Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପୈସା କ୍ୟା ନକରେ କାମ୍:କୋଟିପତିଙ୍କ ଲାଇଫ ପାର୍ଟନର ବି-ଟାଉନ ସେଲିବ୍ରିଟି

By admin • January 11, 2019 • ଫିଲ୍ମ

କଥାରେ ଅଛି ‘ବାପ୍ ବଡା ନା ଭୈୟା, ସବ୍ ସେ ବଡା ରୂପୈୟା’। ଟଙ୍କା ଥିଲେ କଣ ନାହିଁ କଣ କରିହେବ। କିନ୍ତୁ ଏକଥା ବି ସତ ଯେ ଟଙ୍କା ବେଳେବେଳେ ସବୁ ସମସ୍ୟାର ସମାଧାନ କରିନଥାଏ। ଯେମିତି ଟଙ୍କା ଥିଲେ ଖାଇବା ମିଳି ଯାଇପାରେ,କିନ୍ତୁ ଭୋକ ନୁହେଁ। ଶୋଇବା ପାଇଁ ଭଲ ବିଛଣା ମିଳିଯିବ, କିନ୍ତୁ ନିଦ ନୁହେଁ। ପୁସ୍ତକ ମିଳିବ ଟଙ୍କାରେ, କିନ୍ତୁ ଜ୍ଞାନ କଣ ମିଳିବ? ଟଙ୍କା ଥିଲେ ସୁନ୍ଦରୀ ସ୍ତ୍ରୀ ବି ମିଳିଯିବେ, ଏହା ଏକ ପ୍ରକାର ସତ। ଭଲ ଉଦାହରଣ ହେଲା ବଲିଉଡ୍। ନିଜ ରୂପ ଲାବଣ୍ୟରେ ମନ ମୋହୁଥିବା ଅନେକ ସୁନ୍ଦରୀ ଏବେ କୋଟିପତିଙ୍କ ପତ୍ନୀ।
ଶିଳ୍ପା ସେଟ୍ଟୀ 
ନିଆରା ଅନ୍ଦାଜରେ ୟୁପି-ବିହାର ଲୁଟୁଥିବା ଶିଳ୍ପାଙ୍କ ଅନେକ ଦିଓ୍ୱାନା। ଗୋଟିଏ ସମୟ ଥିଲା, ନିଜ ଅଭିନୟ ଓ ଡ୍ୟାନ୍ସ ଜଲଓ୍ୱାରେ ଲକ୍ଷ ଲକ୍ଷ ଫ୍ୟାନଙ୍କୁ ପାଗଲ କରୁଥିଲେ ଶିଳ୍ପା। ୨୦୦୯ରେ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ଚର୍ଚ୍ଚା ଆଜି ବି ହୁଏ, ଶିଳ୍ପା ରାଜ କୁନ୍ଦ୍ରାଙ୍କୁ ଏଇଥିପାଇଁ ବିବାହ କରିଥିଲେ କାରଣ ସେ ଧନୀ। ବ୍ରିଟିଶ ମାଗାଜିନ୍ ରିପୋର୍ଟ ଅନୁସାରେ, ଧନୀ ତାଲିକାର ରାଜ କୁନ୍ଦ୍ରାଙ୍କ ନାଁ ୧୯୮ତମ ସ୍ଥାନରେ ଆସୁଛି।
ଜୁହି ଚାଓ୍ୱଲା

