Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସୂର୍ଯ୍ୟଙ୍କୁ ମନ୍ତ୍ରୀ କରିଥିଲେ ବିଜୁ:ବାଚସ୍ପତି ଆସନରେ ବସାଇଲେ ନବୀନ

By admin • June 1, 2019 • ନ୍ୟୁଜ୍, ପଲିଟିକ୍ସ

ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର।ଲଗାତର ୭ଥର ଜିତୁଥିବା ବରିଷ୍ଠ ବିଜେଡି ବିଧାୟକ ସୂର୍ଯ୍ୟ ପାତ୍ର ସର୍ବସମ୍ମତରେ ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେଡି ଆଗରେ ଥିବାରୁ ବିରୋଧି ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନଥିଲା।ଫଳରେ ଆଜି(ଜୁନ୧)ଠାରୁ ବାଚସ୍ପତି ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ସୂର୍ଯ୍ୟ ପାତ୍ର।୨୦୧୯ନିର୍ବାଚନରେ ସୂର୍ଯ୍ୟ ପାତ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪୦ହଜାର ୪୫୨ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।୧୯୭୭ରେ ବ୍ରହ୍ମପୁର ପୌର ପରିଷଦରେ କାଉନସିଲର ଭାବେ କ୍ୟାରିୟର ଆରମ୍ଭ କରିଥିବା ସୂର୍ଯ୍ୟ ପାତ୍ର ଜଣେ ବିଚକ୍ଷଣ ରାଜନେତା।

