ମ୍ୟାରେଡ୍ ଲାଇଫର ଥାର୍ଡ ଇନିଂସ୍: ବିଦେଶୀ ମଡେଲଙ୍କୁ ବିବାହ କଲେ ପ୍ରମୋଦ ମହାଜନଙ୍କ ପୁଅ ରାହୁଲ୍

ବଲିଉଡରେ ଚାଲିଛି ବିବାହ ଋତୁ। ଲଭବର୍ଡ ଦୀପବୀରଙ୍କ ପରେ ଡିସେମ୍ବର ୨ରେ ନିକଙ୍କ ହାତ ଧରିବେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ଏହା ଭିତରେ ଆସିଛି ଆଉ ଏକ ଯୋଡିଙ୍କ ବିବାହ ଖବର। ନିଜ ପାଇଁ ଦୁଲହନିଆଁ ଆଣିଛନ୍ତି ରାହୁଲ୍। ଆଜ୍ଞା ହଁ, ମ୍ୟାରେଜ୍ ସିଜିନ୍ ଠାରୁ ନିଜକୁ ଦୂରେଇ ରଖି ପାରିଲେନି ରାହୁଲ୍ ମହାଜନ। ଆଉ ଆରମ୍ଭ କରିଛନ୍ତି ମ୍ୟାରେଡ୍ ଲାଇଫର ତୃତୀୟ ଇନିଙ୍ଗସ।ଦ୍ୱିତୀୟ ପତ୍ନୀ ଡିମ୍ପି ଗାଙ୍ଗୁଲୀଙ୍କ ଠାରୁ ଅଲଗା ହେବା ପରେ ଜୀବନସାଥୀ ତଲାସରେ ଥିଲେ ରାହୁଲ୍। ଆଉ ରାହୁଲଙ୍କ ଏହି ତଲାସ ଶେଷ ହୋଇଛି ପଡୋଶୀ ଦେଶ କାଜାକସ୍ତାନର ମଡେଲ ନତାଲ୍ୟା ଇଲିୟାନଙ୍କ ନିକଟରେ। (ଦ୍ୱିତୀୟ ସ୍ତ୍ରୀ ଡିମ୍ପି ଗାଙ୍ଗୁଲିଙ୍କ ସହ)
ନିଜ ଠାରୁ ୧୮ବର୍ଷ ସାନ ନତାଲ୍ୟାଙ୍କୁ ତୃତୀୟ ବିବାହ କରିଛନ୍ତି ରାହୁଲ। ଚଳିତ ମାସ ୨୦ତାରିଖରେ ୨୫ ବର୍ଷୀୟା ନତାଲ୍ୟାଙ୍କ ହାତ ଧରିଛନ୍ତି ୪୩ ବର୍ଷୀୟ ରାହୁଲ୍। କେବଳ ପରିବାର ସଦସ୍ୟ ଏବଂ କିଛି ବନ୍ଧୁଙ୍କ ଗହଣରେ ମୁମ୍ବାଇର ମାଲାବାର ହିଲସ୍ଥିତ ଏକ ମନ୍ଦିରରେ ଅତ୍ୟନ୍ତ ନିରାଡମ୍ବର ଭାବରେ ଉଭୟ ବିବାହ କରିଛନ୍ତି। ପ୍ରଥମ ଦୁଇଟି ବିବାହ ଅତ୍ୟନ୍ତ ଧୂମଧାମରେ ହୋଇଥିଲା। କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା। ତେଣୁ ଏମିତି ସାଧାସିଧା ବିବାହ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ରାହୁଲ୍।(ପ୍ରଥମ ସ୍ତ୍ରୀ ଶ୍ୱେତା ସିଂହଙ୍କ ସହ)
୨୦୦୬ରେ ଶ୍ୱେତା ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସୂର୍ଗତ ବିଜେପି ନେତା ପ୍ରମୋଦ ମହାଜନଙ୍କ ପୁଅ ରାହୁଲ୍। ହେଲେ ସାଂସଦ ତଥା ଯୁବମୋର୍ଚ୍ଚା ଅଧ୍ୟକ୍ଷା ପୁନମ ମହାଜନଙ୍କ ଭାଇ ରାହୁଲଙ୍କ କିଛି ବର୍ଷ ପରେ ସେହି ବିବାହ, ବିଛେଦର ରୂପ ନେଇଥିଲା। ରାହୁଲଙ୍କ ବିରୋଧରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ଶ୍ୱେତା। ପରେ ୨୦୧୦ରେ ରିୟଲିଟି ସୋ ରାହୁଲ୍ ଦୁଲହନିଆଁ ଲେ ଯାୟେଙ୍ଗେରେ ବଙ୍ଗାଳୀ ବ୍ୟୁଟି ଡିମ୍ପି ଗାଙ୍ଗୁଲୀଙ୍କୁ କରିଥିଲେ ଦ୍ୱିତୀୟ ବିବାହ। କିନ୍ତୁ ୩ବର୍ଷ ପରେ ୨୦୧୩ରେ ଉଭୟ ଅଲଗା ହୋଇଯାଇଥିଲେ । ଡିମ୍ପି ମଧ୍ୟ ରାହୁଲଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ।
ଏଥିସହ ପଢ଼ନ୍ତୁ
ନବୀନ ପଟ୍ଟନାୟକଙ୍କ ହକିମନ୍ତ୍ର : ଏଲଇଡିରେ ମ୍ୟାଚ ଦେଖନ୍ତୁ, ଶଙ୍ଖରେ ଭୋଟ୍ ଦିଅନ୍ତୁ
ଇସାରାରେ ଶାସ୍ତ୍ରୀ କହିଦେଲେ,ବିଶ୍ୱକପ୍ ଟିମରେ ଯୁବରାଜ-ରୈନା-ରାହାଣେଙ୍କୁ ନୋ ଏଣ୍ଟ୍ରି
Connect With Us