Juhi-Chawala
ଜୁହି ଚାଓ୍ୱଲା-ଜୟ ମେହେତା

୧୯୯୫ରେ ଜୁହି ଚାଓ୍ୱଲା ପ୍ରତିଷ୍ଠିତ ବ୍ୟବସାୟୀ ଜୟ ମେହତାଙ୍କୁ ବିବାହ କରିଥିଲେ। ୯୦ ଦଶକରେ ଜୁହିଙ୍କୁ ଭାରି ଡିମାଣ୍ଡ ଥିଲା। କ୍ୟାରିଅର ପିକ୍ ଆଓ୍ୱାରରେ ନିଜଠୁ ୭ବର୍ଷ ବଡ଼ ଜୟ ମେହତାଙ୍କ ହାତ ଧରିଥିଲେ ଜୁହି। ବିବାହ ପରେ ଧିରେ ଧିରେ ଗ୍ଲାମର ଲେନରୁ ଦୂରେଇ ଗଲେ। କହାଯାଏ, ଟଙ୍କା ପାଇଁ କୋଟିପତି ଜୟ ମେହେତାଙ୍କୁ ଲାଇଫ ପାର୍ଟନର ବାଛିନେଲେ ଜୁହି।

ବିଦ୍ୟା ବାଲନ୍

Vidya-Balan
ବିଦ୍ୟା ବାଲାନ-ସିଦ୍ଧାର୍ଥ ରାୟ କପୁର

ବଲିଉଡର ଆଉ ଜଣେ ସେଲିବ୍ରିଟି ବିଦ୍ୟା ବାଲନ୍। ଫିଲ୍ମ ‘ଡାର୍ଟି ପିକଚର’ରେ ସିଲ୍କ୍ ସ୍ମିତା କ୍ୟାରେକ୍ଟର ପ୍ଲେ କରି ଫ୍ୟାନଙ୍କ ଦିଲ୍ ଜିତିଥିଲେ। ତାଙ୍କୁ ମିଳିଥିଲା ଜାତୀୟ ପୁରସ୍କାର। କୁହାଯାଏ, ଟଙ୍କା ପାଇଁ ବିଦ୍ୟା ବଲାନ୍ ସଫଳ ପ୍ରଯୋଜକ ସିଦ୍ଧାର୍ଥ ରାୟ କପୁରଙ୍କୁ ଜୀବନ ସାଥି ବାଛିନେଲେ। ୨୦୧୨ରେ ଦୁହେଁ ହୋଇଥିଲେ ସାତ ଜନ୍ମର ସାଥି। ସିଦ୍ଧାର୍ଥ ରାୟ କପୁର ଡିଜନୀ ଇଣ୍ଡିଆର ନିର୍ଦ୍ଦେଶକ ଓ ତାଙ୍କର ଦୁଇ ଥର ତଲାକ୍ ବି ହୋଇଛି। ତଥାପି ତାଙ୍କୁ ବିବାହ କଲେ ବିଦ୍ୟା।
ଟିନା ଅମ୍ବାନୀ

Tina-Ambani
ଟିନା ଅମ୍ବାନୀ-ଅନୀଲ ଅମ୍ବାନୀ

୮୦ ଦଶକରେ ଟିନା ଅମ୍ବାନୀଙ୍କ ସୌନ୍ଦର୍ଯ୍ୟ, ଅନେକଙ୍କୁ ଦିଓ୍ୱାନା କରିଥିଲା। ସେତେବେଳେ ଟିନା ଓ ସଞ୍ଜୟ ଦତ୍ତଙ୍କ ଆଫେୟାର୍ସ ହେଡଲାଇନ୍ସ ହେଉଥିଲା। କିନ୍ତୁ ୧୯୯୧ରେ ଟିନା ବାଛିଲେ ଲାଇଫ ପାର୍ଟନର। ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ବିବାହ କରିଥିଲେ। ଚର୍ଚ୍ଚା ହୁଏ, ଟିନା କେବଳ ଟଙ୍କା ଓ ପ୍ରତିପତ୍ତି ପାଇଁ ଅନୀଲଙ୍କୁ ବିବାହ କରିଥିଲେ।
ଆୟେଶା ଟାକିଆ