କାଉନସିଲରରୁ ବାଚସ୍ପତି
ମୋହନା ଆସନରୁ ୧୯୯୦ରେ ଜନତା ଦଳ ଟିକଟରେ ପ୍ରଥମ ଥର ଜିତିଥିଲେ।ପ୍ରଥମ ଥରର ବିଧାୟକ ସୂର୍ଯ୍ୟ ପାତ୍ରଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଜ ମନ୍ତ୍ରୀ ପରିଷଦରେ ସ୍ଥାନ ଦେଇଥିଲେ।ବିଜୁଙ୍କ ମନ୍ତ୍ରିମଣ୍ଡଳରେ ୨୪ଜୁଲାଇ ୧୯୯୦ରୁ ଜଙ୍ଗଲ,ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଦାୟିତ୍ୱ ସମ୍ଭାଳି ଥିଲେ ସୂର୍ଯ୍ୟ ପାତ୍ର।ସେହିପରି ନବୀନ ପଟ୍ଟନାୟକ ମଧ୍ୟ ନିଜର ୪ଥର ମୁଖ୍ୟମନ୍ତ୍ରୀତ୍ୱ କାଳରେ ସବୁବେଳେ ସୂର୍ଯ୍ୟଙ୍କୁ ମନ୍ତ୍ରୀ କରାଇଛନ୍ତି।ଅବଶ୍ୟ ସୀମା ପୁନଃ ନିର୍ଦ୍ଧାରଣ ପରେ ୨୦୦୯ରୁ ଦିଗପହଣ୍ଡି ଆସନକୁ ପ୍ରତିନିଧିତ୍ୱ କରୁଥିବା ସୂର୍ଯ୍ୟଙ୍କୁ ଏଥର ମନ୍ତ୍ରୀ ବଦଳରେ ବାଚସ୍ପତି କରାଇଛନ୍ତି ନବୀନ।
୧୯ ମାନ୍ୟବର
ତେବେ ସ୍ୱର୍ଗତ ମୁକୁନ୍ଦ ଦାଶଙ୍କ ଠାରୁ ସୂର୍ଯ୍ୟ ପାତ୍ରଙ୍କ ଯାଏଁ ଓଡ଼ିଶା ପାଇଛି ୧୯ଜଣଙ୍କୁ ଯେଉଁମାନେ ବାଚସ୍ପତି ଆସନକୁ ଅଳଙ୍କୃତ କରିଛନ୍ତି।ସେମାନେ ହେଲେ
ବାଚସ୍ପତି                  କାର୍ଯ୍ୟକାଳ
ମୁକୁନ୍ଦ ପ୍ରସାଦ ଦାଶ ୧୯୩୭-୪୬ଲାଲମୋହନ ପଟ୍ଟନାୟକ ୧୯୪୬-୫୨
ନନ୍ଦକିଶୋର ଦାଶ ୧୯୫୨-୫୭  ନୀଳକଣ୍ଠ ଦାଶ ୧୯୫୭-୬୧
ଏଲ୍ ପାଣିଗ୍ରାହୀ    ୧୯୬୧-୬୭   ନନ୍ଦକିଶୋର ମିଶ୍ର ୧୯୬୭-୭୧
ନନ୍ଦକିଶୋର ମିଶ୍ର୧୯୭୧-୭୪    ବ୍ରଜମୋହନ ମହାନ୍ତି୧୯୭୪-୭୭
ସତ୍ୟପ୍ରିୟ ମହାନ୍ତି   ୧୯୭୭-୮୦  ସୋମନାଥ ରଥ  ୧୯୮୦-୮୪
ପ୍ରସନ୍ନ ଦାଶ ୧୯୮୪-୮୫          ପ୍ରସନ୍ନ ଦାଶ       ୧୯୮୫-୯୦
ଯୁଧିଷ୍ଟିର ଦାଶ୧୯୯୦-୯୫        କିଶୋର ପଟେଲ ୧୯୯୫-୯୬
ସିଏମ୍ ଦ୍ୟାନସାମନ୍ତରାୟ୧୯୯୬-୦୦ ଶରତ କର   ୨୦୦୦-୦୪
ମହେଶ୍ୱର ମହାନ୍ତି ୨୦୦୪-୦୮     କିଶୋର ମହାନ୍ତି  ୨୦୦୮-୦୯
ପ୍ରଦୀପ ଅମାତ  ୨୦୦୯-୧୪        ନିରଞ୍ଜନ ପୂଜାରୀ୨୦୧୪-୧୭
ସୂର୍ଯ୍ୟ ନାରାୟଣ ପାତ୍ର…..
୩ ଜଣ ଦୁଇ ଥର ବାଚସ୍ପତି
ବାଚସ୍ପତି ଆସନରେ ଦୁଇ ଦୁଇ ଥର ବସିବାର ସୁଯୋଗ ଆସିଛି ୩ ଜଣଙ୍କ ଭାଗ୍ୟରେ।ନନ୍ଦକିଶୋର ମିଶ୍ର,ପ୍ରଶନ୍ନ ଦାଶ ଏବଂ ପ୍ରଦୀପ ଅମାତ ଦୁଇ ଦୁଇ ଥର ବାଚସ୍ପତି ହୋଇଛନ୍ତି।କିନ୍ତୁ ୧୯୯୫ ପର ଠାରୁ ଏକ ଅନ୍ଧବିଶ୍ୱାସ ସୃଷ୍ଟି ହୋଇଥିଲା ଯେ ନିର୍ବାଚନ ସମୟରେ ବାଚସ୍ପତି ଆସନରେ ବସି ଲଢ଼ୁଥିବା ବ୍ୟକ୍ତିଙ୍କ ପରାଜିତ ସୁନିଶ୍ଚିତ।ଚିନ୍ତାମଣି ଦ୍ୟାନସାମନ୍ତରାୟ, ଶରତ କର ଏବଂ କିଶୋର ମହାନ୍ତିଙ୍କ ପରାଜୟ ସେହି ଅନ୍ଧବିଶ୍ୱାସକୁ ଆହୁରି ଦୃଢ଼ୀଭୂତ କରିଦେଲା।ସେଥିପାଇଁ ବିଧାୟକମାନେ କଥା ଛଳରେ ଅନେକ ଥର କୁହନ୍ତି “ସରି ନାହିଁ ରାଜନୀତି, ହେବି ନାହିଁ ବାଚସ୍ପତି”।ହେଲେ ସେହି ଭ୍ରାନ୍ତ ଧାରଣାରେ ଫୁଲଷ୍ଟପ୍ ପକାଇଲେ ପ୍ରଦୀପ ଅମାତ।

