Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ରାଜ୍ୟର ଆର୍ଥିକ ସ୍ଥିତି ଖରାପ:ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ଓଡ଼ିଶା!

By admin • June 4, 2019 • ନ୍ୟୁଜ୍, ପଲିଟିକ୍ସ

ରାଜନୀତିର ପଶାପାଲିରେ ଫସିଥିବା କେନ୍ଦ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା‘ଆୟୁଷ୍ମାନ ଭାରତ’ଓଡ଼ିଶାରେ ଲାଗୁ ହୋଇପାରେ।‘ଆୟୁଷ୍ମାନ ଭାରତ’ର CEOଇନ୍ଦୁଭୂଷଣ ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଆଲୋଚନା କରିଛନ୍ତି।ଇନ୍ଦୁଭୂଷଣଙ୍କ ୫ଜଣିଆ ଟିମ୍,ପ୍ରଥମେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘ଆୟୁଷ୍ମାନ ଭାରତ’ ସଂପର୍କରେ ଆଲୋଚନା କଲେ।‘ଆୟୁଷ୍ମାନ ଭାରତ’ ଯୋଜନାରେ କିପରି ଓଡ଼ିଶା ସାମିଲ ହେବ ସେ ନେଇ ପ୍ରାଥମିକ କ୍ଷେତ୍ର ପ୍ରସ୍ତୁତ ହୋଇଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ବାର୍ଷିକ ବ୍ୟୟ୨୫ଶହ କୋଟି
୨୦୧୮ଜୁନ ୧୨ରେ ଆୟୁଷ୍ମାନ ଭାରତ ଯୋଜନାକୁ କାଉଣ୍ଟର କରିବାକୁ ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଥିଲେ।୨୦୧୮ ସ୍ୱାଧୀନତା ଦିବସରୁ ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ ହେଲା।ଫଳରେ ଓଡ଼ିଶାର ପ୍ରାୟ ୭୦ଲକ୍ଷ ପରିବାରର ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ଖର୍ଚ୍ଚ ରାଶି ୭ଲକ୍ଷ ଟଙ୍କା ସ୍ଥିର ହୋଇଛି।ସେହି ସ୍ୱାସ୍ଥ୍ୟସେବା ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ଉପଲବ୍ଧ ହେଉଛି।ଏହାସହ ରାଜ୍ୟ ଏବଂ ଓଡ଼ିଶା ବାହାରର ୨୧୮ଘରୋଇ ମେଡିକାଲ ସହ ଏଗ୍ରିମେଣ୍ଟ କରିଛନ୍ତି ସରକାର।ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚଳାଇବାକୁ ସରକାରଙ୍କୁ ବାର୍ଷିକ ପ୍ରାୟ ୨୫ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।୨୦୧୯-୨୦ କାମଚଳା ବଜେଟରେ ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗି ୮୬୪ କୋଟି ଟଙ୍କା ଆବଣ୍ଟିତ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।

BIJU-SWASTYA-KALAYAN

ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ଯୋଜନା୨୦୧୮ସେପ୍ଟମ୍ବର ୨୫ରୁ ଆରମ୍ଭ ହୋଇଛି।୨୦୧୧ସାମାଜିକ ଆର୍ଥିକ ଜାତିଗତ ଗଣନା ଆଧାରରେ ହିତାଧିକାରୀ ଚିହ୍ନଟ ହେଉଛନ୍ତି।ପ୍ରତି ପରିବାରର,ବର୍ଷକୁ ୫ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ଖର୍ଚ୍ଚ ବହନ କରୁଛନ୍ତି ସରକାର।ଯାହାର ପ୍ରାୟ ୪୦ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି।କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ସର୍ବଭାରତୀୟ ସ୍କିମ୍ ହୋଇଥିବାରୁ ରାଜ୍ୟ ସରକାର ଗୁଡିଙ୍କୁ କମ ଖର୍ଚ୍ଚ ବହନ କରିବାକୁ ପଡୁଛି।
ଋଣ ଯନ୍ତାରେ ଓଡ଼ିଶା
ନିଜର ସ୍ୱାସ୍ଥ୍ୟ ଯୋଜନାକୁ ଭଲ କହୁଥିବା ଓଡ଼ିଶା,ଦିଲ୍ଲୀ,ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ଆୟୁଷ୍ମାନ ଭାରତରେ ସାମିଲ ହୋଇନାହାଁନ୍ତି।ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହେଲେ ନରେନ୍ଦ୍ର ମୋଦି ସରକାର ଫାଇଦା ନେଇଯିବେ ବୋଲି ଅନୁମାନ କରି ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ।ଏବେ କିନ୍ତୁ ଓଡ଼ିଶାର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଲାଣି।୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣବୋଝ ୮୭ହଜାର ୬୫୦କୋଟି ଟଙ୍କା ହେବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଶଶି ବେହେରା କହିଥିଲେ।ଯାହା୨୦୨୦ମାର୍ଚ୍ଚ ବେଳକୁ ଲକ୍ଷେ କୋଟିରେ ପହଞ୍ଚିଥିବ।ସେହିଭଳି ୨୦୧୯-୨୦ରେ ଓଡ଼ିଶା ସରକାରଙ୍କ ଆୟ ଠାରୁ ବ୍ୟୟ ପ୍ରାୟ୨୨ହଜାର କୋଟି ଟଙ୍କା ଅଧିକ ହେବ।ଏଭଳି ସ୍ଥିତିରେ ବ୍ୟୟବହୁଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚଳାଇ ରଖିବା ଓଡ଼ିଶା ସରକାରଙ୍କ ପକ୍ଷରେ ସମ୍ଭବ ହେବ ନାହିଁ।

Ayushman BharatBiju Swasthya Kalyan YojanaHealth Minister Naba DasOdisha Financial Situation
Tweet
0
ଉପନିର୍ବାଚନରେ ବିଜେପୁରର ହ୍ୟାଟ୍ରିକ:ବିଜୟଲକ୍ଷ୍ମୀ-ମନ୍ଦାକିନୀ-ପ୍ରତ୍ୟୁଷାଙ୍କ ଦଷା ଭୋଗିବେ ରୀତା!
ସ୍ମିଥଙ୍କୁ ଦର୍ଶକ କହିଲେ ଚିଟର୍… କୋହଲି କହିଲେ ଗାଳି ନୁହେଁ, ତାଳି ଦିଅ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.