Ayesha-Takia
ଆୟେଶା ଟାକିଆ-ଫରହାନ ଆଜମୀ

ଏହି ଅଭିନେତ୍ରୀଙ୍କ ଫିଲ୍ମ ସିନା ହିଟ୍ ହେଲା ନାହିଁ, କିନ୍ତୁ ଲାଇଫ ପାର୍ଟନର ବାଛିବାରେ ମାହିର। ହାତ ଗଣତି କେତୋଟି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ଦିଲ୍ ଜିତି ପାରିଲେ ନାହିଁ। ସମୟ ବରବାଦ ନକରି ଧନୀ ସ୍ୱାମୀଙ୍କ ସହ ଘର ବସାଇଲେ ଆୟେଶା ଟାକିଆ। ହୋଟେଲ ବ୍ୟବସାୟୀ ଫରହାନ ଆଜମୀଙ୍କୁ ସେ ବିବାହ କରିଛନ୍ତି। ଫରହାନଙ୍କ ବହୁ ହୋଟେଲର ମାଲିକ ଓ ତାଙ୍କ ବାପା ଜଣେ ପ୍ରତିଷ୍ଠିତ ରାଜନେତା। ବିବାହ ପୂର୍ବରୁ ଦୁହେଁ ବହୁ ସମୟ ଧରି ଡେଟ୍ କରୁଥିଲେ।
ଶ୍ରୀଦେବୀ

Sridevi-Boney-Kapoor
ଶ୍ରୀଦେବୀ-ବୋନି କପୁର

ଆରପାରିରେ ଏବେ ଶ୍ରୀଦେବୀ। କିନ୍ତୁ ନିଜ ଠାରୁ ୮ ବର୍ଷ ବଡ଼ ବୋନି କପୁରଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ଯୋଡ଼ି ଦେଖିଲେ ଅସଜଡ଼ା ଲାଗେ। କିନ୍ତୁ ଶ୍ରୀଦେବୀଙ୍କ ରୂପ, ବୋନିଙ୍କୁ ପାଗଳ କରି ଦେଇଥିଲା। ଶ୍ରୀଦେବୀ ବି ବୋନିଙ୍କୁ ଦିଲ୍ ଦେଇଥିଲେ। ୧୯୯୬ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
କିମ୍ ଶର୍ମା

Kim-Sharma
ଅନୀଲ ପୁଞ୍ଜାନୀ-କିମ୍ ଶର୍ମା

କେନିଆରେ ବ୍ୟବସାୟ କରୁଥିବା କୋଟିପତି ଭାରତୀୟ ବିଜନେସ୍ ମ୍ୟାନ୍ ଅନୀଲ ପୁଞ୍ଜାନୀ। ବଲିଉଡ୍ ଅଭିନେତ୍ରୀ କିମ୍ ଶର୍ମାଙ୍କୁ ସେ ବିବାହ କରିଥିଲେ। ତା ପୂର୍ବରୁ ସେ କାର୍ଲୋସଙ୍କ ସହ ଡେଟ୍ କରୁଥିଲେ। କିନ୍ତୁ ବିହାର କରିଥିଲେ ଅନୀଲଙ୍କୁ।କାରଣ କାର୍ଲୋସଙ୍କଠାରୁ ଧନୀ ଥିଲେ ଅନୀଲ। କିନ୍ତୁ ଏବେ ଅନୀଲ-କିମଙ୍କର ବି ତଲାକ ହୋଇସାରିଛି

AYESHA TAKIABOLLYWOOD CELEBRITYJUHI CHAWALASHILPA SETTYSRIDEVIVIDYA BALAN
Tweet
0
VP ସିଂହ ଶୁଣି ନଥିଲେ:କିନ୍ତୁ ମୋଦି,ବିଜୁଙ୍କ ଇଚ୍ଛାକୁ ପୂରଣ କଲେ!
ସିଡନୀରେ ଭାରତ ପରାଜୟର ୫ଟି କାରଣ ବିଶ୍ୱକପ ପୂର୍ବରୁ ଶୁଭ ସଙ୍କେତ ନୁହେଁ

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.