JUSTICE SYSTEM

ଓକିଲଙ୍କ ଦବଦବା
ବାଚସ୍ପତି ହୋଇଥିବା ଅଧିକାଂଶ ବ୍ୟକ୍ତି ଏକଦା ଓକିଲାତି ପେଶାରେ ଥିଲେ।ନବନିର୍ବାଚିତ ବାଚସ୍ପତି ସୂର୍ଯ୍ୟ ପାତ୍ର ମଧ୍ୟ ଏକଦା ଓକିଲାତି କରୁଥିଲେ।ଜଣେ ଆଇନଜୀବୀ ଭାବରେ ପ୍ରଦୀପ ଆମାତଙ୍କ ବୌଦ୍ଧ କୋର୍ଟରେ ଖ୍ୟାତି ରହିଛି।ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ,କିଶୋର ମହାନ୍ତି ଏବଂ ମହେଶ୍ୱର ମହାନ୍ତି ମଧ୍ୟ ଦିନେ ଓକିଲାତି କରୁଥିଲେ।ଦିନେ କୋର୍ଟରେ ବିଚାରପତିଙ୍କୁ ମାଇ ଲର୍ଡ କହୁଥିବାଏହି ବ୍ୟକ୍ତିଙ୍କୁ ବିଧାନସଭାରେ ବିଧାୟକମାନେ ମାନ୍ୟବର ବୋଲି ସମ୍ବୋଧନ କରୁଛନ୍ତି।ତେବେ ଦିନେ ମାଇ ଲର୍ଡ ବୋଲି ସମ୍ବୋଧିତ ହେଉଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଲିଙ୍ଗରାଜ ପାଣିଗ୍ରାହୀ ୧୯୬୧ରୁ ୬୭ ପର୍ଯ୍ୟର୍ନ୍ତ ବାଚସ୍ପତି ଥିଲେ।
ଅପରପକ୍ଷରେ ଓଡ଼ିଶାବାସୀ ଏଯାଏଁ ଜଣେ ମହିଳାଙ୍କୁ ବାଚସ୍ପତି ଭାବେ ପାଇନାହାଁନ୍ତି।ଯଦିଓ ଲୋକସଭାରେ ମୀରା କୁମାର ଏବଂ ସୁମିତ୍ରା ମହାଜନ ବାଚସ୍ପତି ଆସନରେ ବସିଲେଣି।କିନ୍ତୁ ପୂର୍ବତନ ବିଧାୟକ ଭି.ସୁଜ୍ଞାନୀ ଦେଓ କେବଳ ପ୍ରୋଟେମ୍ ସ୍ପିକର ଭୂମିକା ନିର୍ବାହ କରିଛନ୍ତି।

Biju PattnaikDigapahandiNaveen PatnaikOdisha Assembly SpeakerSurya Narayan Patro
Tweet
0
ଧର୍ମେନ୍ଦ୍ରଙ୍କ ବଢ଼ିଲା ଗୁରୁତ୍ୱ:ବିଜୁ-ନବୀନଙ୍କ ପରେ ଇସ୍ପାତ ବିଭାଗର ହେଲେ କ୍ୟାବିନେଟ୍ ମନ୍ତ୍ରୀ
ଉପନିର୍ବାଚନରେ ବିଜେପୁରର ହ୍ୟାଟ୍ରିକ:ବିଜୟଲକ୍ଷ୍ମୀ-ମନ୍ଦାକିନୀ-ପ୍ରତ୍ୟୁଷାଙ୍କ ଦଷା ଭୋଗିବେ ରୀତା!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.