ମଦ
୩୫,୫୪ ଏବଂ ୧୭୯ ବାଟାଲିୟନର ପ୍ରାୟ ୨ହଜାର ୫୪୭ ଯବାନ, ୭୪ଟି ସିଆରପିଏଫ୍ ଭ୍ୟାନରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ଗୁରୁବାର ଦିନ ୩ଟା ୩୭ମିନଟରେ ଅବନ୍ତିପୁର ଠାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ପ୍ରଥମେ ବିସ୍ପୋରକ ସାମଗ୍ରୀ ଭର୍ତ୍ତି କାରଟି ସିଆରଏଫ୍ ଭ୍ୟାନ୍ ସହ ଧକ୍କା ଦେଇଥିଲା। ଏହା ପରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନଡ୍ ଫିଙ୍ଗି ଥିଲେ। ଫଳରେ ୫୦ଜଣ ଯବାନ ଥିବା ଭ୍ୟାନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆକ୍ରମଣ ପଛରେ ପାକିସ୍ତାନ ଆତଙ୍କବାଦୀଙ୍କ ସଂଗଠନ ଜୈସ ଏ ମହମମ୍ମଦର ହାତ ରହିଛି।
ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ
ଆତଙ୍କବାଦୀଙ୍କ ଆକ୍ରମଣଙ୍କୁ ଘୋର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟ୍ୱଇଟ୍ କରି କହିଛନ୍ତି ଯେ ଏହି ଆକ୍ରମଣ ହତାଶର ପରିଚୟ। ସିଆରପିଏଫ୍ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ସହିଦ ପରିବାରଙ୍କ ସହ ଦେଶ ଆଜି ଠିଆ ହୋଇଛି। 

Attack on CRPF personnel in Pulwama is despicable. I strongly condemn this dastardly attack. The sacrifices of our brave security personnel shall not go in vain. The entire nation stands shoulder to shoulder with the families of the brave martyrs. May the injured recover quickly.

— Narendra Modi (@narendramodi) February 14, 2019

ଆର୍ମି ମୁଖ୍ୟ ସତର୍କ କରାଇଥିଲେ
ଗତ ଜାନୁଆରୀ ୧୦ରେ ଆର୍ମି ମୁଖ୍ୟ ଜେନରାଲ ବିପିନ୍ ରାଓ୍ୱତ ସତର୍କ କରାଇଥିଲେ ଯେ ପ୍ରାୟ ୨ଶହରୁ ୩ଶହ ଆତଙ୍କବାଦୀ ସୀମା ପାର କରି ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏହା ସତ୍ତ୍ୱେ ସିଆରପିଏଫ୍ ଯବାନଙ୍କ ସ୍ଥାନ ପରିବର୍ତ୍ତନ ସମୟରେ ଗୁଇନ୍ଦା ତଥ୍ୟକୁ ଅଣଦେଖା କଲା ପରି ଲାଗୁଛି। ସିଆରପିଏଫ ଡିଜି ଆର.ଆର.ଭଟ୍ଟନାଗର କହିଛନ୍ତି ଏହି ବଡ଼ ଧରଣ ଆକ୍ରମଣରେ ଅନେକ ଆତଙ୍କବାଦୀ ସାମିଲ ଅଛନ୍ତି।
୨୦୦୪ ପରେ ପ୍ରଥମ ସୁସାଇଡ୍ ଆଟାକ୍
ପୂର୍ବରୁ ୧୮ସେପ୍ଟମ୍ବର ୨୦୧୬ରେ ଉରି ଠାରେ ସେନା ଶିବିରରେ ଉପରେ ଆକ୍ରମଣ ହୋଇଥିଲା। ସେହି ଆତଙ୍କବାଦୀ ଆକ୍ରମଣରେ ୧୯ଜଣ ଯବାନ ସହିଦ ହୋଇଥିଲେ। ଏହାର ଜବାବରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇ ଆତଙ୍କବାଦୀ ଶିବିରକୁ ଧ୍ୱସଂ କରାଯାଇଥିଲା। ତେବେ ୨୦୦୪ ପରେ କାଶ୍ମୀର ଘାଟିରେ ଏହା ପ୍ରଥମ ଆତ୍ମଘାତୀ ଆକ୍ରମଣ ଅଟେ।

Awantipora AttackCRPF JAWANJaish-e-MohammadKashmirTerror Attack
Tweet
0
କୋହଲି କୁହନ୍ତୁ,'ବ୍ରାଡମ୍ୟାନଙ୍କ ଦ୍ୱିଶତକ ବିଶ୍ୱ ରେକର୍ଡ ଆଉ କେତେ ଦିନ ରହିବ'?
ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ‘ବହୁମୂଲ୍ୟ ଦେବେ ଆତଙ୍କବାଦୀ’

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.