ଉପନିର୍ବାଚନରେ ବିଜେପୁରର ହ୍ୟାଟ୍ରିକ:ବିଜୟଲକ୍ଷ୍ମୀ-ମନ୍ଦାକିନୀ-ପ୍ରତ୍ୟୁଷାଙ୍କ ଦଷା ଭୋଗିବେ ରୀତା!

ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ସମବେଦନାରୁ ଜନ୍ମ ନେଇଥିବା ବିଜେଡି ସର୍ବଦା ସିମ୍ପାଥି ଥିଓରୀକୁ ଗୁରୁତ୍ୱ ଦେଇଛି।ସେଥିପାଇଁ ପାଟକୁରାରେ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ସ୍ତ୍ରୀ ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥୀ କରିଛନ୍ତି BJD ସଭାପତି ନବୀନ ପଟ୍ଟନାୟକ।ପାଟକୁରା ସହ ଏବେ ବିଜେପୁରରେ ଉପନିର୍ବାଚନ ହୋଇପାରେ।କାରଣ ୨ଟି ଆସନରୁ ଜିତିଥିବା ନବୀନ,ବିଜେପୁରରୁ ଇସ୍ତଫା ଦେଇଥିବାରୁ ସେହି ଆସନରେ ଉପନିର୍ବାଚନ ହେବ।କିନ୍ତୁ ପାଟକୁରାରେ ସିମ୍ପାଥି କାର୍ଡ ଖେଳୁଥିବା BJDର ବିଜେପୁର ରଣନୀତି ଭିନ୍ନ ଥିଲା ପରି ଲାଗୁଛି।କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ରୀତାଙ୍କୁ ପ୍ରାର୍ଥୀ କରିଥିବା BJDର ପ୍ରାର୍ଥୀ ଅନ୍ୟ କେହି ହେବେ ବୋଲି ଚର୍ଚ୍ଚା ହେଉଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ବରଗଡ଼ରେ ବଡ଼ ସଫଳତା ପାଇଥିବା BJPକୁ ରୋକିବା ଲାଗି କଂଗ୍ରେସର ୩ଥରର ବିଧାୟକ ସୁବଳଙ୍କୁ ସ୍ତ୍ରୀ ରୀତୀଙ୍କୁ ପ୍ରାର୍ଥୀ କରିଥିଲା BJD।୨୦୧୮ବିଜେପୁର ଉପନିର୍ବାଚନରେ୪୧ହଜାର ୯୩୩ଭୋଟ ବ୍ୟବଧାନରେ ରୀତା ସାହୁ ବିଜୟୀ ହୋଇଥିଲେ।କିନ୍ତୁ ୨୦୧୯ନିର୍ବାଚନରେ ବିଜେପୁରରୁ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବାରୁ ରୀତାଙ୍କୁ ଟିକେଟ ମିଳି ନଥିଲା।ଅନୁମାନ କରାଯାଉଥିଲା ଉପନିର୍ବାଚନ ହେଲେ ରୀତାଙ୍କୁ BJD ପ୍ରାର୍ଥୀ କରିବ। କିନ୍ତୁ BJP ଛାଡି BJDରେ ମିଶିଥିବା ସୁବାଷ ଚୌହାନ ପ୍ରାର୍ଥୀ ହୋଇପାରନ୍ତି।ସେପଟେ ରୀତାଙ୍କ ପୁଅ ସୁମିତ ଏବଂ ପୁତୁରା ମହେଶ ସାହୁ BJDର ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି।

ଜିତିବା ପାଇଁ ପରିବାର ଲୋଡ଼ା
ଅବଶ୍ୟ BJDର ଏଭଳି ଆଚରଣ ନୂଆ ନୁହେଁ।କନ୍ଧମାଳର ପୂର୍ବତନ ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ୨୦୧୪ ସେପ୍ଟମ୍ବରରେ ଅକାଳ ମୃତ୍ୟ ହୋଇଥିଲା।ଫଳରେ୨୦୧୪ଅକ୍ଟୋବରରେ କନ୍ଧମାଳ ଉପନିର୍ବାଚନରେ ହେମେନ୍ଦ୍ରଙ୍କ ସ୍ତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପ୍ରାର୍ଥୀ କରିଥିଲା BJD।ହେଲେ ୨୦୧୯ନିର୍ବାଚନ ବେଳକୁ ପ୍ରତ୍ୟୁଷାଙ୍କୁ ଟିକେଟ୍ ଦେଇନଥିଲା BJD।ସେହିଭଳି ନୟାଗଡ଼ର ଟାଣୁଆ ନେତା ଭାଗବତ ବେହେରାଙ୍କ ମୃତ୍ୟୁ ପରେ ୨୦୦୨ରେ ତାଙ୍କ ସ୍ତ୍ରୀ ମନ୍ଦାକିନୀଙ୍କୁ BJD ଲଢ଼ାଇଥିଲା।ସ୍ୱାମୀଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ନୟାଗଡ଼ ଭୋଟର ମନ୍ଦାକିନୀଙ୍କୁ ଜିତାଇ ଥିଲେ।ହେଲେ ୨୦୦୪ନିର୍ବାଚନରେ ମନ୍ଦାକିନୀ ବେହେରାଙ୍କୁ ଟିକେଟ ଦେଇନଥିଲା BJD।ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକଙ୍କ ପରିବାର ପ୍ରତି BJDର ଆଚରଣ ମଧ୍ୟ ଥିଲା ସମାନ।ଅରୁଣଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ୨୦୦୦ରେ ପ୍ରାର୍ଥୀ କରି ବିଜୟ ହାସଲ କରିଥିଲା BJD।କିନ୍ତୁ ୨୦୦୪ରେ ବିଜୟଲକ୍ଷ୍ମୀଙ୍କ ସହ ସିମ୍ପାଥି ଫ୍ୟାକ୍ଟର ନଥିବାରୁ BJD ତାଙ୍କୁ ପ୍ରାର୍ଥୀ କରିନଥିଲା।କିନ୍ତୁ ସ୍ୱାଧିନ ଭାବରେ ଲଢ଼ି ବିଜୟୀ ହୋଇଥିଲେ ବିଜୟଲକ୍ଷ୍ମୀ।ଉପନିର୍ବାଚନରେ ବିଜେପୁରର ହ୍ୟାଟ୍ରିକ୍
ଏସବୁକୁ ଦେଖିଲେ ଲାଗୁନି ଉପନିର୍ବାଚନରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବ BJD।ଯାହା ବି ହେଉ ବିଜେପୁରବାସୀ ଦେଖିବାକୁ ଯାଉଛନ୍ତି ତୃତୀୟ ଉପନିର୍ବାଚନ।ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ରେ ବିଜେପୁରବାସୀ ଦେଖିଥିଲେ ଦ୍ୱିତୀୟ ଉପନିର୍ବାଚନ।୧୯୯୧ରେ ବିଧାୟକ ନିକୁଞ୍ଜ ବିହାରୀ ସିଂଙ୍କ ଦେହାନ୍ତ ହେବାରୁ ବିଜେପୁରରେ ହୋଇଥିଲା ପ୍ରଥମ ଉପନିର୍ବାଚନ।ସେହି ଉପନିର୍ବାଚନରେ ନିକୁଞ୍ଜ ସିଂଙ୍କ ସ୍ତ୍ରୀ କିଶୋରମଣି ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲା।
Connect With Us